• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Watch How Cyber Fraudsters Duped Businessman In Puri
ଏହି ଲିଙ୍କରେ କ୍ଲିକ୍ କଲେ ଆକାଉଣ୍ଟରୁ ଗାଏବ୍‌ ହୋଇଯାଉଛି ଟଙ୍କା

ପୁରୀର ବ୍ୟବସାୟୀ ନରେନ୍ଦ୍ର ମହାପାତ୍ରଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ଯେଉଁଥିରେ ଅବଗତ କରାଯାଇଥିଲା ଯେ, KYC ଅପଡେଟ୍ କରିବା ପାଇଁ ପଠାଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଉଡ଼ି ଗଲା ଟଙ୍କା।

Meena Pradhan In Bhubaneswar Awaits Help To Treat Her Elder Son - Apana Eka Nuhanti
କେବେ ଭଲ ହେବ ମୋ ପୁଅ?

ରୋଜଗାରିଆ ପୁଅ ଦୁର୍ଘଟଣା ପରେ ଏବେ ପରିବାର ବେସାହାରା। ପୁଅ ନା ଚାଲି ପାରୁଛି ନା ବସି ପାରୁଛି। ଅନ୍ୟପଟେ ପୁଅର ଚିକିତ୍ସା ପାଇଁ ସବୁ ବିକି ଏବେ ଦୟନୀୟ ସ୍ଥିତି ଦେଇ ଗତି କରୁଛି ପରିବାର। ଏ କାହାଣୀ ପାତ୍ରପଡ଼ା ବସ୍ତି ଚନ୍ଦନ ପାତ୍ରଙ୍କର। ଝାଲ୍ ମୁଢି ବିକି ପାଞ୍ଚ ଜଣଙ୍କୁ ଚଳାଉଥିଲେ ଚନ୍ଦନ। ଦଇବ ସାଜିଲା ଦାଉ ଅକର୍ମନ୍ୟ ହୋଇଗଲେ ରୋଜଗାରିଆ ପୁଅ।

Special Report - Ukraine Burning In Russian Attack
ଧୀରେ ଧୀରେ ମଶାଣି ପାଲଟୁଛି ୟୁକ୍ରେନ୍, ସାରା ଦେଶରେ ହାହାକାର

ମାସେ ହେଲା ଦୁର୍ବଳ ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଶକ୍ତିଶାଳୀ ଋଷ୍। ମିଜାଇଲ୍ ମାଡ଼ରେ ୟୁକ୍ରେନରେ ଗୋଟିଏ ପରେ ଗୋଟିଏ ସହର ମଶାଣି ପାଲଟିବାରେ ଲାଗିଛି। ଦୈନିକ ହଜାର ହଜାର ଲୋକ ମରୁଛନ୍ତି। ଯିଏ ବଞ୍ଚିଲେ ସେମାନେ ମଲା ପରି ହିଁ ଆତଙ୍କ ଭିତରେ ରହୁଛନ୍ତି।

Unique Tale Of Love- Govt Official In Odisha Falls in Love With Fowls
ବିଡିଓଙ୍କ ପ୍ରେମ କାହାଣୀ, କେବଳ ପାଳନ୍ତି ମାରନ୍ତି ନାହିଁ

ଇଏ ଏମିତି ଜଣେ ଓଏଏସ୍ ଅଫିସର ଯିଏ କୁକୁଡାଙ୍କୁ ଭଲ ପାଆନ୍ତି । ସରକାରୀ କ୍ୱାଟର୍ସରେ ପାଳିଛନ୍ତି କୁକୁଡା । ନିଜେ ବାପ ଭଳି ସେମାନଙ୍କ କଥା ବୁଝନ୍ତି । କୁକୁଡା ମାରନ୍ତିନି କି ବିକନ୍ତିନି । ଖାଲି ସଚ୍ଚା ପ୍ରେମ ଆଉ ପ୍ରେମ ।

Watch Viral Video Of Manoj Tiwari Praising MP Anubhav Mohanty
ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖି କେଜ୍ରିଓ୍ୱାଲଙ୍କୁ ଗୁଳି ମାଡ଼ କଲେ ମନୋଜ ତିଓ୍ୱାରୀ

