Advertisment

୬ ମାସ ତଳେ ପୋଡ଼ିଥିଲା ଟ୍ରାନ୍ସଫର୍ମର; ଆଜି ଯାଏଁ ହୋଇପାରୁନି ମରାମତି

ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି ।

author-image
Otv Khabar Bureau
Farmers face water problem to irrigate land

Farmers face water problem to irrigate land

କୃଷି କ୍ଷେତ୍ରରେ ଉନ୍ନତି ପାଇଁ ସରକାର ପାଇଁ ଚାଲିଛନ୍ତି ପୁରସ୍କାର ପରେ ପୁରସ୍କାର ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ । ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି । ଚାଷୀଙ୍କ ସୁବିଧା ପାଇଁ ନାଟି ଗାଁ ପଣ୍ଡାସାହିଠାରେ ଏକ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲା ମାତ୍ର ନିର୍ମାଣର ୬ ମାସ ପରେ ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରଠାରୁ ଏହା ଅଚଳ ହୋଇପଡ଼ିଛି । ଫଳରେ ପ୍ରାୟ ୫୦ ଏକର ଜମିରେ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ।

Advertisment

ପାଣି ଅଭାବରୁ ଶୁଖିଲା ଗଛ ଫାଟି ଆଁ କରିଛି । କେବଳ ଏତିକି ନୁହେଁ ମାଟି ଲଙ୍କା, କୋଟି, ଟମାଟୋ ସବୁ କିଆରୀ ଶୁଖିଲା ପଡ଼ିଛି । ପଞ୍ଚାୟତର ଅଧିକାଂଶ ଲୋକେ ପ୍ରାୟତଃ କୃଷି ଉପରେ ନିର୍ଭରଶୀଳ ଦେବୀକନ୍ଦଳ ଦ୍ୱୀପାଞ୍ଚଳ ହୋଇଥିବାରୁ ଏଠାକୁ କେନାଲ ସୁବିଧା ମଧ୍ୟ ନାହିଁ ।

ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଚାଷୀ ଏହାକୁ ନିର୍ଭର କରି ଚାଷ କରିଥିଲେ ପ୍ରକଳ୍ପ ଅଚଳ ହେବା ପରେ ଲୋକେ ପୋଖରୀରୁ ପାଣି ପମ୍ପ ଯୋଗେ ଜମିକୁ ଜଳସେଚନ କରୁଥିଲେ । ହେଲେ ଏବେ ଖରା ବଢ଼ିବାରୁ ପୋଖରୀ ମଧ୍ୟ ଶୁଖିବାକୁ ବସିଲାଣି ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର ଅଭିଯୋଗ କରିଛନ୍ତି ଚାଷୀ ।

Advertisment
Farmers Problems In Odisha Farmers Problem
Advertisment
Advertisment