/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648089613.jpg)
Fascinating Relationship With Human
ମାଆର ମମତା କାହା ପାଇଁ କମ୍ ନୁହେଁ କି କାହା ପାଇଁ ଅଧିକ ନୁହେଁ । ମାଆ ସାମ୍ନାରେ ସମସ୍ତେ ସମାନ। ତାର ପଣତକାନିରେ ଟିକିଏ ମୁହଁ ପୋଛି ଦେଲେ ଲାଗେ ସତେ ଯେମିତି ପୃଥିବୀରେ ଆଉ କିଛି ନାହିଁ। ବିଶ୍ୱର ସବୁ ସୁଖ ମାଆର ପଣତକାନିରେ ହିଁ ଲୁଚି ରହିଛି । ଆଉ ଆପଣ ଯେଉଁ ଦୃଶ୍ୟ ଆପଣଙ୍କ ମୋବାଇଲ ସ୍କ୍ରିନରେ ଦେଖୁଛନ୍ତି, ତାହାକୁ ବୁଝାଇବା ପାଇଁ ବୋଧହୁଏ ଶଦ୍ଦ କମ୍ ପଡ଼ିବ।
ଦେଖୁନାହାନ୍ତି କେମିତି ଛୁଆ ମାଙ୍କଡ଼ିଟି ଏହି ମାଆ ଜଣଙ୍କ ପାଖରେ କେମିତି ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ପକାଉଛି ତ ଆଉ କେତେବେଳେ କାନକୁ କାମୁଡ଼ି ପକାଉଛି। କାରଣ ସେ ଜାଣିଛି ଏଇ ସ୍ଥାନରୁ ନିରାପଦ ସ୍ଥାନ ସଂସାରରେ ଆଉ କୋଉଠି ବି ନାହିଁ । ଏ ଦୃଶ୍ୟକୁ ବି ଟିକିଏ ଭଲରେ ଦେଖନ୍ତୁ। ମହିଳା ଜଣକ ଶୋଇ ପଡ଼ିଛନ୍ତି । ଆଉ କୁନି ମାଙ୍କଡ଼ ଛୁଆଟି କେମିତି ତାଙ୍କ ଉପରେ କୁଦି ପଡ଼ୁଛି ତ ପୁଣି କେବେଳେ ନାକକୁ କାମୁଡ଼ି ଦେଉଛି।
ମାଙ୍କଡର ପାଟି ସିନା ଖୋଲୁନି, ହେଲେ ଅନେକ କଥା ସେ ତା ଆଖିରେ ହିଁ କହିଦେଉଛି। ଆଉ ଏ ଶଦ୍ଦକୁ ଆପଣ କାନପାରି ଟିକିଏ ଶୁଣନ୍ତୁ । କେମିତି ଏହି ମହିଳାଙ୍କ ଗାଲକୁ ସେ ଗେଲ କରି ପକାଉଛି । ସତରେ ମାଆର ଅନାବିଳ ସ୍ନେହର ବନ୍ଧନରେ ବାନ୍ଧି ହୋଇ ରହିଛି ଏ ମାଙ୍କଡ଼ ଛୁଆ। ସେ ଭାବୁଛି ବୋଧହୁଏ ମାଆ ଥକିପଡ଼ି ବିଶ୍ରାମ ନେଉଛି। ତେଣୁ ସେ ତା ମାଆ ପାଖରୁ ଟିକିଏ ସମୟ ଦୂରେଇ ରହୁନି ବରଂ ମାଆ ପାଖରେ ହିଁ ପଡ଼ିରହିଛି।
ନିଜର ଚେଁ ଚେଁ ଶବ୍ଦରେ ନିଜର ପ୍ରେମର ପରିଭାଷାକୁ ସେ ବୁଝାଇବାକୁ ଚେଷ୍ଟା କରୁଛି। ଯେମିତି କହୁଛି ମାଆଲୋ ମତେ ଟିକିଏ କାଖା । ସେ ବି ନିଜ ଜିଦରେ ନଛୋଡ୍ ବନ୍ଧା। ଯେତେ ପର୍ଯ୍ୟନ୍ତ ମାଆ ତାର କଥା ଶୁଣିନି ସେ ବି ପଛକୁ ହଟୁନି। ଆଉ ତାର ଚେଁ ଚେଁ ଶବ୍ଦରେ ମାଆର ଯେତେବେଳେ ନିଦ ଭାଙ୍ଗୁଛି । ଭୋକ ହେଲାଣି କି ପଚାରିବାରୁ ମାଆ କୋଳକୁ ଡେଇଁ ପଡ଼ୁଛି ଏହି ଛୁଆ ମାଙ୍କଡ଼।
ଯେତେବେଳେ ପପୁ ବୋତଲରେ କ୍ଷୀର ଗୋଳାଯାଉଛି ସେ ବୋତଲ ଠିପିକୁ କାମୁଡ଼ି ଧରୁଛି । ଆଉ କ୍ଷୀର ପ୍ରସ୍ତୁତ ହେବା ପରେ ମାଆର କୋଳରେ ବସି ଢକ ଢକ କରି କ୍ଷୀର ପିଇଯାଉଛି । ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣନ୍ତି। ମାଆର କୋଳ ପୃଥିବୀର ସବୁଠୁ ସୁରକ୍ଷିତ ଜାଗା । ଆଉ ମଣିଷ ନହେଲେ ବି ଏ ମାଙ୍କଡ଼ ଛୁଆ ତାହାକୁ ଅକ୍ଷରେ ଅକ୍ଷରେ ବୁଝିଛି। ସୋସିଆଲ ମିଡ଼ିଆରେ ମଧ୍ୟ ଏହି ମାଙ୍କଡ ଛୁଆର ଭିଡ଼ିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। କେମିତି ମାଆ ସାମ୍ନାରେ ସମସ୍ତେ ସମାନ । ସେ ମଣିଷ ହେଉ କି ମାଙ୍କଡ଼ ଏ ଦୃଶ୍ୟ ତାହାର ଶ୍ରେଷ୍ଠ ଉଦାହରଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)