କିଏ କହୁଛନ୍ତି ସତ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନା’ ବିଜେଡି ସାଂସଦ ଅନୁଭବ ମହାନ୍ତି? ସେ ଯାହା ବି ହେଉ ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖି କେଜ୍ରିଓ୍ୱାଲଙ୍କୁ ଗୁଳି ମାଡ଼ କଲେ ବିଜେପି ସାଂସଦ ମନୋଜ ତିଓ୍ୱାରୀ। ଏବେ କିଏ ସର୍ବକନିଷ୍ଠ ରାଜ୍ୟସଭା ସଦସ୍ୟ ତାକୁ ନେଇ ବିଜେଡି-ଆମ ଆଦମୀ ପାର୍ଟି ମଧ୍ୟରେ ଆରମ୍ଭ ହୋଇଯାଇଛି ଟଣାଓଟରା। ତେବେ ଏ ନେଇ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିନାହିଁ...

Watch Dance In Drain - OTV News Fuse
ରଙ୍ଗ ରଙ୍ଗୋଲି ହୋଲି, ନାଲି ପାଣି ଟାଙ୍କେ ମାରି, ନାଳ ନର୍ଦ୍ଦମାରେ ଯାଉଛି ଗଡ଼ି

ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।

Farmers face water problem to irrigate land
୬ ମାସ ତଳେ ପୋଡ଼ିଥିଲା ଟ୍ରାନ୍ସଫର୍ମର; ଆଜି ଯାଏଁ ହୋଇପାରୁନି ମରାମତି

ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି ।

Odisha Assembly
ଆଜିଠୁ ବଜେଟ୍ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା

୨୯ ତାରିଖରେ ଅଫିସିଆଲ ବିଜନେସ ଓ ୩୦ ତାରିଖରେ ୨୦୨୨-୨୩ର ବଜେଟ ଉପସ୍ଥାପନ ହେବ।

Electricity
ବଢିବ ନାହିଁ ବିଦ୍ୟୁତ ଶୁଳ୍କ

ପ୍ରେସମିଟ୍ କରି କଣ କହିଲେ OERC ସଚିବ

Maoists Threatened To Doctor And Clerk
ଡାକ୍ତର ଓ କିରାଣୀଙ୍କୁ ମାଓବାଦୀଙ୍କ ଧମକ

ଡାକ୍ତର ଓ ହସ୍ପିଟାଲରେ କାମ କରୁଥିବା କିରାଣୀଙ୍କୁ ମାଓବାଦୀଙ୍କ ଧମକ। ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଡାକ୍ତର ସତ୍ୟରଞ୍ଜନ ଏବଂ କିରାଣୀ ଗୋବିନ୍ଦ ୫ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି।

Old Camel
"ଦିନେ ନିଜର ଥିଲି, ଆଜି ପର ହେଇଗଲି"

ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ?

Cameraman Manas Murder Case:Police Seals Sarmistha’s News Office
ମାନସ ହତ୍ୟା ମାମଲା: ଶର୍ମିଷ୍ଠାଙ୍କ ନ୍ୟୁଜ୍ ଅଫିସ୍‌କୁ ସିଲ୍ କଲା ପୋଲିସ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍‌କୁ ପୋଲିସ ସିଲ୍ କରିଛି ।

Fascinating Relationship With Human
ମାଙ୍କଡ଼ ଛୁଆର ମଣିଷ ମାଆ, କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ବି ପିଉଛି

ଦେଖୁନାହାନ୍ତି କେମିତି ଛୁଆ ମାଙ୍କଡ଼ିଟି ଏହି ମାଆ ଜଣଙ୍କ ପାଖରେ କେମିତି ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ପକାଉଛି ତ ଆଉ କେତେବେଳେ କାନକୁ କାମୁଡ଼ି ପକାଉଛି। କାରଣ ସେ ଜାଣିଛି ଏଇ ସ୍ଥାନରୁ ନିରାପଦ ସ୍ଥାନ ସଂସାରରେ ଆଉ କୋଉଠି ବି ନାହିଁ ।

