ସତେ କି ଦୁଇ ଭଉଣୀ? ଆଃ କି ଦୃଶ୍ୟ ଦେଖିଲା ଏ ନୟନ? ରଜ ଦୋଳିରେ ବସି ମାଡାମ୍କୁ କିଏ ଝୁଲାଉଛି କିରେ? ଦେଖୁନୁ ନାରଣ....ସବୁ କଣ ଆମେ କହିବୁ?
ଆଲୋ ଆଲୋ ଇଏ କ’ଣ? ରଜରେ କଣ ଏମିତି ସାଙ୍ଗ ହୋଇ ଦୋଳି ଖେଳୁଛନ୍ତି ଦୁଇ ମନ୍ତ୍ରୀ....ହଁ, ଏମାନେ ଭାବୁଥିବେ ଆମେ ଦୁଇମନ୍ତ୍ରୀ ତୁଷାର-ସମୀର ନବୀନଙ୍କ ଭାରି ପସନ୍ଦ....ଦେଖୁନୁରେ ନାରଣ କେମିତି ସାଙ୍ଗ ହୋଇ ଖେଳୁଛନ୍ତି ଦୋଳି...
ଆଲୋ ଆଲୋ ଇଏ କ’ଣ? ଏଡ଼େ ବଡ ବଡ଼ ସିଂହ, ପୁଣି ତା’ ସାଙ୍ଗରେ ଲାଗୁଛି ଏଇ ଛୋଟିଆ ଘୁଷୁରୀ। ଇଏ ବଳଦ କଣ ତାକୁ ନମାରି ଦୌଡ଼ି ପଳାଇଲା? ଇଏ ପାଠୁଆ ବଳଦ....ଭାବିଲା, ଇୟା ସାଙ୍ଗରେ ଲାଗିବି କାହିଁକି ସ୍ୱାଇନ ଫ୍ଲୁ କୁ ଡାକିବି କାହିଁକି?
ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...
ଆଲୋ ଆଲୋ ଇଏ କଣ? ଏ ହାତୀର ମୁଣ୍ଡ ଖରାପ ହୋଇଗଲାଣି ନା କଣ? ଦେଖୁନାହାନ୍ତି କେମିତି କୁକୁଡ଼ାକୁ ଜୋରସୋରରେ ଗୋଡ଼ାଉଛି ହାତୀ...ଇଏ ଆଜି ନାମ ନବରେ ନାରଣ
ପୂର୍ବତନ ସାଂସଦ ତଥାଗତ ସତପଥୀ ବହୁତ ଚେଷ୍ଟା କଲେ । କିନ୍ତୁ ପାରିଲେନି । ଜିତିଗଲେ ଜଣେ ବିଧାୟକ । ଏଥିପାଇଁ ସୁର ଭାଇ ଦାୟୀ ନା କେନ୍ଦ୍ର ଦାୟୀ ।
ଆଲୋ ଆଲୋ ପୋଲିସ ମାଡ଼ାମ ହାଲିଆ ହୋଇଗଲେ। ନାରଣରେ...ଇଏ ଯୋଉ ଧକ୍କା ମାରୁଛନ୍ତି କିଏ ଏମାନଙ୍କୁ ଅଟକାଇବ ଯେ? ଦେଖୁନୁ...ଏ ମାଡାମ୍ ଠେଲାପେଲା କଲେ କିନ୍ତୁ ନିଜେ ଖଣ୍ଡିଆ ହେଲେ। ଆଜି ୟାଙ୍କ ଜୋସ୍ ସାମ୍ନାରେ ସବୁ ଫିକା। ଦେଖନ୍ତୁ ପବ୍ଲିକ୍-ପୋଲିସ ଖଣ୍ଡଯୁଦ୍ଧ.....
