Advertisment

ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ... ହେଲେ ତା ଠୁ ବି ବଳି

ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

friendship day

ବନ୍ଧୁତା... ଏମିତି ଏକ ସଂପର୍କ, ଯାହା ଜନ୍ମଗତ ନୁହେଁ । ହେଲେ ତା ଠୁ ବି ବଳି। ସାଥିରେ ମନଲାଖି ମିତଟିଏ ଥିଲେ, ବେଶ୍ ସହଜ ଓ ସୁଗମ ହୋଇଯାଏ ଜୀବନର ରାସ୍ତା। ଆଜି ବନ୍ଧୁତା ଦିବସରେ ଆସନ୍ତୁ ଜାଣିବା ଏମିତି କିଛି ବିରଳ ବନ୍ଧୁତାର କାହାଣୀ, ଯାହା ମିଠା ଯେତିକି, ମନଛୁଆଁ ବି ସେତିକି। 

Advertisment

ଜଣେ ସାଙ୍ଗ ଟ୍ରାଇସାଇକେଲରେ, ଆଉ ଜଣେ ମୋଟର ସାଇକେଲରେ। ବଲିଉଡ୍ ଫିଲ୍ମ ସୋଲେ'ର ଜୟ-ବୀରୁ କଥା ମନେ ପକାଇ ଦେଉଥିବା ଏ ଦୋସ୍ତିର ଗାଡ଼ି, ମାଲକାନଗିରି ଚିତ୍ରକୋଣ୍ଡାର ରାସ୍ତାରେ ଏମିତି ଗଡ଼ିଚାଲିଛି ଦୀର୍ଘ ୧୫ ବର୍ଷ ହେଲା। ମନୋଜ ସିଂଙ୍କ ବାଇକର ଆଗଚକ ନଠେଲିଲେ, ଆଗକୁ ଗଡ଼େନି ଦିବ୍ୟାଙ୍ଗ କେ. ଅଶୋକ ରାଓଙ୍କ ଟ୍ରାଇସାଇକେଲ୍ । ସାଙ୍ଗକୁ ହାତରେ ପେଡାଲ୍ ମାରିବାକୁ ପଡ଼ିବନି ବୋଲି, ଏମିତି ଦେଶୀ ଉପାୟ ବାହାର କରିଛନ୍ତି ମନୋଜ।

ହେଲେ ଏ ବନ୍ଧୁତା ଖାଲି ଏତିକିରେ ସୀମିତ ନୁହେଁ, ପିଲାବେଳୁ ଏକାଠି ଖିଆପିଆ, ବୁଲାବୁଲି, ମଉଜମସ୍ତି। ଯେତେବେଳେ ଦିବ୍ୟାଙ୍ଗ ଅଶୋକଙ୍କୁ ଦେଖି ଅନ୍ୟ ପିଲାମାନେ ମୁହଁ ଫେରାଇ ନେଉଥିଲେ, ସେବେଠୁ ବନ୍ଧୁତାର ହାତ ବଢ଼ାଇ ତାଙ୍କ ଦୁଃଖସୁଃଖର ସାଥି ହୋଇଆସିଛନ୍ତି ମନୋଜ।

Advertisment

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଖଇରପଟିର ଇନ୍ଧନପୁର ଗାଁ । ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ। ବ୍ରହ୍ମପୁରର ଏକ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଚିହ୍ନା ହେବା ପରେ, ୧୦ ବର୍ଷ ହେଲା ସାଜିଛନ୍ତି ପରସ୍ପରର ଆଖି। ଭତ୍ତା ଟଙ୍କା ଓ କେଇ କେଜି ଚାଉଳରେ ଚଳିବାକୁ କଷ୍ଟ ହେଉଥିଲେ ବି, ଦୁଃଖ ବାଣ୍ଟିବାକୁ ପାଖରେ ମନଲାଖି ମିତଟିଏ ତ ଅଛି।

ମନ ସହ ମନ ମିଶିଲେ, ବନ୍ଧୁତା ଡେଇଁଯାଏ ସବୁପ୍ରକାର ବନ୍ଧବାଡ଼। ବନ୍ଧୁତା କେବଳ କଣ ମଣିଷ ଭିତରେ ସୀମିତ ଥାଏ? ନା, କଦାପି ନୁହେଁ। ସେଭଳି ହୋଇଥିଲେ, ପରସ୍ପରର ପରମ ଶତ୍ରୁ କୁହାଯାଉଥିବା ମାଙ୍କଡ଼ ଓ କୁକୁର କଣ ଏକାଠି ଖେଳନ୍ତେ, ଠିକ୍ ୨ଟି ଛୋଟପିଲାଙ୍କ ଭଳି । ଜଗତସିଂହପୁର ସିଦ୍ଧଳ ହରିହାଟ ଛକରେ ଇଏ ଏକ ନିତିଦିନିଆ କଥା। ଦେଢ଼ ବର୍ଷ ତଳେ ବିଦ୍ୟୁତ ଆଘାତରେ ମାଆ ମାଙ୍କଡ଼ର ମୃତ୍ୟୁ ହୋଇଯିବା ପରେ, ଶାବକଟି 
ପାଲଟିଯାଇଛି ଏଠାକାର ସମସ୍ତଙ୍କ ଅତିପ୍ରିୟ। ଲୋକମାନେ ତା ନାଁ ରଖିଛନ୍ତି ରାମ। 

ଖାଲି କୁକୁର ନୁହେଁ, ରାମ ମଣିଷଙ୍କ ସହ ବି ଖେଳୁଛି, କାନ୍ଧ ଉପରେ ବସି ବାଇକରେ ବୁଲୁଛି, ଖାଇବାକୁ ଦେଲେ ଖାଉଛି, ସେଇଠି ନିର୍ଭୟରେ ଶୋଇ ବି ପଡ଼ୁଛି।

ରିପୋର୍ଟ: ରତ୍ନାକର ପ୍ରଧାନ

Unique Friendship
Advertisment
Advertisment