Advertisment

ଢୁ ଢୁ ବର୍ଷାରେ ଘୋଷାରି ହୋଇ ଆସିଲେ...ଭଣଜାକୁ ଭଲ କରିବା ଲାଗି ଗୁହାରି କଲେ

କଳାହାଣ୍ଡିଆ ମେଘ...ଢୁ ଢୁ ବର୍ଷାରେ ଘୋଷାରି ହୋଇ କଲେକ୍ଟରଙ୍କୁ ହାତ ଯୋଡି ଦରଖାସ୍ତ ଦେଲେ ମାମୁଁ । ଗୁହାରି କଲେ ଭଣଜାକୁ ଭଲ କରିଦିଅ ବାବୁ...କଲେକ୍ଚର ବି ଗାଡି ଅଟକାଇଲେ, ତୁରନ୍ତ ସହାୟତା ଲାଗି ନିର୍ଦ୍ଦେଶ ଦେଲେ

author-image
Sarbeswar
ଅଦ୍ୟତନ ହୋଇଛି
Koraput Collector

Koraput Collector

ସରକାରୀ ଗାଡିରେ ବସିଛନ୍ତି ଜିଲ୍ଲାପାଳ । ବୈଠକ ସରିବା ପରେ ଗାଡି ଆଗକୁ ଗଡୁଥିଲା...ହେଲେ ଏତିକି ବେଳେ ହଠାତ୍‌ ଗାଡି ଅଟକିଥିଲା । କାହିଁକି କଲେକ୍ଟରଙ୍କ ଗାଡି ରହିଗଲା ତାହା ଜାଣିବାକୁ ଧାଇଁଥିଲେ ପୋଲିସ ବାବୁ । କଲେକ୍ଟର ବାବୁ କିନ୍ତୁ ଜଣେ ବ୍ୟକ୍ତିଙ୍କୁ ଦେଖିପାରିଥିଲେ । ତାଙ୍କର ଅସୁବିଧା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । ଖାଲି ଏତିକି ନୁହେଁ ବରଂ ଦୁଃଖ ଶୁଣିବା ପରେ ତାଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

Advertisment

ଜୁଲାଇ ୩୧ ତାରିଖ, ସୋମବାର । ଜିଲ୍ଲାର ନନ୍ଦପୁର ବ୍ଲକ୍‌ରେ ଚାଲିଥିଲା ଜନଶୁଣାଣି ଶିବିର । କଲେକ୍ଟର ଆସୁଥିବା ଜାଣିବା ପରେ ତାଙ୍କୁ ଭେଟି ନିଜର ସବୁ ଦୁଃଖ ଜଣାଇବାକୁ ଦିବ୍ୟାଙ୍ଗ ଜଣକ ପହଞ୍ଚିଥିଲେ । ଦୁଃଖ ତାଙ୍କର ଏତେ ଅଧିକ ବର୍ଷାକୁ ଖାତିର ନକରି ଘୋଷାରି ହୋଇ ଆସିଥିଲେ କଲେକ୍ଚରଙ୍କ ପାଖକୁ । ଯାହା ଉପସ୍ଥିତ ଥିବା ସମସ୍ତଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା ।

ନନ୍ଦପୁର କୁଲାବିର ପଞ୍ଚାୟତ ମାଳି ସୁବୁଲାର ଗାଁର ଡମ୍ବୁରୁଧର ହନ୍ତାଳ । ଟିବି ରୋଗରେ ଭଣଜା ପଡିବା ପରେ ଚିକିତ୍ସା କରାଯାଇଥିଲା । ହେଲେ ଏବେ ପେଟ ଅସ୍ୱାଭାବିକ ଭାବରେ ବଢିବା ସହିତ ଯକୃତ ଜନିତ ସମସ୍ୟା ବି ଦେଖାଯାଇଛି । ଆଉ ଏଭଳି ସ୍ଥିତିରେ ଅଧିକ ଚିକିତ୍ସା କରିବା ତାଙ୍କ ପାଖରେ ସମ୍ଭବ ନୁହେଁ । ତେଣୁ ବ୍ଲକକୁ ଜିଲ୍ଲାପାଳ ଆସିଥିବା ବେଳେ ତାଙ୍କର ଦୁଃଖ ଜଣାଇବାକୁ ଡମ୍ବୁରୁ ଆସିଥିଲେ । ଆଉ ହାତରେ ଲେଖିଥିବା ଏହି ଚିଠିଟିକୁ କଲେକ୍ଟରଙ୍କୁ ବଢାଇ ଦେଇଥିଲେ । ଜିଲ୍ଲାପାଳ ତାଙ୍କ ଅଭିଯୋଗ ଶୁଣିବା ପରେ କେମିତି ତାଙ୍କୁ ସରକାରୀ ସହାୟତା ମିଳିପାରିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲା ଜରୁରୀ କାଳୀନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

କଲେକ୍ଟର ନିର୍ଦ୍ଦେଶ ଦେବା ପରେ ମଙ୍ଗଳବାର ଦିନ ବିଭାଗ ପକ୍ଷରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ରମେଶଙ୍କ ପରିବାର ସ୍ଥିତି ଓ ଆବଶ୍ୟକ ଚିକିତ୍ସା ସହାୟତା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ମିଳିଥିବା ଜଣାପଡ଼ିଛି । ତେବେ ସମୟ କହିବ କେବେ ଡମ୍ବୁରୁଙ୍କୁ ମିଳୁଛି ସରକାରୀ ସହାୟତା ।

Koraput Collector Treatment
Advertisment
Advertisment