EOW ପରେ ଇଡି ଟିମ୍ ପହଞ୍ଚି ତନାଘନା କରିଛି । ମଜୁରୀ ନେଇ ଟଙ୍କା ବଦଳ ଖବର ସାମ୍ନାକୁ ଆସିବା ପରେ ଉଭୟ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି ।
ଗତବର୍ଷ ବାଲିଯାତ୍ରା ସମୟରେ କଟକ ଇନ୍ କଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା । ଏହାକୁ ନବବଧୂ ଭଳି ସଜା ଯାଇଥିଲା । ହେଲେ ଏବେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ।
ମହିଳାଟିଏ ଗର୍ଭବତୀ ହେବା ପରଠୁ ତାର ସମସ୍ତ ଦାୟିତ୍ୱ ସ୍ୱାସ୍ଥ୍ୟ କର୍ମୀ ନେବେ ବୋଲି ସରକାର ଡିଣ୍ତିମ ପିଟୁଛନ୍ତି ।
ଆନନ୍ଦ ବଜାରରେ ଗୋଳିଆ ପାଣି । ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି ।
ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।
କାର୍ତ୍ତିକରେ ଆକାଶ ଛୁଆଁ ଅବଢ଼ା ଦର । ମହାପ୍ରସାଦ ଟିକେ ମନଭରି ଖାଇବାକୁ ଇଚ୍ଛା, ହେଲେ ଦର ଦେଖି କିଣିବାକୁ ଡର..
ଏ ସମସ୍ୟାକୁ ନେଇ ଖପ୍ପା ସୁଆର ଓ ମହାସୁଆର ନିଯୋଗ । ନିଯୋଗ କହିଛି, ଆନନ୍ଦ ବଜାରରେ ପୂର୍ବରୁ କେବଳ ସୁପକାର ସେବାୟତ ମହାପ୍ରସାଦ ବିକିବେ ଏବଂ ଅଣସୁପକାରଙ୍କୁ ତଡ଼ିବାକୁ ନିଷ୍ପତ୍ତି ହୋଇଥିଲା ।
ବିନା କାରଣରେ ୩୨୮ ଆଶାୟୀଙ୍କ ନାମ ଚୂଡାନ୍ତ ତାଲିକାରୁ ପଡ଼ିଛି ବାଦ୍ ପଡିଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ୭ହାଜର ୪୨୮ ନର୍ସିଂ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ପରେ ସାଢ଼େ ୪ ହାଜର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ ।
କୌଣସି ବଜାର ନୁହେଁ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବାସଭବନ ଆଗରେ ପିଆଜ କେଜି ପିଛା ୮୦ ଟଙ୍କାରେ କିଣି ୨୦ ଟଙ୍କାରେ ବିକିଛି ଛାତ୍ର କଂଗ୍ରେସ । ପିଆଜ ଦରବୃଦ୍ଧି ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ଦାୟୀ କରି ଏଭଳି ଢଙ୍ଗରେ ପ୍ରତିବାଦ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।
ଅରୁଣ ରାୟଙ୍କୁ ସରକାରୀ ପ୍ରେସ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଅମୃତ ମୋହନ ପ୍ରସାଦଙ୍କୁ ଜେଲ ବିଭାଗ ଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।
ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ପରାମର୍ଶ ଦିଆ ଯାଇଛି ।
ଗୋଟିଏ ପଟେ ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍ ଘଟଣାକୁ ନେଇ ବିବାଦ ତେଜିବାରେ ଲାଗି ଥିବାବେଳେ ଅନ୍ୟପଟେ ସ୍ୱତନ୍ତ୍ର କୋଶଳ ପ୍ରଦେଶ ଦାବିରେ ନଭେମ୍ବର ୧୫ରେ ମହା କୋଶଳ ବନ୍ଦ ଡାକରା ଦେଇଛି ।
ପ୍ରଜାପତି ଉଦ୍ୟାନ, ଏହି ନାଁ ଟା ଶୁଣିଲେ ଆପଣଙ୍କୁ ନୂଆ ଲାଗୁଥିବା। ଆପଣ ବିଭିନ୍ନ ସମୟରେ ଅନେକ ପ୍ରକାରର ଉଦ୍ୟାନର ନାଁ ଶୁଣିଥିବେ କିମ୍ବା ଦେଖିଥିବେ । କିନ୍ତ ପ୍ରଥମ ଥର ପାଇଁ ଆପଣ ପ୍ରଜାପତି ଉଦ୍ୟାନ କଥା ଶୁଣୁଥିବେ । ହଁ ଆଜ୍ଞା ସମ୍ବଲପୁରରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପ୍ରଜାପତି ଉଦ୍ୟାନ।
