Advertisment

Anubhav Mohanty: ଜାଗୃତିଙ୍କ ସହ ପଡ଼ିବ ଅନୁଭବଙ୍କ ହାତଗଣ୍ଠି, ବର୍ଷା ଖୋଜୁଛନ୍ତି କି ଜୀବନ ସାଥୀ ?

ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ହାତଗଣ୍ଠି ପଡ଼ିବାକୁ ଯାଉଛି । ଦିନେ ଏହି ଯୋଡ଼ି ଓଲିଉଡ୍‌ର ସୁପର ଯୋଡ଼ି ଭାବେ ବେଶ୍‌ ଜଣାଶୁଣା ଥିଲେ। ସିନେମା ହଲରେ ବର୍ଷା-ଅନୁଭବଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଖଚାଖଚ ଭିଡ଼ ଜମୁଥିଲା ।

author-image
Tapaswini Nayak
ଅଦ୍ୟତନ ହୋଇଛି
undefined

Anubhav mohanty

ବର୍ଷା... ସେ ଥିଲେ ଅନୁଭବଙ୍କ ବର୍ଷା... ସମୟ ଏକାଠି କରିଥିଲା... ସମୟ ବି ଅଲଗା କରିଦେଲା। ଆଇନ୍‌ ଛାଡ଼ପତ୍ରକୁ ଦେଇସାରିଛି ସ୍ୱୀକୃତି। ଶାଶୁଘର ବି ଆଉ ନିଜର ହୋଇନାହିଁ । ଯିଏ ଭଲପାଇ ନିଜର କରିଥିଲେ ସେ ବି ପର ହୋଇସାରିଛନ୍ତି। ଆଉ ଦେଖିବାକୁ ମିଳୁନି ଏହି ଯୋଡ଼ିକୁ। କି ଆଗକୁ ବି ଆଉ ଦେଖିବାକୁ ମିଳିବନି ଏମାନଙ୍କ ଅଭିନୟ । ମାଇ ଲଭ୍‌ ବର୍ଷା କହୁଥିବା ଅନୁଭବଙ୍କ ମୁହଁରୁ ବାହାରିବନି ବର୍ଷାଙ୍କ ନାଁ ।

Advertisment

ଅଧିକ ପଢ଼ନ୍ତୁ: ଜାଗୃତିଙ୍କ ହାତରେ ଅନୁଭବଙ୍କ ମୁଦି; ଏହି ତାରିଖରେ ପଡ଼ିବ ହାତଗଣ୍ଠି!

କାହିଁକି ନା ମାତ୍ର ଆଉ କେଇଟା ଦିନ ପରେ ଅନୁଭବ ଓ ଜାଗୃତିଙ୍କ ପଡ଼ିବାକୁ ଯାଉଛି ହାତଗଣ୍ଠି । ଦିନେ ଯେଉଁ ଯୋଡ଼ି ଓଲିଉଡ୍‌ର ସୁପର ଯୋଡ଼ି ଭାବେ ବେଶ୍‌ ଜଣାଶୁଣା ଥିଲେ । ସିନେମା ହଲରେ ବର୍ଷା-ଅନୁଭବଙ୍କ ଅଭିନୀତ ଫିଲ୍ମ ଦେଖିବାକୁ ଖଚାଖଚ ଭିଡ଼ ଜମୁଥିଲା । ଆଉ ଏହି ଯୋଡ଼ି ବାସ୍ତବରେ ଯେବେ କପଲ୍‌ ପାଲଟିଥିଲେ ପ୍ରଶଂସକଙ୍କ ଖୁସି ଆହୁରି ଦ୍ୱିଗୁଣା ବଢ଼ିଯାଇଥିଲା । ହେଲେ ସେ ଖୁସିରେ ଯେମିତି ଲାଗିଥିଲା କାହା ନଜର । ମାତ୍ର ବିବାହର କିଛି ବର୍ଷ ପରେ ପାରିବାରିକ କହଳରୁ ଅଲଗା ହୋଇଗଲେ ବର୍ଷା ଅନୁଭବ। ଏବେ ସରିଛି ଛାଡ଼ପତ୍ର, ଆଉ ନୂଆକରି ବିବାହ କରିବାକୁ ଯାଉଛନ୍ତି ଅଭିନେତା ଅନୁଭବ ମହାନ୍ତି ।

ଅନୁଭବଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ହେଉଛି। କୁହାଯାଉଛି ଆସନ୍ତା ୧୧ ତାରିଖରେ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ହାତ ଧରିବେ ଅନୁଭବ। ଏଥିପାଇଁ ନିର୍ବନ୍ଧ ସରିବା ସହ ସମସ୍ତ ପ୍ରସ୍ତୁତି ବି କୁଆଡେ ଶେଷ ହୋଇଛି। ତେଣୁ ରୀତିନୀତି ଅନୁଯାୟୀ ଅଗ୍ନିକୁ ସାକ୍ଷୀ ରଖି ନବ ଦମ୍ପତି ପାଲଟିବାକୁ ଯାଉଛନ୍ତି ଜାଗୃତି-ଅନୁଭବ । ହେଲେ ସେପଟେ ବର୍ଷାଙ୍କୁ ନେଇ ବି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଲାଣି। ଛାଡପତ୍ର ପରେ ଅନୁଭବଙ୍କ ବିବାହ ହେବାକୁ ଯାଉଥିବାରୁ ବର୍ଷାଙ୍କ ବିବାହ କେବେ ବୋଲି ଫ୍ୟାନ୍ସ ମାନେ ପ୍ରଶ୍ନ କଲେଣି ।

Advertisment

ତେବେ ସତରେ କ’ଣ ବର୍ଷା ନିଜର ଜୀବନ ସାଥୀ ଖୋଜୁଛନ୍ତି । ଅନୁଭବଙ୍କ ପରେ ସେ କ’ଣ ବିବାହ କରିବେ ବେଲି ପ୍ରଶ୍ନ କଲେଣି ଫ୍ୟାନ୍ସ ।

ଅଧିକ ପଢ଼ନ୍ତୁ: ଖୋଲି କହିଦେଲେ ଜାଗୃତି, ଅନୁଭବ ହେବେ ଜୀବନ ସାଥୀ।

Anubhav Mohanty Jagrati Shukla Barsha Priyadarshini Ollwood
Advertisment
Advertisment