Watch Real Estate Dalal In Making News
କହୁଛନ୍ତି ସରୁ ବଚନ, ସବୁବେଳେ ମାରୁଛନ୍ତି ଚୂନ

ଆଜି ଘର ଦେବି। କାଲି ଘର ଦେବି। ଏମିତି ଶୁଣି ଶୁଣି ଆମେ ବୁଢାବୁଢି ହୋଇ ଗଲୁଣୁ। କିଛି ଲାଭ ହେଉନି। ଖାଲି ଭଣ୍ଡେଇ ଚାଲିଛନ୍ତି ଏ ବ୍ୟକ୍ତି ଜଣକ...

Skinny Thief Escapes Jail Through Iron Bars; Re-Arrested Within Hours In Maharashtra’s Pune
ଜେଲରେ ତାଲା ପକାଇଥିଲା ପୋଲିସ୍‌, ବିନା କୌଣସି ବାଧାରେ ବାହାରେ ବୁଲୁଛି ଚୋର...

ଜେଲରେ ତାଲା ପକାଇଛି ପୋଲିସ୍‌। ତାଲା ଭାଙ୍ଗିନି କି ତାଲା ଫିଟିନି। ଏହା ପରେ ବି ଅତି ସହଜରେ ବାହାରକୁ ଏମିତି ଗଳାବାଟରେ ପଳାଇ ଆସୁଛି ଚୋର... ଦେଖନ୍ତୁ ପୂରା ଭିଡ଼ିଓ...

Watch - Street Singer Enthrals Passersby With Mesmerising Voice
ରାସ୍ତାରେ ବସିଥିବା ଏ ବୃଦ୍ଧଙ୍କ ଗୀତ ଶୁଣିଲେ ଖୁସି ହୋଇଯିବ ମନ

ଦେହରେ ପୁରୁଣା ମଇଳା କପଡା। ହାତରେ ଧରିଛନ୍ତି ଦାସକାଠିଆ। ମୁହଁରୁ ବାହାରୁଛି ‘ଅବ୍‌ କି ସାବନ ମେଁ’ ଗୀତ। ଯାହାକି ବେଶ୍ ଭାଇରାଲ୍ ହେଉଛି। ଏବେ ଶୁଣନ୍ତୁ ସେହି ମନମୁଗ୍ଧକର ଗୀତ...

Owner Abandons Old Camel On Roadside In Cuttack (BAR) May Starve To Death
ଓଟକୁ ଧୋକା ଦେଲା ମଣିଷ... ଜୀବନ ସାରା ରୋଜଗାର କଲା, ମଲା ବେଳକୁ ତଡି ଦେଲା

କେତେ ସ୍ୱାର୍ଥପର ଏ ମଣିଷ? ଯେଉଁ ଓଟ ପିଠିରେ ବସି ଜୀବନ ସାରା ରୋଜଗାର କଲା। ପରିବାର ଚଳାଇଲା ଆଜି ବୁଢା ହୋଇଗଲା ବୋଲି ମଝି ରାସ୍ତାରେ ମରଣ ମୁହଁରେ ଏମିତି ଅବସ୍ଥାରେ ତାକୁ ଛାଡ଼ି ଦେଇଗଲା। ଏବେ ଉଠିପାରୁନି କି କୁଆଡ଼େ ଯାଇପାରୁନି। ଖାଲି ମୃତ୍ୟୁକୁ କରିଛି ଅପେକ୍ଷା...

Adorable Baby Monkey Shares A Fascinating Relationship With Human #WATCH
ମାଙ୍କଡ଼ ଛୁଆର ମଣିଷ ମାଆ... କୋଳରେ ଶୋଉଛି, ଗେଲ ହୋଇ କ୍ଷୀର ପିଉଛି...