ଆଲୋ ଆଲୋ...ଇଏ ମିଟିଂ ଚାଲିଥିବା ବେଳେ ବିଧାୟକ କଣ ସ୍ଲିପିଂ କଲେ? ଆଖିକୁ ଟିକିଏ କ୍ଲୋଜ୍ କରି ଦେଖୁନୁରେ ନାରଣ....୪ ଦିନ ନିଦ ଏଇଠି ବୋଧହୁଏ ପୂରଣ କରୁଛନ୍ତି କୋରେଇ ବିଧାୟକ
ତୁମ କଥାରେ କଣ ମୁଁ ଆଇଚି? ତୁମେ କିଏ ମ? ଆଲୋ ଆଲୋ ରାସ୍ତାରେ ଏମିତି କଣ ରାଗିଗଲେ ସଜସଜ ମେୟର ହୋଇଥିବା ସୁବାସ ଭାଇ? ଆଉ....ତୁମେ ତାଙ୍କ କର୍ମ ଭୂଇଁ ଉପରେ ତାଙ୍କୁ ଏମିତି କହିବ ସିଏ ରାଗିବେନି...ଆରେ ଏଇଠି କାହାର ଇଜ୍ଜତ କିଏ ନେଲା?
ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?
ହେଇଟି...ହାଉଲେ। ମାମୁଁ ବସିଛନ୍ତି ଦୁଆରେ, ଆଗେ ପକେଟ୍ରୁ ୧୦୦ କାଢ, ପରେ ଆଗକୁ ବଢ। ଆଲୋ ଆଲୋ, ଫୁଲ୍ ୟୁନିଫର୍ମରେ ଇଏ କଣ ବଟି ଆଦାୟ କରୁଛନ୍ତି। ନାରଣ, ତୁ ଜାଣିନୁ କି? ଚାକିରି କରିବ ପୋଲିସ୍ ଆଉ ମାଛ ଖାଇବ....
ମୋ ବୋଉଲୋ.....ପଳାରେ ନାରଣ। ଇଏ ପା’ ଶ୍ରଦ୍ଧାର ମାଡ଼। ନାରଣ ତୁ ଖାଉନୁ? ଇଲୋ ବୋଉ...ଇଏ ଯେତେ ଜୋର ବାଡ଼ି ଉଠାଉଛନ୍ତି ସେଇଠି ପିଠି ରହିବ ତ? ନାରଣ ଛାଡ଼ି ଦେ’...ନା ଆଉ ମଦ ପିଇବୁ?
ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ
ଏ ଡ୍ରାଇଭର ତଳକୁ ଓହ୍ଲା। ତୁମେ ଗାଡ଼ି ଭିତରକୁ ଆଣିଲ କାହିଁକି? ଏଇଟା କଣ ଗ୍ୟାରେଜ୍? ଗାଡ଼ି ଖରାପ ହେଲା ବୋଲି ଏଠିକି ନେଇ ଆଇଲ? ନାରଣ ଆଜି ନାରଣର ଅବସ୍ଥା ଏମାନେ ଘାଇଲା କରିଦେବେ ଲାଗୁଛି....
ନନ୍ଷ୍ଟପ୍ ଧପ୍ଧପ୍ ହେଉଛି ଲାଇଟ୍। ମୋ ବୋଉଲୋ ଭୂତ ଆଇଲା କି !! ଭାଇ ଏ ବ୍ୟବସ୍ଥାକୁ ଶହେ ଧିକ୍। ନାରଣ ତୋ ଜୀବନରେ ଏମିତି ବିଚିତ୍ର ଲାଇଟ୍ବ୍ୟବସ୍ଥା କେବେ ଦେଖିଛୁ?
ଆଲୋ ଆଲୋ ଆ.. ଖାଇବା ଆମେ ଗୁପ୍ଚୁପ୍। ଇଲୋ ଦେଈ....ତୁ ଗୁପ୍ଚୁପ୍ ଖାଇବୁ କି? ଆସୁନି...ଏଇନା ତତେ ଯୋଉ ପୁଚୁକା ଖୁଆଇବି ତୁ ଖାଇବା ପରେ ତୋର ଯାହା ହେବ...ସେ କଥା କଣ ମୁଁ କହିପାରିବି? ନାନିଲୋ...ଜମା ଖାଆନା....
