/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691302433.jpg)
Phiringia Police Station
କନ୍ଧମାଳ ଫିରିଙ୍ଗିଆ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ଘଟଣାରେ ଆଇଆଇସିଙ୍କ ବଦଳି । ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିବା କନ୍ଧମାଳ ଏସ୍ ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି । ପୂର୍ବରୁ ଲୋକେ ଅଭିଯୋଗ ଆଣିଥିବା 'ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ସହ ଅଭିଯୋଗର ତଦନ୍ତ ହେବ' ହେବ କହିଛନ୍ତି ଏସପି ।
ସେପଟେ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ଆକ୍ସନ୍ ମୋଡରେ ପୋଲିସ । ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି । ତାସହ ୨୦୦ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଖପାଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲିର ଘଟଣାରେ କିଏ କିଏ ସଂପୃକ୍ତି ସେ ନେଇ ବି ଯାଞ୍ଚ କରାଯାଉଛି ।
ଅନ୍ୟପଟେ ଗିରଫଦାରୀ ଭୟରେ ଜନଶୂନ୍ୟ ହୋଇପଡିଛି ଫିରିଙ୍ଗିଆ। ପୁରା ଫିରିଙ୍ଗିଆ ବଜାର ଏବେ ଖାଁ ଖାଁ ହୋଇପଡ଼ିଛ । ସ୍ଥିତି ସ୍ୱାଭାବିକ କରିବା ସହ ସୁରକ୍ଷାକୁ ବଢ଼ାଇବାକୁ ବି ବ୍ୟବସ୍ଥା ହୋଇଛି । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରଜ ଭୋଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)