Advertisment

ନିଆଳିରେ ପୁଣି ମାତିଲା ଅଜଣା ଜନ୍ତୁ

ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ

author-image
Prangyan Parimita
undefined

unknown animal attack in Cuttack's Niali

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ପୁଣି ଆଠଟି ମେଣ୍ଢା ମାରିଲା ଅଜଣା ଜନ୍ତୁ । ସାତ ବର୍ଷଧରି ଅଜଣା ଜନ୍ତୁ ମାରିଚାଲିଛି ମେଣ୍ଢା । ନିଆଳି ଅଞ୍ଚଳର ସହ ସହ ଚାଷୀଙ୍କ ହଜାର ହଜାର ମେଣ୍ଢା ମାରି ଗୁହାଳ ଖାଲି କରୁଛି। ମେଣ୍ଢା ବଂଶ ଏଠାରେ ଶେଷ ହେବାକୁ ବସିଲାଣି। ଚାଷୀ ଆଉ ମେଣ୍ଢା ଚାଷ କରିବାକୁ ଇଚ୍ଛା କରୁନି ।

Advertisment

ଗତ ୨୦ ଦିନ ତଳେ ନିଆଳି ବ୍ଲକ ପୂର୍ବ ଖଣ୍ଡ ସେଠୀ ସାହିରେ ନିରଞ୍ଜନ ସେଠୀଙ୍କ ଛଅଟି ମେଣ୍ଢା ମାରିଥିବା ବେଳେ ଗତକାଲି ରାତିରେ ସେହି ଗାଁର ଚତୁର୍ଭୁଜ ସେଠୀଙ୍କ ଗୁହାଳରେ ପସି ଆଠଟି ମେଣ୍ଢାଙ୍କୁ ମାରି ଗୁହାଳ ଖାଲି କରିଛି ଅଜଣା ଜନ୍ତୁ । ପରିବାର ଲୋକେ ଉଠିଯିବାରୁ ସାତଟି ଅଜଣା ଜନ୍ତୁ ସେଠାରୁ ଖସି ପଳାଇଥିଲେ। ଗୁହାଳ ନିକଟରେ ଅଜଣା ଜନ୍ତୁର ପାଦ ଚିହ୍ନ ବି ପଡ଼ିଛି ।

ପାଦ ଚିହ୍ନରୁ ଏହା ଏକ ଜଙ୍ଗଲୀ ଜନ୍ତୁର ବୋଲି ଅନୁମାନ କରାଯାଉଛି। .....

Niali
Advertisment
Advertisment