• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତ ଧରାଧରି ହୋଇ ଚାଲିଗଲେ ଭାଇଭଉଣୀ । ଉଜୁଡ଼ିଗଡ଼ା ଗୋଟିଏ ପରିବାର । ଭାଇ ମରିବାର ୩ ଦିନ ପରେ ଭଉଣୀର ମୃତ୍ୟୁ ହୋଇଛି । ଛାତି ବାଡ଼େଇ କାନ୍ଦୁଛନ୍ତି ବାପାମା’ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ ।  ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଉଭୟଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ ।

ସୂଚନା ଅନୁସାରେ ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ଆଉ ଆଜି ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ ହୋଇଛି । ଘର ଛାତ ଉପରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଉଭୟ ଭାଇଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ମାତ୍ର ତିନି ଦିନ ବ୍ୟବଧାନରେ ଭାଇଭଉଣୀଙ୍କ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଭାଇକୁ ଝୁରି ଝୁରି ଝିଅର ଜୀବନ ଚାଲିଯାଇଥିବା ମୃତକଙ୍କ ବାପା କହିଛନ୍ତି । ଭଉଣୀ ବାହାରେ ପଢ଼ୁଥିବା ବେଳେ ଭାଇ ଭଉଣୀ ପାଖରେ ପୋଷାକ ପାଇଁ କିଛି ଦିନ ପୂର୍ବରୁ ଜିଦ୍‌ କରିଥିଲା । ହେଲେ ସେ ଡ୍ରେସ୍‌ ଆଣିବା ପୂର୍ବରୁ ହିଁ ଭାଇର ଜୀବନ ଚାଲିଗଲା । ଆଉ ସେହି କଥାକୁ ମନେ କରି କରି ସେ ଦିନ ରାତି କାନ୍ଦୁଥିଲା । ଭାଇ ତ ଚାଲିଗଲା ମୁଁ କାହିଁକି ରହିବି ବୋଲି ସବୁବେଳେ କହୁଥିଲା । ଆଉ ପରିବାର ଲୋକ ତାଙ୍କୁ ବୁଝାଉଥିଲେ । ଶେଷରେ ଆଜି ତାଙ୍କର ବି ଜୀବନ ଚାଲିଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now