/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691253481.jpg)
Bhadrak Flood
ବନ୍ୟାରେ ଘରେ ପାଣି ପଶିଗଲା, ଅଧ ରାତିରେ କେମିତି ଯିବେ? କୁଆଡ଼େ ଯିବେ? କିଛି ଭାବିପାରିଲେ ନାହିଁ । ବୟସାଧିକ କାରଣରୁ ସ୍କୁଲ ଘରେ ସିନା ଆଶ୍ରୟ ନେଇ ଗଲେ ହେଲେ ଭୋକ ଉପାସରେ ଏବେ ଦିନ କଟୁଛି । ସରକାରଙ୍କ ପକ୍ଷରୁ ଖାଇବାକୁ ମିଳୁନି କି କିଛି ମିଳୁନି । ଏମିତି ସ୍ଥିତିରେ କେମିତି ବଂଚିବୁ ବୋଲି ପ୍ରଶ୍ନ କରିଛନ୍ତି ବୁଢୀ ମାଉସୀ ଜଣକ ।
ବନ୍ୟାରେ ଉବୁଟୁବୁ ଭଦ୍ରକ । ଏବେ ବି ସ୍ଥିତିରେ ସେମିତି କିଛି ବିଶେଷ ସୁଧାରି ନାହିଁ । ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ 17.83 ଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ତେଣୁ ତଳିଆ ଅଂଚଳରେ ଏବେ ସ୍ଥିତି ସଙ୍ଗୀନ ହେଲାଣି । ବନ୍ୟାରେ ଭାସିଯାଉଥିବା ବେଳେ NDRF ଟିମ୍ ଧାମନଗର ଫଳପୁରରୁ ୮ ଜଣଙ୍କୁ ଉଦ୍ଧାର କରିଛି । ହେଲେ ଏବେ ବି ଅନେକ ପଞ୍ଚାୟତ ଜଳବନ୍ଦୀ ହୋଇ ରହିଛି । ଖାଲି ବୈତରଣୀ ନୁହେଁ ସାଳନ୍ଦୀରେ ବି ବନ୍ୟାସ୍ଥିତି ଦେଖାଗଲାଣି । ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ୨ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।
ମୋଟ୍ ଉପରେ ଧୀରେ ଧୀରେ ବିଗୁଡ଼ୁଛି ଭଦ୍ରକ ସ୍ଥିତି । ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଅସୁରାଳ ବଜାର ଉପରେ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଥିଲା । ବନ୍ୟାଜଳ ପ୍ରବାହିତ ହେତୁ ଆଖଣ୍ଡଳମଣୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ । ହେଲେ ବନ୍ୟା ପ୍ରଭାବିତ ଅଂଚଳରେ ଏବେ ଯାଏଁ ସରକାରୀ ରିଲିଫ୍ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)