Advertisment

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌: ମାସେ ଟେନ୍‌ସନ୍‌ ଫ୍ରି

ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମହଲତ। ଆଜି ସରୁଥିବା ଡେଡ୍‌ଲାଇନ୍‌କୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
HRSP Deadline Extended

HRSP deadline extended

ଆଉ ମାସେ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସମୟ ସୀମା। ଆଜି ସରୁଥିବା ଡେଡ୍‌ଲାଇନ୍‌କୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରାଯାଇଛି। ଅବଧି ବୃଦ୍ଧି ନେଇ ରାଜ୍ୟ STA ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।  ୧, ୨, ୩, ୪ରେ ସରୁଥିବା ନମ୍ବର ପାଇଁ ଶେଷ ତାରିଖ ଅକ୍ଟୋବର ୩୧ ଥିବାବେଳେ ଶେଷ ଅଙ୍କ ୫ ଓ ୬ ପାଇଁ ଡେଡଲାଇନ୍ ନଭେମ୍ବର ୩୦ ତାରିଖ ରହିଛି। 

Advertisment

ଗାଡ଼ି ନମ୍ବରର ଶେଷ ଅଙ୍କ ୭ ଓ ୮ ନମ୍ବର ପାଇଁ ଡିସେମ୍ବର ୩୧ ଶେଷ ତାରିଖ ରହିଛି। ସେହିପରି  ୯ ଓ ୦ ଶେଷ ଅଙ୍କ ଥିବା ନମ୍ବର ପାଇଁ ଜାନୁଆରୀ ୩୧ ଡେଡ୍‌ଲାଇନ୍ ରହିଛି। 

ସୂଚନାଥାଉ କି, ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ର ଡେଡ୍‌ଲାଇନ୍‌ ଆଜି ସରୁଥିଲା। ହେଲେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଫଳରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି। ଯେଉଁମାନେ ନୂଆ ନମ୍ବର ପ୍ଲେଟ୍‌ ଲଗାଇ ନଥିବେ ସେମାନଙ୍କ ପାଖରୁ ଜରିମାନା ଆଦାୟ କରାଯିବ। 

Advertisment

ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି। କିଏ ଟେକ୍ନିକାଲ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍‌ଲାଇନ୍‌ରେ ଆବେଦନ କରିପାରୁନାହାନ୍ତି। ସେହିପରି ଆଉ କାହାକୁ ଡେଡ୍‌ଲାଇନ୍‌ର ବହୁ ପରେ ତାରିଖ ମିଳୁଛି। ଏଭଳି ସ୍ଥିତିରେ କ’ଣ କରିବେ, ସେନେଇ ଗାଡ଼ି ମାଲିକ ଅଡ଼ୁଆରେ ପଡ଼ିଛନ୍ତି।  ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା।  

High Security Registration Plates HSRP Deadline
Advertisment
Advertisment