Advertisment

ପ୍ରେରଣା: ପ୍ରଥମ ମହିଳା ମେକାନିକ୍, ଯିଏ କରୁଛନ୍ତି ଟ୍ରକ୍‌ ଟାୟାର୍ ମରାମତି

ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।

author-image
Pramod Behera
ଅଦ୍ୟତନ ହୋଇଛି
Women mechanics Adilakshmi famous for fixed puncture truck tyre

Women mechanics Adilakshmi famous for fixed puncture truck tyre

ଆଜିକାଲି ମହିଳାମାନେ ଆଉ ପଛରେ ନାହାନ୍ତି। ସେମାନେ ବି ପୁରୁଷ ସହ କାନ୍ଧ ମିଳେଇ ଚାଲିଲେଣି। ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ତେଲେଙ୍ଗାନାର ୟେଡାଲପଲ୍ଲୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।

Advertisment

ଯେଉଁ କାମକୁ ସାଧାରଣତଃ ପୁରୁଷମାନେ କରନ୍ତି ସେମିତି କିଛି କାମ କରି ସେ ଚର୍ଚ୍ଚାରେ ଅଛନ୍ତି। ଦେଖିବାକୁ ଗଲେ ଆଦିଲକ୍ଷ୍ମୀ ପେଷାରେ ଜଣେ ମେକାନିକ୍। ଯାହା ସମ୍ପୁର୍ଣ୍ଣ ଭାବରେ ପୁରୁଷମାନଙ୍କ ଦ୍ୱାରା କରାଯାଏ। ତେବେ ଏହି କାମରେ ନିକର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ତାଙ୍କୁ କମ ସମସ୍ୟାର ସମ୍ମୁଖିନ ହେବାକୁ ପଡିନି।

ତେଲେଙ୍ଗାନାର ଭଦ୍ରାଦି କୋଠାଗୁଡେମ୍ ଗାଁର ରହୁଥିବା ୩୧ ବର୍ଷୀୟ ଆଦିଲକ୍ଷ୍ମୀ ଟାୟାର ମରାମତି କାମ କରନ୍ତି। ଆରମ୍ଭରେ ତାଙ୍କର ଏହି କାମକୁ ଲୋକମାନେ ନାପସନ୍ଦ କରୁଥିଲେ ଓ ତାଙ୍କ ପାଖରେ କାମ କରିବାକୁ ପଛଘୁଞ୍ଚା ମଧ୍ୟ ଦେଉଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର କାମ ପାଇଁ ସେ ତେଲେଙ୍ଗାନାର ଏକ ପ୍ରସିଦ୍ଧ ମେକାନିକ୍ ହୋଇପାରିଛନ୍ତି। କୋଠାଗୁଡେମ ସହର ନିକଟ ସୁଜାତା ନାଗରରେ ଏକ ଛୋଟ ଗ୍ୟାରେଜ ଚଳାଉଥିବା ଆଦିଲକ୍ଷ୍ମୀ ମଟର ସାଇକେଲ୍‌ କାମ କରିବା ସହିତ କାର୍‌ ଏବଂ ଟ୍ରାକ୍ଟର ଟାୟାର ମରାମତି ମଧ୍ୟ କରନ୍ତି।

Advertisment

ଦୁଇ ପିଲାଙ୍କ ମା’ ଆଦିଲକ୍ଷ୍ମୀ ତାଙ୍କ ସ୍ୱାମୀ ଭଦ୍ରମଙ୍କର ଅଟୋମୋବାଇଲ ଦୋକାନରୁ ଟାୟାର ମରାମତି କାମ ଆରମ୍ଭ କରିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ, ସେ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ପାରଦର୍ଶୀ ହୋଇପାରିଛନ୍ତି। ଅନ୍ୟପକ୍ଷରେ, ଯେତେବେଳେ ଆଦିଲକ୍ଷ୍ମୀ ଟ୍ରକ୍‌ର ଭାରୀ ଟାୟାରକୁ ବଦଳାନ୍ତି ସେତେବେଳେ ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ମହିଳା ମେକାନିକ୍ କୁହନ୍ତି ଯେ ପ୍ରଥମେ ଯେତେବେଳେ ସେ ଦୋକାନରେ ବସୁଥିଲେ, ଲୋକମାନେ ତାଙ୍କୁ ଦେଖିବା ପରେ ଫେରି ପଳେଇ ଯାଉଥିଲେ। ଏନେଇ ସେ ବହୁତ ନିରାଶ ଅନୁଭବ କରୁଥିଲେ।

ପ୍ରକାଶଥାଉ ଯେ ଯେତେବେଳେ ତାଙ୍କ ସ୍ୱାମୀ ଟାୟାର ଠିକ୍ କରିବାକୁ ବାହାରକୁ ଯାଆନ୍ତି, ସେତେବେଳେ ସେ ଦୋକାନରେ ବସନ୍ତି। କିନ୍ତୁ ଦୋକାନରେ ମହିଳାଙ୍କୁ ଦେଖି ଅନେକ ଗ୍ରାହକ ଫେରି ଯାଆନ୍ତି। ଏଭଳି ପରିସ୍ଥିତିରେ ସେ ଟାୟାରରେ ପମ୍ପ୍ ଦେବା ଭଳି ଛୋଟ ଛୋଟ କାମ ଆରମ୍ଭ କରିଥିଲେ।

ଆଗ୍ରହ ବଢିବା ସହିତ ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢିଲା। ସେ ତାଙ୍କ ସ୍ୱାମୀଙ୍କୁ ଟାୟାର ମରାମତିରେ ବି ସାହାଯ୍ୟ କରିବାକୁ ଲାଗିଲେ। ସେ କୁହନ୍ତି ଯେ ପ୍ରଥମରୁ ସେ ଚାରୋଟି ପମ୍ପଚର ମାରିଦେଲା ପରେ ଥକି ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେ ଗୋଟିଏ ଦିନରେ ଅନେକ ପମ୍ପଚର ମାରିପାରୁଛନ୍ତି।

Inspirational Story
Advertisment
Advertisment