Advertisment

ବଢିବ ନାହିଁ ବିଦ୍ୟୁତ ଶୁଳ୍କ

ପ୍ରେସମିଟ୍ କରି କଣ କହିଲେ OERC ସଚିବ

author-image
Chandan Shishu
ଅଦ୍ୟତନ ହୋଇଛି
Electricity

Electricity

ବଢିବନି ବିଦ୍ୟୁତ ଦର। ଅପରିବର୍ତ୍ତିତ ରହିଲା ରିଟେଲ ବିଦ୍ୟୁତ ଶୁଳ୍କ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର। ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ। ବିଦ୍ୟୁତ ଦର ପ୍ରସଙ୍ଗରେ OERC ସଚିବ ପ୍ରିୟବ୍ରତ ପଟ୍ଟନାୟକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି। 

Advertisment
  • ପୂର୍ବବର୍ଷ ଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା
  • ୫୦ରୁ ୨୦୦ ୟୁନିଟ ଯାଏ ଦର ୪ ଟଙ୍କା  ୮୦ ପଇସା
  • ୨୦୦ରୁ ୪୦୦ ୟୁନିଟ ଯାଏ ଦର ୫ ଟଙ୍କା ୮୦ ପଇସା
  • ୪୦୦ ୟୁନିଟରୁ ଅଧିକ ହେଲେ ଦର ୬ ଟଙ୍କା ୨୦ ପଇସା

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା କରିଛନ୍ତି କମିଶନ:-

  • ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ
  • ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ
  • କୃଷି କ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି
  • ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ୍ ଧାର୍ଯ୍ୟ
Advertisment

ଏନେଇ ବିଦ୍ୟୁତ ଉପଭୋକ୍ତା ସଂଘର ଆବାହକ ରମେଶ ଶତପଥୀ କହିଛନ୍ତି ଯେ ଏଠି ବିଦ୍ୟୁତ ଦର ନବଢାଇବା ବଡ଼ କଥା ନୁହେଁ। ଏଠି ସବସିଡି ଦିଆଯାଇ ନିର୍ଦ୍ଦିଷ୍ଟ ୟୁନିଟ୍‌ ପର୍ଯ୍ୟନ୍ତ ଛାଡ଼ କରାଗଲା ନାହିଁ। ଦିଲ୍ଲୀ, ପଞ୍ଜାବ ରାଜ୍ୟରେ ଇଲେକ୍ଟ୍ରି ୟୁନିଟ୍‌କୁ ନେଇ ସବସିଡି ଦିଆଗଲାଣି କିନ୍ତୁ ଓଡ଼ିଶାରେ ହୋଇପାରିଲା ନାହିଁ। ଏନେଇ ବାରମ୍ବାର ବାରମ୍ବାର ଅଭିଯୋଗ କଲେବି କୌଣସି ପଦକ୍ଷେପ ନାହିଁ। ଆମ ପାଇଁ ଅନେକ ସୁବିଧା ଥାଇ ମଧ୍ୟ ରାଜ୍ୟବାସୀ ଏଥିରୁ ବଞ୍ଚିତ ହେଉଛନ୍ତି। 

OERC Electric Bill
Advertisment
Advertisment