Advertisment

Ananta Das Passes Away: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କର ଆଜି ହେବ ଶେଷକୃତ୍ୟ

ଗତକାଲି ଭୋର ୩ଟା ୩୦ ସମୟରେ ଭୂବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ ଦାସ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Ananta Das Passes

Ananta Das Passes

ଭୋଗରାଇର ପୂର୍ବତନ ବିଧାୟକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ଙ୍କ ଆଜି ହେବ ଶେଷକୃତ୍ୟ। ପୈତୃକ ଗାଁ କୁରୁଠିଆରେ ତାଙ୍କ ଶେଷକୃତ୍ୟ କରାଯିବ ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି । ଗତକାଲି ଭୁବନେଶ୍ୱରରୁ ଆଣି ବାଲେଶ୍ୱରରେ ବାସଭବନରେ ରଖାଯାଇଥିଲା ମରଶରୀର । ସେଠାରେ ବହୁ ରାଜନେତା ଓ ସମର୍ଥକ ଦିବଗଂତ ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଥିଲେ।

Advertisment

ଗତକାଲି ଭୋର ୩ଟା ୩୦ ସମୟରେ ଭୂବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଅନନ୍ତ ଦାସ। ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ।

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

Advertisment

ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗାଁରେ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ଦାସ। ୨୦୦୪ରୁ ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ପ୍ରଥମେ ଆସିଥିଲେ ବିଧାନସଭା। ଲଗାତାର ୪ ଥର ବିଜେଡିରୁ ଏଠାରୁ ବିଧାୟକ ଥିଲେ।

୨୦୧୪ରେ ନବୀନ ସରକାରରେ ସେ ଥିଲେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ। ବାଲେଶ୍ବର ଜିଲ୍ଲାର ଜଣେ ପ୍ରଭାବଶାଳୀ ଓ ଟାଣୁଆ ନେତା ଥିଲେ ଅନନ୍ତ ଦାସ।

ଅଧିକ ପଢ଼ନ୍ତୁ: ଶୋକରେ ବୁଡିଲା ଦାରିଙ୍ଗବାଡି; ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି

BJD Bhograi BJD Leaders
Advertisment
Advertisment