ଆଲୋ ଇଏ କଣ? ଭାଇ କୋଉ ସିରପ୍ ପିଇଛନ୍ତି କି? ଉଦୁଉଦିଆ ଖରାବେଳେ ଇଏ କ’ଣ ଏମିତି ରାସ୍ତାରେ ଗଡ଼ୁଛନ୍ତି। ଭାଇଲୋ...କଣ ଏମିତି ପିଇଛ କି? ଜମାରୁ ନିଦ ଛାଡ଼ୁନି...ନାରଣ ଦେଖୁନୁ ୟାଙ୍କ ଅବସ୍ଥା
ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍ଅପ୍ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?
ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ
ମୋ ବୋଉଲୋ। ଆଲୋ ଏଇ ରାସ୍ତାରେ ମହାନଦୀ କୁଆଡ଼ୁ ଆଇଲା କିରେ? ଏତେ ଜୋର୍ରେ କ’ଣ ପାଣି ମାଡ଼ି ଆସିଲାଣି? ନାରଣ...ମାରିଦେବୁ କି? ବିନା ଟେନ୍ସନ୍ରେ ବୁଢୀ ମାଉସୀ କିନ୍ତୁ ଅଖା ଧୋଇ ଶୁଖେଇଲାଣି, ଦେଖୁନୁ ଟିକିଏ.....
ପିସିସି ସଭାପତି ଚୌକି ପଦ ତ ଗଲା.. କିନ୍ତୁ ଇଏ କୋଉ ଖୁସିରେ ଏତେ ମିଠା ଆଉ ଚା’ ଦେଉଛନ୍ତି କିରେ ନିରଞ୍ଜନ ବାବୁ? ଦେଖୁନ...କେମିତି ଗୁରୁକୁ ଡାକି ମିଠା ଆଉ ଚା’ ପାଇଁ ଅର୍ଡର ଦେଉଛନ୍ତି ପଟ୍ଟନାୟକ ସାର୍
ଆଲୋ ଆଲୋ ଇଏ କଣ ହେଲା? ଷ୍ଟେଜ୍ ଉପରେ ଧନୁର୍ଦ୍ଧରଙ୍କ ପ୍ୟାଣ୍ଟ ଖୋଲିଗଲା। ଇଏ ଚିତ୍ରାଳୟ ବାଲା ବୋଧହୁଏ ପ୍ୟାଣ୍ଟ ଡୋରକୁ ଭଲରେ ଟାଇଟ୍ କରିନାହାନ୍ତି...ନାରଣ ତୁ କଣ ଦେଖିଲୁରେ?
କ’ଣ ନ ଦେଖିଲାରେ ଏ ନେତ। ମନ୍ତ୍ରୀ ମହାଶୟ କୋଉଠି ଥିଲେ କେଜାଣି। ମଗ ଧରି ହଠାତ୍ ଆସି ପାଇଖାନା ଭିତରେ ପଶିଗଲେ। ଆଉ ବାହାରିବା ପରେ ବିଡ଼ିଓଙ୍କ ଉପରେ ହେଲେ ଖାଲି ରାଉରାଉ...
ଏ ତହସିଲଦାର ମ୍ୟାଡମଙ୍କୁ ମାନିବାକୁ ହବ। ଯିଏ ଦେଖିଛି, ସେ ହିଁ କହିପାରିବ ସବୁ କିଛି। ଶୁଣୁନ, ମ୍ୟାଡମଙ୍କ ବିଷୟରେ କ’ଣ କହୁଛନ୍ତି ଏମାନେ...
ହଇରେ ନାରଣ ଏଠି କଣ ଚାଲିଛି କିରେ... କୁକୁଡା ଗାଡି ପଛେ ପଛେ ଯାଉଛି ନାଲିବତୀ ଗାଡି। ଅଧ ବାଟରେ ଏ କଣ ହଉଛି... ଶୂନ୍ୟରେ ଏ ଗାଡିରୁ ବାହାଉଛି ହାତ, ସେ ଗାଡିରୁ ବାହାଉଛି ହାତ...