Advertisment

ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଆବର୍ଜନାର ପାହାଡ଼ ପାଲଟିଛି ସୈନିକ ସ୍କୁଲ ପଛ

ସହର ଭିତରେ ଅଳିଆର ପାହାଡ଼ । ଇଏ ପାହାଡ଼ ତ ନୁହେଁ ପର୍ବତ । ଗଦା ହୋଇ ରହିଛି ପୁରା ସ୍ମାର୍ଟ ସିