/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740736160.jpg)
Badrinath Avalanche
ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ । ଚମୋଲି ମାଣା ଗାଁରେ ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ହୋଇଛି । ୫୭ ଜଣ ଶ୍ରମିକ ବରଫ ଅତଡା ତଳେ ଫସି ଯାଇଥିବାବେଳେ ଏବେ ସୁଦ୍ଧା ୧୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ୪୦ ଶ୍ରମିକ ବରଫ ତଳେ ଫସି ରହିଛନ୍ତି । BRO ଓ ITBP ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
जनपद चमोली में माणा गांव के निकट BRO द्वारा संचालित निर्माण कार्य के दौरान हिमस्खलन की वजह से कई मजदूरों के दबने का दुःखद समाचार प्राप्त हुआ।
ITBP, BRO और अन्य बचाव दलों द्वारा राहत एवं बचाव कार्य संचालित किया जा रहा है।
भगवान बदरी विशाल से सभी श्रमिक भाइयों के सुरक्षित होने की…
— Pushkar Singh Dhami (@pushkardhami) February 28, 2025
ସୂଚନା ଅନୁଯାୟୀ, ବର୍ଡର ରୋଡ୍ ଅର୍ଗାନାଇଜେସନ (BRO) ପକ୍ଷରୁ ମାଣା ଗାଁରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ଜଣେ କଣ୍ଟ୍ରାକରଙ୍କ ଦ୍ବାରା ବହୁସଂଖ୍ୟାରେ ଶ୍ରମିକ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ହଠାତ୍ ଏଠାରେ ବଡ ଧରଣର ହିମସ୍ଖଳନ ହୋଇଥିଲା । ଫଳରେ ନିର୍ମାଣସ୍ଥଳରେ କାମ କରୁଥିବା ଶ୍ରମିକମାନେ ବରଫ ତଳେ ଫସି ଯାଇଥିଲେ । ୧୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସେନା କ୍ୟାମ୍ପକୁ ପଠାଯାଇଛି । ଅନ୍ୟ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।
ଅଧିକ ପଢ଼ନ୍ତୁ: ବାପା, ମମ୍ମି Sorry... ଅସହ୍ୟ ହେଲା ସ୍ତ୍ରୀ ନିର୍ଯାତନା, ଝୁଲିପଡିଲେ IT ମ୍ୟାନେଜର
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏହି ଅଘଟଣରେ ଦୁଃଖ ପ୍ରକାଶ କରିବା ସହ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି । BRO, ITBP ସମେତ ଅନ୍ୟ ରେସ୍କ୍ୟୁ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ITBPର ସାହାଯ୍ୟ ନିଆଯାଉଛି ବୋଲି କହିଛନ୍ତି ଧାମୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)