ଧାଡ଼ିକୁ ଧାଡ଼ି ହୋଇ ଲାଗିଛି ଡ୍ରାଗନ୍ ଫ୍ରୁଟ୍ ଗଛ I ଗଛ ଗୁଡ଼ିକ ବେଶ୍ ସୁନ୍ଦର ହେବା ସହ ଫଳ ବି ଧରିଛି । ଏହି ଫଳ ସବୁ ପାଚିଲେ ବଜାରକୁ ବିକ୍ରି ପାଇଁ ଯିବ । ଏ ଦୃଶ୍ୟ କେଉଁ ବିଦେଶରେ ନୁହେଁ ବରଂ ଆମ ଓଡ଼ିଶାର । ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ରାଇଛାପଲ ଗାଁରେ ହୋଇଛି ଏହି ସୁନ୍ଦର ଡ୍ରାଗନ ଚାଷ ।
ଶାଳୀନତା ପୂର୍ଣ୍ଣ ପୋଷାକ ବିନା ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆସନ୍ତା ନୂଆ ବର୍ଷଠୁ ଏଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ହେଲେ ତା ପୂର୍ବରୁ ଆଜି କାର୍ତ୍ତିକ ଆରମ୍ଭରୁ ମାର୍ଜିତ ପୋଷାକ କଣ ତାର କିଛି ଝଲକ ଦେଖିବାକୁ ମିଳିଛି ସିଂହଦ୍ବାର ସାମ୍ନାରେ।
ସକାଳ ୯ଟାରୁ ୧୨ ଟା ଯାଏ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ ହେବ । କୋଟି କୋଟି ଜଗନ୍ନାଥ ପ୍ରେମୀ ଏଥିରେ ଯୋଗ ଦେବାକୁ ଦଳ ଆହ୍ୱାନ କରିଛି । ଗତ ଅକ୍ଟୋବର ୧୬ରେ କଂଗ୍ରେସ ବଡ଼ଦାଣ୍ଡରେ ପ୍ରତିବାଦ ରାଲି କରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ଚାରିଦ୍ୱାର ଓ ରତ୍ନ ଭଣ୍ଡାର ଖୋଲିବା ନେଇ ଦାବି ପତ୍ର ଦେଇଥିଲେ ।
ପ୍ରାକୃତିକ ହେଉ କି ମନୁଷ୍ୟକୃତ। ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜିରୋ କାଜ୍ବାଲଟି ନୀତିର ସଫଳ ରୂପାୟନ ଲାଗି ଓଡ଼ିଶା କରୁଛି ବଡ଼ ବନ୍ଦୋବସ୍ତ। ସବୁ ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା, ଭିତ୍ତିଭୂମିକୁ ସୁଦୃଢ଼ କରିବେ ରାଜ୍ୟ ସରକାର।
ଆଗାମୀ ନୂଆ ବର୍ଷରୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍ଜିତ ପୋଷାକ ପରିଧାନକୁ ବାଧ୍ୟତାମୂଳକ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ସେଥିପାଇଁ ପ୍ରତିଦିନ ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ରରେ ମାଇକ ଦ୍ୱାରା ସୂଚନା ଦିଆଯିବା ସହ ସମସ୍ତ ନିଯୋଗ ଓ ହୋଟେଲ ଆସୋସିଏସନକୁ ଅବଗତ କରାଯାଇଛି ।
ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ, ପିଅନଠୁ ମୁଖ୍ୟଶାସନ ସଚିବ, ସମସ୍ତେ ନେବେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ । ସବୁ ସରକାରୀ କର୍ମଚାରୀ ମଧ୍ୟ ବିପର୍ଯ୍ୟୟ ପରିଚାଳନା କୋର୍ସ କରିବାକୁ ବାଧ୍ୟ ।
ପିଆଜ କଳାବଜାରୀ କରୁଥିଲେ ସାବଧାନ ! ଯେଉଁମାନେ କଳାବଜାରୀ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।
ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ମହିଳା ଥାନାରେ ପୋଲିସ ତାଙ୍କୁ ଗିରଫ କରିଛି ।
ଗତକାଲି ଲାଗିଥିବା ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରୁ ପାକ ନିଷେଧ ଓ ହାଣ୍ଡି ଛାଡ କରାଯାଇଥିଲା । ହେଲେ କିଛି ସ୍ଥାନରେ ହେତୁବାଦୀମାନେ ଏହି ପରମ୍ପରାର ବିରୋଧ କରିଥିବା ଦେଖିବାକୁ ମିଳିଥିଲା ।
ରଶ୍ମିତା ଜେନା କୁମାର ପୂର୍ଣ୍ଣିମା ପାଇଁ ସାଜସଜ୍ଜା କରୁଥିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।