• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁନିଆର ସବୁଠୁ ନିବିଡ଼, ସବୁଠୁ ମୂଲ୍ୟବାନ, ସ୍ୱାର୍ଥର ବହୁ ଦୂରର ସମ୍ପର୍କ ହେଉଛି ବନ୍ଧୁ, ସାଙ୍ଗ, ଫ୍ରେଣ୍ଡ । ଏସମ୍ପର୍କ ନା ଧର୍ମ ଦେଖେ, ନା ଜାତି ଦେଖେ । ବାସ୍ ଜାଣିଛି ତ ନିବିଡ଼ ସମ୍ପର୍କ ଓ ଭଲ ପାଇବା ।

ଆଖିକୁ ଭଲ ଭାବେ ଦେଖାଯାଉନି, ଜଣେ ଆଉ ଜଣଙ୍କୁ ଦେଖିନାହାନ୍ତି କିନ୍ତୁ ଏସମ୍ପର୍କ ଯେମିତି ଅତୁଟା ଦିନେ କି ଦୁଇ ଦିନ ନୁହେଁ ୧୦ ବର୍ଷ ହେଲା ଜଣେ ଆଉ ଜଣଙ୍କ ସାହାରାରେ ଜୀବନ କାଟୁଛନ୍ତି । ଏକାଠି ରୁହନ୍ତି, ଏକାଠି କାମ କରନ୍ତି । ଗଞ୍ଜାମ ବେଲଗୁଣ୍ଠା ଇନ୍ଧନପୁରର ସୁଲୋଚନା ଓ ସାଧବାଣୀା ଦୁହେଁ ବନ୍ଧୁ, ଦୁହେଁ ପରସ୍ପରର ଅତି ଆପଣାର । ଗଞ୍ଜାମ ଜିଲ୍ଲାର ଅଲଗା ଅଲଗା ଅଞ୍ଚଳରେ ଏମାନଙ୍କ ଜନ୍ମ ।

କିନ୍ତୁ ବ୍ରହ୍ମପୁରର ଏକ ତାଲିମ କେନ୍ଦ୍ରରେ ପରସ୍ପର ସହ ମିଶିବା ପରେ ଏମାନେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଇନ୍ଧନପୁରରେ ଏକ ଛୋଟିଆ ଘରେ ରୁହନ୍ତି ଦୁଇ ବନ୍ଧୁ । ସାଧବାଣୀ ଉଚ୍ଚ ଶିକ୍ଷିତା, ଓଟିଇଟି ପାସ୍ ବି କରିଛନ୍ତି । କିନ୍ତୁ ନିଯୁକ୍ତି ନମିଳିବା ପରେ ଭାଗ୍ୟକୁ ଆଦରୀ ଜୀବନ ଅତିବାହିତ କରୁଛନ୍ତି । ଦିବ୍ୟାଙ୍ଗ ହୋଇଥିବାରୁ ଅନ୍ୟ କୌଣସି କାମ ବି କରିବା ସମ୍ଭବପର ନୁହେଁ । ତେଣୁ ସାହି ପଡ଼ିଶାରୁ ଯାହା ମିଳିଲା ସେଥିରେ ଦିଓଳା ଚୁଲି ଜଳେ ନ ହେଲେ ନାହିଁ ।

ଚିତ୍ରକୋଣ୍ଡାରେ ଜୟ ବୀରୁ..ସୋଲେର ଅମିତାଭ୍ ଓ ଧମେନ୍ଦ୍ରଙ୍କ ଭଳି ଏମାନେ ବି ବନ୍ଧୁ, ଜଣେ ଦିବ୍ୟାଙ୍ଗ ଆଉ ଜଣେ ତାଙ୍କ ସାହାରା । ମାଲକାନଗିରି ଚିତ୍ରକୋଣ୍ଡା ପଞ୍ଚାୟତର ସ୍ପିଲ୍-ୱେ ଗାଁର କେ. ଅଶୋକ ରାଓ ଏବଂ ମନୋଜ ସିଂ । ପିଲା ବେଳୁ ସାଙ୍ଗ, ଜଣେ ଆଉ ଜଣଙ୍କ ବିନା ରହିପାରନ୍ତିନି । ଅଶୋକ ଚାଲିପାରନ୍ତିନି, ସେ ଦିବ୍ୟାଙ୍ଗ । ଯେଉଁ ସମୟରେ ଅଶୋକଙ୍କ ସହ କେହି ମିଶୁନଥିଲେ ସେ ସମୟରେ ତାଙ୍କ ପାଖରେ ଛିଡ଼ା ହୋଇଥିଲେ ମନୋଜ । ଆଉ ସେବେଠୁ ଏମାନେ ପରସ୍ପରର ଅତି ନିକଟରା କାହିଁ କେଜାଣୀ ଜଣେ ଆଉ ଜଣଙ୍କୁ ସକାଳୁ ନଦେଖିଲେ ଚିନ୍ତିତ ହୋଇପଡ଼େ । ଅଶୋକଙ୍କ ଟ୍ରାଏ ସାଇକେଲ୍ ଓ ମନୋଜଙ୍କ ବାଇକ୍ ବି ଯେମିତି ଏଠି ପରସ୍ପରର ବନ୍ଧୁ ।

ଖାଲି ମଣିଷ ବନ୍ଧୁ ହୁଏନି, ପଶୁ ବି ମଣିଷର ବନ୍ଧୁ । ଜଗତସିଂହପୁର ସିଦ୍ଧଳ ଗାଁର କାଳନ୍ଦୀ ରାଉତ ଦେଢ଼ ବର୍ଷ ତଳେ ଏହି ମାଙ୍କଡ଼ ଛୁଆକୁ ନେଇ ଘରକୁ  ଆସିଥିଲେ । ମାଆ ମାଙ୍କଡ଼ର ବିଦ୍ୟୁତ୍ ଆଘାତରେ ଜୀବନ ଯିବା ପରେ ଛୁଆ ମାଙ୍କଡ଼ ଯେପରି ଅତି ନିଜର ହୋଇଗଲା ସେବେଠୁ ମଣିଷ ଦେଖିଲେ ଡରୁନି କି ଆକ୍ରମଣ କରୁନି ବରଂ ସେମାନଙ୍କ ସହ ଅଳ୍ପ କିଛି ସମୟରେ ଖେଳିବା ଆରମ୍ଭ କରୁଛି । ଦୁନିଆର ସବୁଠୁ ଅମୂଲ୍ୟ, ସବୁଠୁ ଆପଣର ସମ୍ପର୍କ ହେଉଛି ବନ୍ଧୁ। ଫ୍ରେଣ୍ଡସିପ୍ ନା ଧର୍ମ ମାନେ ନା ଜାତି ଦେଖୋ ବାସ୍, ସାଙ୍ଗ ପାଇଁ ସବୁ କିଛି କରି ଦିଏ ସଙ୍ଗେ ।

  • Reported by:
  • Rajesh Kumar Panda , Sashank Sekhar Panda