/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664600692.jpg)
Kin of kidney transplant patient urge Union Minister Dharmendra Pradhan to shift him to AIIMS
କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କୁ ମିଳୁନି ଆବଶ୍ୟକୀୟ ଚିକିତ୍ସା। ରାଜ୍ୟ ସରକାର ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ପାରୁନଥିବା ବେଳେ ସେମାନଙ୍କୁ ମେଡିସିନ୍ ବି ନକଲି ମିଳୁଥିବା ଅଭିଯୋଗ ହୋଇଛି। ତେଣୁ ସେମାନଙ୍କୁ ଏମ୍ସରେ ଚିକିତ୍ସା ଯୋଗାଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ସମ୍ପର୍କୀୟ ଗୁହାରି କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସେମାନେ ଏଭଳି ନିବେଦନ କରିଛନ୍ତି।
ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ, କଟକ SCB ମେଡିକାଲ୍ରେ ଠିକ୍ରେ ଚିକିତ୍ସା ମିଳୁନି। କିଡ୍ନୀ ପ୍ରତିରୋପଣ କରିଥିବା ରୋଗୀଙ୍କ ମଧ୍ୟରୁ ୨୩ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଚିକିତ୍ସା ପାଇବା ପାଇଁ ୮୧ ଦିନ ହେବ ଭୁବନେଶ୍ୱର ଲୋୟର ପିଏମ୍ଜି ଗାନ୍ଧୀ ମାର୍ଗରେ ଧାରଣା ଦେଇଥିଲେ। ହେଲେ ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ଅନ୍ୟପକ୍ଷେ, ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)