/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664426985.jpg)
Bhadrak village under existential threat due to change in course of Baitarani river
ଆଉ କିଛି ବର୍ଷ ମଧ୍ୟରେ ବୈତରଣୀ ନଦୀରେ ଲୀନ ହୋଇଯିବ ବନ୍ଦାଳ ମଢିଆଳି ଗାଁ। ବର୍ଷକୁ ବର୍ଷ ୩୦ରୁ ୪୦ ଫୁଟ୍ କୂଳ ଖାଉଥିବାରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଏହି ଗାଁ ନକ୍ସାରୁ ଲିଭିଯିବ। ଗାଁଠାରୁ କୋଶେ ଦୂରରେ ଥିବା ବୈତରଣୀ ଏବେ ଆସି ବାଡ଼ିକୁ ଛୁଇଁଲାଣି। ଦୁଲାଖାପାଟଣା ସେତୁ ଓ ମାତ୍ରାଧିକ ବାଲି ଚାଲାଣ ଯୋଗୁ ବୈତରଣୀର ଗତିପଥ ପରିବର୍ତ୍ତନ ହେଉଛି। ଯାହାର ପରିଣାମ ଭୋଗୁଛି ବନ୍ଦାଳ ମଢିଆଳି ଗାଁ। ତେଣୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଗାଁ ଲୋକେ।
ବୈତରଣୀ ନଦୀର ଗତିପଥରେ ପରିବର୍ତ୍ତନ ଯୋଗୁ ବନ୍ଦାଳ ମଢିଆଳି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବର୍ଷକୁ ବର୍ଷ ବୈତରଣୀ ନଦୀ ଗାଁ ଭିତରକୁ ମାଡ଼ି ଆସୁଛି। ଦିନେ ଗାଁଠାରୁ କୋଶେ ଦୂରରେ ଥିବା ନଦୀ ଏବେ ବାଡ଼ି ପାଖରେ ପହଞ୍ଚିଲାଣି। ନଦୀପଠା ଖାଇଯିବା ପରେ ପୈତୃକ ଜମି ବି ନଦୀ ଗର୍ଭରେ ମିଳେଇ ଗଲାଣି। ଏପରି ହେଲେ ଆଉ କିଛି ବର୍ଷ ଭିତରେ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ବନ୍ଦାଳ ମଢିଆଳି ଗାଁ ନକ୍ସାରୁ ଲିଭିଯିବ ବୋଲି ଆଶଙ୍କା ଦେଖାଦେଇଛି। ଭୟଭୀତ ହୋଇ ଲୋକେ ଗାଁ ଛାଡ଼ି ଅନ୍ୟ ଆଡ଼େ ଚାଲି ଯାଉଛନ୍ତି।
ଗାଁ ମୁଣ୍ଡରେ ଥିବା ସ୍କୁଲ୍ ଓ ବାତ୍ୟା ଆଶ୍ରୟସ୍ଥଳୀଠାରୁ ଶ୍ମଶାନ ଯାଏ ବେଶୀ ମାତ୍ରାରେ କୂଳ ଖାଇଛି। ଗାଁର ଉପରମୁଣ୍ଡରେ ଯାଜପୁର ଜିଲ୍ଲାର ଦୁଲାଖାପାଟଣାକୁ ସଂଯୋଗ ପାଇଁ ନିର୍ମାଣ ହେଉଥିବା ପୋଲ ଓ ବେଆଇନ୍ ଭାବେ ମାତ୍ରାଧିକ ବାଲି ଉତ୍ତୋଳନ ଯୋଗୁ ନଦୀ କୂଳ ଖାଉଛି। ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୩୦ ଫୁଟ୍ ଚଉଡ଼ାର ନଦୀପଠା ଅତଡ଼ା ଖାଇ ନଦୀରେ ମିଶିଗଲାଣି। ନଦୀ ପଠା ସୁରକ୍ଷା ପାଇଁ ଗାଁ ଲୋକେ ଜଳସମ୍ପଦ ବିଭାଗ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ତେବେ ଭଦ୍ରକ ଜିଲ୍ଲାପାଳ କହିଛନ୍ତି, ଖୁବଶୀଘ୍ର ବିକଳ୍ପ ବ୍ୟବସ୍ଥା କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)