ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍କୁ ପୋଲିସ ସିଲ୍ କରିଛି ।
ଶର୍ମିଷ୍ଠାଙ୍କ କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍ରେ ନୟାଗଡ଼ ନିଆଯାଇଥିଲା। ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍ ମିଳିଛି।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
ସେ କହୁଥିଲେ ମୁଁ ଜଣେ ସାମ୍ୱାଦିକା। ଷ୍ଟୁଡିଓରେ ବସାଇ କରୁଥିଲେ ଇଣ୍ଟରଭ୍ୟୁ। ହେଲେ ଉଦ୍ଦେଶ୍ୟ ରହୁଥିଲା ଭିନ୍ନ। ଆପତ୍ତିଜନକ ଭିଡିଓ କରିବାକୁ ପଛାଉ ନଥିଲେ। ଯାହାର ଭିଡିଓ କ୍ଲିପ୍ ରହିଯାଇଥିଲା କ୍ୟାମେରାମ୍ୟାନ୍ ପାଖରେ। ଫେରାଇବା ପାଇଁ ବାରମ୍ବାର ତାଗିଦ କରିଥିଲେ। ଶେଷରେ ପ୍ରି-ପ୍ଲାନ କରି ସବୁଦିନ ପାଇଁ ହଟାଇ ଦେଇଥିଲେ। ମାନସ ସ୍ୱାଇଁ ଅପହରଣଠାରୁ ହତ୍ୟା ପର୍ଯ୍ୟନ୍ତ କେମିତି ପ୍ଲାନ କରିଥିଲା ଶର୍ମିଷ୍ଠା ଜାଣନ୍ତୁ...
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ପଛରେ, ସେ କାମ କରୁଥିବା ୱେବ ଚ୍ୟାନେଲ୍ ମାଲିକାଣୀଙ୍କ ସଂପୃକ୍ତି ଥିବା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ତାଙ୍କ ବିରୋଧରେ ପ୍ରମାଣ ଥିବା ନେଇ ସ୍ପଷ୍ଟ କରିଛନ୍ତି ଚାନ୍ଦବାଲି SDPO ।