• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍‌କୁ ପୋଲିସ ସିଲ୍ କରିଛି । ଚଢାଉ ସହ ଅଫିସକୁ ଚାନ୍ଦବାଲି ପୋଲିସ ସିଲ୍ କରିଛି । ସଂଧ୍ୟାରେ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ଥିବା ଅଫିସ୍‌ରେ ପୋଲିସ ରେଡ୍ କରିଥିଲା । ଏହାସହ ୨ଟି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଗୋଟାଏ କ୍ୟାମେରା ସେଟ୍‌କୁ ମଧ୍ୟ ପୋଲିସ ଜବତ କରିଛି ।

ସଂପୂର୍ଣ୍ଣ ଅଫିସ୍‌ରୁ ପୋଲିସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଥିବା ମଧ୍ୟ ସୂଚନା ମିଳିଛି । ଏହି ଆପାର୍ଟମେଣ୍ଟରୁ ଅପହରଣ ଏବଂ ଶବ ଫିଙ୍ଗିବା ପାଇଁ ବ୍ୟବହୃତ ହୋଇଥିବା ଏକ କାର୍‌କୁ ମଧ୍ୟ ଚାନ୍ଦବାଲି ପୋଲିସ ଜବତ କରିଥିବାର ଜଣାପଡିଛି ।

ୱେବ୍ ଚାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଭାଇ ବନ୍ଧାହେଲେ । ମାନସଙ୍କୁ ଅପହରଣଠୁ ମୃତଦେହ ପୋତିବା ଯାଏଁ ବ୍ୟବହୃତ କାର୍ ବି ମିଳିଗଲା । ଅନ୍ୟତମ ମାଷ୍ଟରମାଇଣ୍ଡ ନିରଂଜନ ସେଠୀ ବି କଷ୍ଟୋଡିକୁ ଗଲେ । ଅଥଚ ପାୱାର୍ କରିଡରର ଜଣାଶୁଣା ଶର୍ମିଷ୍ଠା ଏବେ କେଉଁଠି ? ଜାଣିପାରୁନି ପୋଲିସ ।

ତେବେ ରାଜ୍ୟର ଦୁଇ ଦୁଇ ଜଣ ପ୍ରଭାବଶାଳୀ ମନ୍ତ୍ରୀଙ୍କ ସହ ଶର୍ମିଷ୍ଠାଙ୍କ ଲିଙ୍କ୍ ଅଭିଯୋଗ ପରେ ମାମଲାର ତଦନ୍ତଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବାର କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।