/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691322396.jpg)
Police Attacked Auto Driver
ପୋଲିସ ମାଡ଼ରେ ଅଟୋ ଚାଳକ ଗୁରୁତର । ବଲାଙ୍ଗିରରେ 5T ସଚିବଙ୍କ କାର୍ଯ୍ୟକ୍ରମ ପରେ ବିଜେଡି ଲୋକଙ୍କୁ ଆଣିବାକୁ ଯିବା ବେଳେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ମାଡ଼ରେ ଅଟୋ ଚାଳକ ରକ୍ତାକ୍ତ ହୋଇ ଥିବା ବେଳେ ଘଟଣାକୁ ନିନ୍ଦା କରିଛି ଅଟୋ ଚାଳକ ସଂଘ । ବିଜେଡି ଲୋକଙ୍କୁ ସଭାସ୍ଥଳକୁ ନେବା ପରେ ପୋଲିସ ମାଡ଼କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିନାହିଁ ।
ସେପଟେ ଆହତ ଅଟୋ ଚାଳକଙ୍କୁ କ୍ଷତି ପୂରଣ ଦାବୀ କରି ଟିଟିଲାଗଡ଼ ମା ଘଣ୍ଟାଶୁନି ଅଟୋ ଚାଳକ ସଂଘର ଟିଟିଲାଗଡ଼ ଥାନା ଘେରାଓ କରିଥିଲେ । ତେବେ ଥାନା ଅଧିକାରୀ ଆସି ବୁଝା ସୁଝା କରିବା ପରେ ସ୍ଥିତି ଶାନ୍ତ ହୋଇଛି । ଆକ୍ରମଣରେ ଆହତ ହୋଇଥିବା ଅଟୋ ଚାଳକ ଜଣଙ୍କ ହେଲେ ସଚ୍ଚିଦାନନ୍ଦ ମହାନନ୍ଦ।
ସଚ୍ଚିଦାନନ୍ଦ କହିଛନ୍ତି ଯେ, “ଆମ ସଭାପତିଙ୍କ କଥାରେ ଆମେ ସମସ୍ତେ ଅଟୋରେ ଲୋକମାନଙ୍କୁ ୫ଟି ସଚିବଙ୍କ କାର୍ଯ୍ୟକ୍ରମକୁ ନେଇଥିଲୁ। କାର୍ଯ୍ୟକ୍ରମ ସରିବା ପରେ ମୋ ଅଟୋରେ ଯାଇଥିବା ଲୋକମାନେ ଗୋପବନ୍ଧୁ ଛକ ପାଖକୁ ଆସିବାକୁ କହିଥିଲେ। ମୁଁ ସେହି ଅନୁସାରେ ଯାଉଥିଲି । ହେଲେ ପୋଲିସ୍ ମୋତେ ଅଟକାଇ ଧମକାଇଥିଲା । ଏହି ରାସ୍ତାରେ କାହିଁକି ଯାଉଛୁ ବୋଲି ପ୍ରଶ୍ନ କରିଥିଲା। ମୁଁ କଷ୍ଟମର ଫୋନ କରିଥିବା କହିଲି । ହେଲେ ସେମାନେ ମୋତେ ବାଡ଼େଇବାରେ ଲାଗିଥିଲେ। ମୋ ତଣ୍ଟି ଚିପି ପୋଲିସ୍ ଭ୍ୟାନରେ ବସାଇବାକୁ ମଧ୍ୟ ଚେଷ୍ଟା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)