/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691375358.jpg)
Phiringia police station
କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ଘଟଣାରେ ଏ ଯାଏଁ ପୋଲିସ୍ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ କରି ସାରିଲାଣି । ୧୯ଜଣଙ୍କକୁ ଗିରଫ କରି ଚଲାଇଛି ତନାଘନା । ଖବର ଅନୁସାରେ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳସ୍ତରର ନେତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି । ଥାନାରେ ଲଙ୍କାକାଣ୍ଡ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଂଚ ଓ ସମିତି ସଭ୍ୟଙ୍କ ସମେତ ୫ ଜଣ ସରପଂଚ, ୩ ସମିତି ସଭ୍ୟଙ୍କ ନାମରେ ମାମଲା ରୁଜ୍ଜୁ କରିଛି ପୋଲିସ୍ ।
ସ୍ଥାନୀୟ ରତଙ୍ଗ ସମିତି ସଭ୍ୟ ବିରଞ୍ଚି ମଲ୍ଲିକ, ନୂଆପଦର ସରପଂଚ ଭବାନୀ ଶଙ୍କର କହଁର, ଭୃଙ୍ଗିଯୋଡ଼ି ସରପଂଚ ଆସିଆ କହଁର, ଫିରିଙ୍ଗିଆ ସମିତି ସଭ୍ୟ ମୌସୁମୀ କହଁର, କେଲାପଡ଼ା ସମିତି ସଭ୍ୟ ବୈରାଗୀ କହଁର, ସାଡିଙ୍ଗିଆ ସରପଂଚ ଲାସନ୍ କହଁର, ଉପରପଙ୍ଗା ସରପଂଚ ସୁଶାନ୍ତ କହଁର ଏବଂ ଫିରିଙ୍ଗିଆ ସରପଂଚ ଜଳନ୍ଧର କହଁରଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ଖବର ମିଳିଛି ।
ତେବେ ଗୋଟେପଟେ ଫିରିଙ୍ଗିଆ ଥାନା ପୋଲିସର ଗଞ୍ଜେଇ କାରବାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ୍ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ପ୍ରୟାସ ଜାରି ରଖିଛି । ଅନ୍ୟପଟେ ଗଞ୍ଜେଇ ଚାଲାଣ ଅଭିଯୋଗ ଥିବା ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସହ ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଛି ।
ଏହାରି ଭିତରେ ଫିରିଙ୍ଗିଆ ଥାନାର ନୂଆ ଆଇଆଇସି ଭାବେ ରମେଶ କୁମାର ପ୍ରଧାନ ଗତକାଲି କାର୍ଯ୍ୟରେ ଯୋଗ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)