/odishatv-khabar/media/post_attachments/uploadimage/library/16_9/16_9_0/____1664516288.jpg)
HSRP deadline extension Odisha govt to issue notification today
ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି। ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି ଚାଲି ଥିବାବେଳେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏନେଇ ଆଜି ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ସ୍ଲଟ୍ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଥାଉ କି, ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ର ଡେଡ୍ଲାଇନ୍ ଆଜି ସରୁଛି। ନୂଆ ନମ୍ବର ପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଉଥିଲା। ହେଲେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଫଳରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି।
ଅନ୍ୟପକ୍ଷେ, ସ୍ଲଟ୍ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି। କିଏ ଟେକ୍ନିକାଲ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍ଲାଇନ୍ରେ ଆବେଦନ କରିପାରୁନାହାନ୍ତି। ସେହିପରି ଆଉ କାହାକୁ ଡେଡ୍ଲାଇନ୍ର ବହୁ ପରେ ତାରିଖ ମିଳୁଛି। ଏଭଳି ସ୍ଥିତିରେ କ’ଣ କରିବେ, ସେନେଇ ଗାଡ଼ି ମାଲିକ ଅଡ଼ୁଆରେ ପଡ଼ିଛନ୍ତି। ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା।
ହାଇସିକ୍ୟୁରିଟି ନମ୍ବର ପ୍ଳେଟ୍ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆବଶ୍ୟକ ଭିତ୍ତିଭୂମି ନଥାଇ ନିୟମ କାର୍ଯ୍ୟକାରୀ କରିବା ଲାଗି ଡେଡ୍ଲାଇନ୍କୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ସେ ନେଇ ଜଣାଇବାକୁ କୋର୍ଟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)