ଓଟ ଆଖିରେ ଲୁହ । କାମ ସରିଗଲା ବୋଲି ଅଧା ରାସ୍ତାରେ ଛାଡିଦେଲା ମାଲିକ । ବୁଲିବୁଲି ମାଲିକକୁ ଖୋଜୁଛି...ମନେ ମନେ କହୁଛି ରେ ସ୍ୱାର୍ଥପର ମଣିଷ କାମ ସରିଗଲା ପରେ ମତେ ପର କେମିତି କରିଦେଲୁ?
ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ କୁଆଡ଼େ କୁଆଡ଼େ ନବୁଲାଇଛି। ଆଉ ଏବେ ବୁଢା ହୋଇଗଲି ବୋଲି ମତେ ମରଣ ମୁହଁରେ ଏମିତି ଛାଡ଼ି ଦେଇ ପଳାଇବୁ?
କେତେ ସ୍ୱାର୍ଥପର ଏ ମଣିଷ? ଯେଉଁ ଓଟ ପିଠିରେ ବସି ଜୀବନ ସାରା ରୋଜଗାର କଲା। ପରିବାର ଚଳାଇଲା ଆଜି ବୁଢା ହୋଇଗଲା ବୋଲି ମଝି ରାସ୍ତାରେ ମରଣ ମୁହଁରେ ଏମିତି ଅବସ୍ଥାରେ ତାକୁ ଛାଡ଼ି ଦେଇଗଲା। ଏବେ ଉଠିପାରୁନି କି କୁଆଡ଼େ ଯାଇପାରୁନି। ଖାଲି ମୃତ୍ୟୁକୁ କରିଛି ଅପେକ୍ଷା...