ରାୟଗଡ଼ା ଜିଲ୍ଲା ଗୁଣୁପୁର ସବଡିଭିଜନର ଚନ୍ଦ୍ରପୁର ବ୍ଲକର କିଛି ଗାଁରେ ପିଲାଙ୍କ ପାଇଁ ପାଠ ପଢ଼ିବା ଏକ ବୋଝ ପାଲଟିଛି ।
ଦିନେ ବେଙ୍ଗାଲୁରୁରେ ମୋଟା ବେତନରେ ଚାକିରି କରୁଥିଲେ, ଏବେ ଚାକିରି ଛାଡି ଗାଁରେ ପ୍ୟାଡ୍ ତିଆରି କଲେ। ନିଜେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହିତ ୧୦ ଜଣ ଯୁବତୀଙ୍କୁ ଦେଇଛନ୍ତି ରୋଜଗାର
ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି।
ସାର୍ ବୋଧହୁଏ ନାଲିପାଣି ପକାଇ ଦେଇଛନ୍ତି। ନହେଲେ ଦେଖୁନୁ କେମିତି ଲେଡିଜ୍ଙ୍କ ସାମ୍ନାରେ ଏମିତି କଦର୍ଯ୍ୟ ଭାଷା କହିବା ସହିତ ଗାଲକୁ ଠାଏ ଠାଏ କରି ଚାପୁଡା କଷି ଦେଉଛନ୍ତି...ଛି ଛି....ଇଏ ସ୍ଥାନ କାଳପାତ୍ର କିଛି ଦେଖୁନାହାନ୍ତି...
ଶିକ୍ଷକଙ୍କ ନାଁରେ କଳଙ୍କ। ପେଟେ ନାଲିପାଣି ପିଇଦେଇ ସ୍କୁଲକୁ ଆସିଲେ ଶିକ୍ଷକ। ଅଶ୍ଳୀଳ ଭାଷା କହିଲେ…ବିନା କାରଣରେ ପିଲାଙ୍କୁ ନିର୍ଧୁମ ଛେଚିଲେ….ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଏଇଟା ନିତିଦିନର କଥା
ଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନି ଓଡ଼ିଶା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ସେପ୍ଟେମ୍ବର ୨୭ ବିଶ୍ୱ ପର୍ଯ୍ୟଟନ ଦିବସରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ବା ଭାରତ ପର୍ଯ୍ୟଟନ ପରିସଂଖ୍ୟାନ-୨୦୨୨ରୁ ଏହା ସ୍ପଷ୍ଟ ହୋଇଛି ।
ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ମହଲତ। ଶେଷ ନମ୍ବର ୧ରୁ ୪ ଥିଲେ ଡେଡଲାଇନ୍ ଅୋବର ୩୧। ୫ ଓ ୬ ଶେଷ ନମ୍ବର ପାଇଁ ନଭେମ୍ବର ୩୦ ଯାଏଁ ମହଲତ। ଶେଷ ନମ୍ବର ୭ ଓ ୮ ଥିଲେ ଡିସେମ୍ବର ୩୧ ଯାଏଁ ଡେଡ୍ଲାଇନ୍। ରାଜ୍ୟ ସରାକରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି..
ବେଳାଭୂମି, ଐତିହ୍ୟ ଓ ମନୋରମ ପରିବେଶ ସବୁକିଛି ଥାଉ ଥାଉ, ଆମ ରାଜ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏତେ ପଛରେ କାହିଁକି? ପ୍ରଚାର ପ୍ରସାର ଓ ଭିତ୍ତିଭୂମିର ଅଭାବ ପାଇଁ ଫିକା ପଡ଼ୁଛି କି ଆକର୍ଷଣ? କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଇଣ୍ଡିଆ ଟୁରିଜିମ୍ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ ୨୦୨୧ରେ ଉଭୟ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଦୃଷ୍ଟିରୁ, ଶ୍ରେଷ୍ଠ ୧୦ ରାଜ୍ୟ ତାଲିକାରେ ସ୍ଥାନ ପାଇନି ଓଡ଼ିଶା ।
ବୃତ୍ତିଗତ ପରାମର୍ଶଦାତା ହେଉଛନ୍ତି ସେମାନେ ଯେଉଁମାନେ ଉଭୟ ନୂଆ ଏବଂ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ଏକ ରୋଡ୍ ମାପ୍ ତିଆରି କରିବାରେ ସାହାଯ୍ୟ କରିଥାନ୍ତି। ତେବେ ଆସନ୍ତୁ ଭାରତର ସର୍ବଶ୍ରେଷ୍ଠ ୧୦ ଜଣ ବ୍ୟବସାୟୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକ ବ୍ୟବସାୟକୁ ସଠିକ ଦର୍ଶନ ଏବଂ ଦିଗ ଦେଇଛନ୍ତି।
ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଡେଡଲାଇନ୍ ବଢ଼ାଇଲା ଏସଟିଏ
ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମହଲତ। ଆଜି ସରୁଥିବା ଡେଡ୍ଲାଇନ୍କୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି।
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋର୍ଟ ମୁଖ୍ୟ ବିଚାରପତି ପଦରେ ଆସୀନ ହେବେ।
‘ସତରେ ବିଷ୍ଣୁ ଭାଇ ! ଏହି ପୁସ୍ତକର ମଲାଟରେ ଆପଣ ଜଳୁଛନ୍ତି, ଏକଦମ୍ ଜୀବନ୍ତ ଲାଗୁଛନ୍ତି । ଯେମିତି ଆଗରୁ ଥିଲେ। ଏବେ ବି ଆପଣ ଅଗଣିତ ଶୁଭେଚ୍ଛୁଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି ଓ ରହିଥିବେ ଚିରକାଳ। ଆପଣଙ୍କ ଭଳି ପରୋପକାରୀ ଦରଦୀ ମଣିଷ ଏ ଦୁନିଆରେ ମିଳିବା କଷ୍ଟ।’ ଆଜି ବିରୋଧୀ ଦଳ ଉପନେତା ତଥା ବିଶିଷ୍ଟ ଲେଖକ ବିଷ୍ଣୁ ସେଠୀଙ୍କ ଆଜି ଏକାଦଶାହରେ ଏମିତି ସ୍ମୃତି ଚାରଣ କରିଛନ୍ତି ବନ୍ଧୁ, ଶୁଭେଚ୍ଛୁ ତଥା ‘ଲେଖାଲେଖି’ର ସମ୍ପାଦକ ଇଂ ପ୍ରଦୀପ୍ତ ବେଉରା।
ତିନିତିନି ଜଣଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡିଥିଲେ କଳ୍ପିତ । ଏମିତିକି ୪ ମାସ ହେଲା କାହା ସହ ଠିକ୍ରେ କଥା ହେଉନଥିଲେ କି ଔଷଧ ଖାଉନଥିଲେ ।
ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି।
ନୂଆ ନମ୍ବରପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇଦେବା ଉଦେଶ୍ୟରେ । ହେଲେ ସ୍ଥିତି ସୁଦୁରୁନି ।
ବର୍ଷ ବର୍ଷ ବିତି ଗଲାଣି ହୋଇପାରୁନି ମରାମତି
ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି।
ଦୁଇ ଚକିଆ, ତିନି ଚକିଆ ଯାନ ବାଦ୍ ଯେଉଁ ଗାଡ଼ିରେ ୮ରୁ କମ୍ ସିଟ୍ ଥିବ ସେଥିରେ ଡ୍ରାଇଭର ନିକଟରେ ଆଗରେ ବସୁଥିବା ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ୮ରୁ କମ୍ ସିଟ୍ ବିଶିଷ୍ଟ ଗାଡ଼ିରେ ପଛରେ ଯେଉଁ ଯାତ୍ରୀ ସାମ୍ନାକୁ ମୁହଁ କରି ବସୁଥିବେ ସେମାନେ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।
ସଲପ ରସର ଏକ ସ୍ୱତନ୍ତ୍ର ଚାହିଦା ରହିଛି, ଏହି ଗଛ ଲୋକଙ୍କୁ ମାଲେମାଲ କରିଦିଏ। ଥରେ ସଲପ ରସ ପିଅନ୍ତୁ, ଜାଣିବେ କେତେ ଉପକାରୀ । କୋରାପୁଟ୍ ଗଲେ ସଲପ ରସ ପିଇବାକୁ ଭୁଲିବେନି
୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।
ଆଠଗଡ଼ ବନାଞ୍ଚଳରୁ ଗତକାଲି ରାତିରେ ଚାଲି ଆସିଥିବା ୩ଟି ହାତୀ ଜଗତପୁରର ଜନବସତି ଅଞ୍ଚଳକୁ ପଶି ଆସି ୨ ଜଣଙ୍କୁ ଦଳି ମାରିବା ସହ ଏ ଅଞ୍ଚଳରେ ଆତଙ୍କ ମଚାଇଛନ୍ତି ।
ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କଡ଼ାକଡ଼ି କାର୍ଯ୍ୟକାରୀ କରିବା ସମୟସୀମାକୁୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ।
ସମୟ ବଢ଼ାଇ ହେବକି ନାହିଁ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