ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି ।
ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।
ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।
ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ । ନୂଆ ଜଏନ୍ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ।
ସୂଚନା ଦେଲେ କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର
ଯେସାକୁ ତେସା ନୀତି। ବିଜୁଳି ମ୍ୟାନ୍ର ଚାଲାଣ କାଟିଦେଲା ପୋଲିସ...ଫାଇନ ଦେବା ପରେ ଥାନାର ଲାଇନ୍ କାଟିଦେଲେ ବିଜୁଳି ମ୍ୟାନ୍। ଆଉ ତା’ପରେ ହେଲା କ’ଣ?
ଫାଣ୍ଡିରେ ବାହା ହେଲେ ପ୍ରେମୀଯୁଗଳ । ରେଢାଖୋଲ ଉପଖଣ୍ଡ ଚାରମାଳ ଥାନା ବଡମାଲ ଫାଣ୍ଡିରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଯେଉଁଠି ନାଁ ଥିଲା ପଣ୍ଡିତର ମନ୍ତ୍ରପାଠ, ନାଁ ଥିଲା ବରଯାତ୍ରୀଙ୍କ ଶୋଭାଯାତ୍ରା କେବଳ ପୋଲିସ ଓ ଗାଁ ଲୋକଙ୍କ ଉପସ୍ଥିତିରେ ନିଆରା ଢଙ୍ଗରେ ଥାନାରେ ବିବାହ ସମ୍ପଣ୍ଣ ହୋଇଛି ।
ଖନ୍ତାପଡ଼ା ଥାନା ଭିତରେ କିଛି ଲୋକେ ହରିଆଣା ପୋଲିସକୁ ଘେରି ଯାଇଥିବା ବେଳେ ହରିଆଣା ପୋଲିସ ଲୋକଙ୍କୁ ବନ୍ଧୁକ ଦେଖାଇଥିଲା।
ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ
ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ସୌନ୍ଦର୍ଯ୍ୟ କରଣରେ ଗୋଟିଏ ପାଦ ଆଗରେ ଗାଙ୍ଗପୁର ଥାନା । ଗାଙ୍ଗପୁର ଥାନା ପରିସରରେ ରହିଛି ପାର୍କ, ପୋଖରୀ, ମନ୍ଦିର । ସାରା ଦେଶର ୧୩ ହଜାରରୁ ଅଧିକ ଥାନା ମଧ୍ୟରୁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ଗାଙ୍ଗପୁର ଥାନା
କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ପୁରୀ ଅତିରିକ୍ତ ଏସ୍ପି ପି. ପ୍ରଧାନ ଘଟଣାର ତଦନ୍ତ କରି ରିପୋର୍ଟ ଆଜି ସଂଧ୍ୟା ସୁଦ୍ଧା ଦେବେ। ଫରେନ୍ସିକ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତଦନ୍ତ କରିଛି।
ଗତକାଲି ବିଲମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ି ଯାଇଛି ବଳଙ୍ଗା ପୋଲିସ୍ ଥାନା। ମାଲଖାନାରେ ଥିବା ବିସ୍ଫୋରକ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ଥାନାର ଭିତର ଅଂଶ ଭୁଶୁଡ଼ି ପଡ଼ିଛି। ଛାତ, କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାକି ଥିବା ଥାନାର କାନ୍ଥ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।
ଥାନା ଦ୍ୱାରା ଯେଉଁ ସବୁ ବିସ୍ଫୋରକ ଜବତ କରି ମାଲଖାନାରେ ରଖାଯାଇଥିଲା। ତା କୌଣସି କାରଣବଶତଃ ବିସ୍ଫୋରଣ ହୋଇଥିଲା। ଏ ନେଇ ଖବର ପାଇବା ପରେ ପୁରୀ ଏସ୍ପି ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
କୋରାପୁଟ : ସାମାନ୍ୟ ବାଉଁଶ ଗଛ କାଟି ଦେବାରୁ ବାପାମାଙ୍କୁ ପିଟିଲା ଉତ୍ତ୍ୟକ୍ତ ପୁଅ। ଆଉ ପୁଅ ବିରୋଧରେ ଅଭିଯୋଗ କରିବା ପାଇଁ ବୃଦ୍ଧା ପତ୍ନୀଙ୍କୁ ଟେକି ଟେକି ଆଣିଲେ ଜଣେ ବୃଦ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, କୁସୁମିଗୁଡା ଗାଁରେ ସୋନୁ ହଳ ତାଙ୍କ ପୁଅକୁ ନଜଣାଇ ବାରିପଟେ ଥିବା ଏକ ବାଉଁଶ ଗଛ କାଟି ଦେଇଥିଲେ। ଏହି କାରଣକୁ ନେଇ ବାପ ପୁଅଙ୍କ […]