Advertisment

ଏହିସବୁ ଗାଡ଼ି ନମ୍ବର ପ୍ଲେଟ୍‌ର ଆଜି ସରୁଛି ଡେଡ୍‌ଲାଇନ୍‌, କାଲିଠୁ ଫାଇନ୍‌

ନୂଆ ନମ୍ବରପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
HSRP deadline

Tension Over High Security Registration Plates

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ନେଇ ସରୁନି ଚିନ୍ତା। ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ର ଆଜି ସରୁଛି ଡେଡ୍‌ଲାଇନ୍‌। ନୂଆ ନମ୍ବର ପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ। ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି। 

Advertisment

କିଏ ଟେକ୍ନିକାଲ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍‌ଲାଇନ୍‌ରେ ଆବେଦନ କରିପାରୁନାହାନ୍ତି। ସେହିପରି ଆଉ କାହାକୁ ଡେଡ୍‌ଲାଇନ୍‌ର ବହୁ ପରେ ତାରିଖ ମିଳୁଛି। ଏଭଳି ସ୍ଥିତିରେ କ’ଣ କରିବେ, ସେନେଇ ଗାଡ଼ି ମାଲିକ ଅଡ଼ୁଆରେ ପଡ଼ିଛନ୍ତି। ସେମାନେ ଗାଡ଼ିକୁ ଘରେ ଥୋଇବେ, ନା ପଦାକୁ କାଢିବେ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କୁ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା।  

ହାଇସିକ୍ୟୁରିଟି ନମ୍ବର ପ୍ଳେଟ୍ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଆବଶ୍ୟକ ଭିତ୍ତିଭୂମି ନଥାଇ ନିୟମ କାର୍ଯ୍ୟକାରୀ କରିବା ଲାଗି ଡେଡ୍‌ଲାଇନ୍‌କୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ସେ ନେଇ ଜଣାଇବାକୁ କୋର୍ଟ କହିଛନ୍ତି। 

Advertisment

ସୂଚନାଥାଉ କି, ଆଜି ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି ଶେଷ ହେଉଛି। ଏହାପରେ କଡ଼ାକଡ଼ି ଯାଞ୍ଚ କରାଯାଇ ଫାଇନ୍ ଆଦାୟ ହେବ ବୋଲି ପୂର୍ବରୁ ପରିବହନ ବିଭାଗ ସ୍ପଷ୍ଟ କରିସାରିଛି। ତେବେ ନୂଆ ନମ୍ବର ପ୍ଳେଟ୍ ଲଗାଇ ନଥିଲେ ମଧ୍ୟ ଏଥିପାଇଁ ସ୍ଳଟ୍ ବୁକ୍ କରିଥିଲେ ଫାଇନ୍ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। 

Orissa High Court High Security Registration Plates
Advertisment
Advertisment