ମାଙ୍କଡ଼ ଛୁଆର ମଣିଷ ମାଆ। କୋଳରେ ଶୋଉଛି, ପପୁ ବୋତଲରେ କ୍ଷୀର ପିଉଛି। ଖଟରେ ଶୋଇବା ପରେ ଚେଁ ଚେଁ ହୋଇ ମାଆକୁ ଖାଇବାକୁ ବି ମାଗୁଛି...ନଶୁଣିଲେ କେତେବେଳେ ହାତ ମାରି ଉଠାଇ ଦେଉଛି ତ ଆଉ କେତେବେଳେ ନିଜର ଭାଷାରେ ପାଟିକରୁଛି...ଦେଖନ୍ତୁ ସ୍ନେହ, ମମତାର ଏହି ହୃଦୟସ୍ପର୍ଶୀ...

CM Naveen\'s Pakahala Love - OTV News Fuse
ପଖାଳ ଦିବସରେ ପଖାଳ ଖିଆ... ମାଛରେ ହାତ ବାଜିଲା, ତୋରାଣୀରେ ବାଜିଲାନି

ଓଡ଼ିଆ ହୋଇଥିଲେ ନିଶ୍ଚୟ ପଖାଳ ଖାଇଥିବେ। ପଖାଳ ଖାଇଲେ ତୋରାଣୀରେ ହାତ ବାଜିବ। ହେଲେ ଏଠି ଏମିତି ପଖାଳ ଖିଆ ହେଲା ଯେ, ତୋରାଣୀରେ ଟିକେ ବି ହାତ ବାଜିଲାନି...

Women mechanics Adilakshmi famous for fixed puncture truck tyre
ପ୍ରେରଣା: ପ୍ରଥମ ମହିଳା ମେକାନିକ୍, ଯିଏ କରୁଛନ୍ତି ଟ୍ରକ୍‌ ଟାୟାର୍ ମରାମତି

ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।

Man sends vulgar messages to married women
ବିବାହିତ ଜାଣି ବି ମହିଳାଙ୍କୁ ପ୍ରେମ ପ୍ରସ୍ତାବ ଦେଉଛନ୍ତି

ସୋସିଆଲ୍ ମିଡିଆରେ ଦେଖାଯାଇଛି ଜଣେ ବ୍ୟକ୍ତିଙ୍କ ବିକୃତ ମାନସିକତା। ବିହାହିତ ମହିଳାଙ୍କୁ ଦେଉଛନ୍ତି ପ୍ରେମ ବାର୍ତ୍ତା ଓ ଦେଉଛନ୍ତି ବିବାହ ପ୍ରସ୍ତାବ।

Human Skulls And Multiple Skeletons Found In Bhubaneswar
ରାଜଧାନୀରୁ ୧୪ରୁ ଅଧିକ ମଣିଷ ଖପୁରୀ ଆଉ ପୁଳାଏ ଅସ୍ଥିକଙ୍କାଳ ଉଦ୍ଧାର

ରାଜଧାନୀ ଉପକଣ୍ଠ କଳାରାହଙ୍ଗ ଇଂଜଣା ପୋଲ ତଳେ ଅଳିଆ ଆବର୍ଜନା ଭିତରେ ଏଭଳି ୧୪ରୁ ଅଧିକ ମଣିଷ ଖପୁରୀ ଓ ଅସ୍ଥିକଙ୍କାଳ ଦେଖି ବିଜୁଳି ବେଗରେ ପ୍ରଚାରିତ ହୋଇଥିଲା ଖବର ।

The Shrimandira's money will kept in The Union Bank of India
ୟୁନିଅନ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିବ ଶ୍ରୀମନ୍ଦିର ଟଙ୍କା

ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍‌ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।

Compulsory Retirement
ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ ! ପୁଣି ବିଦା ହେଲେ ୬ ଅଧିକାରୀ

ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ, ୨ ବିଇଓଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ।

burla2
ଚିକିତ୍ସା ଅବହେଳାରୁ ଭିମ୍‌ସାରରେ ହୋଇଥିଲା ମୃତ୍ୟୁ, ଏବେ ସରକାର ଦେବେ କ୍ଷତିପୂରଣ ! କୋର୍ଟ ଦେଲେ ନିର୍ଦ୍ଦେଶ

କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।