ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ହାତରେ ରହିଛି ଏକାଧିକ ପ୍ରସଙ୍ଗ। ଏହାକୁ କିଭଳି କାଉଣ୍ଟର କରିବେ ଶାସକ ଦଳ? ବଜେଟ୍ ଅଧିବେଶନର ଟିକିନିଖି ଖବର ଜାଣନ୍ତୁ
15:16 PM(3 years ago )
ମାଓପ୍ରବଣ ଜିଲ୍ଲା ସଂଖ୍ୟା ୨୧ରୁ ଖସି ଏବେ ୧୦ରେ ପହଞ୍ଚିଛି। ବଜେଟ୍ ଅଧିବେଶନ ଅଭିଭାଷଣରେ ଏହା କହିଛନ୍ତି ରାଜ୍ୟପାଳ ଗଣେଣୀ ଲାଲ। ସେ କହିଛନ୍ତି ଯେ ୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଥିବା ସେ କହିଛନ୍ତି।
13:06 PM(3 years ago )
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଗଣେଣୀ ଲାଲ ନିଜ ଅଭିଭାଷଣ ରଖିଛନ୍ତି। ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି। କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
12:18 PM(3 years ago )
ବଜେଟ ଅଧିବେଶନରେ ରାଜ୍ୟପାଳ ଗଣେଣୀ ଲାଲଙ୍କ ଅଭିଭାଷଣ: ୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ, ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଛି #BudgetSession #OdishaAssembly
— ଓଟିଭି (@otvkhabar) March 25, 2022
12:06 PM(3 years ago )
12:06 PM(3 years ago )
12:05 PM(3 years ago )
12:03 PM(3 years ago )
ସବୁ କଚ୍ଚାଘରକୁ ପକ୍କା ଘର କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ବିଜୁ ପକ୍କା ଘର ଯୋଜନାରେ ୩୧ ଲକ୍ଷ ପକ୍କା ଘର ଦିଆଗଲାଣି। ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ସହାୟତା ମିଳିଛି। ମରାମତି ପାଇଁ ହିତାଧିକାରୀ ପିଛା ୩ ହଜାର ଟଙ୍କା ପ୍ରଦାନ କରାଯାଇଛି: ରାଜ୍ୟପାଳ#BudgetSession #Odisha
— ଓଟିଭି (@otvkhabar) March 25, 2022
12:02 PM(3 years ago )
ଚାଷୀମାନଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯାଉଛି।
— ଓଟିଭି (@otvkhabar) March 25, 2022
୨୦୨୦-୨୧ରେ ୫୭ ଲକ୍ଷ ଚାଷୀ ପରିବାରକୁ ସହାୟତା ମିଳିଛି। ବଳରାମ ଯୋଜନାରେ ଭୂମିହୀନ, ଭାଗଚାଷୀଙ୍କୁ ସହାୟତା ଦିଆଯାଉଛି। ଚାଷୀଙ୍କୁ ୫୦ ହଜାର ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି: ରାଜ୍ୟପାଳ#BudgetSession #Odisha
12:02 PM(3 years ago )
#ବିଧାନସଭା_ବଜେଟ_ଅଧିବେଶନ_ଆରମ୍ଭ
— ଓଟିଭି (@otvkhabar) March 25, 2022
ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ଙ୍କ ଅଭିଭାଷଣ-
ସିଡିଏସ୍ ବିପିନ ରାୱତଙ୍କ ସମେତ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ।ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟପାଳ#BudgetSession #Odisha pic.twitter.com/DBGv3Rk2rE
12:01 PM(3 years ago )
-ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ
— ଓଟିଭି (@otvkhabar) March 25, 2022
- ଦୀର୍ଘ ଦିନ ପରେ ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- କୋଭିଡ୍ ପରଠୁ ଭର୍ଚୁଆଲ୍ ମୋଡ୍ରେ ଉପସ୍ଥିତ ରହୁଥିଲେ ନବୀନ
#BudgetSession #Odisha
11:47 AM(3 years ago )
ଆଜିଠାରୁ ପୁଣି କମ୍ପିବ ବିଧାନସଭା। ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି।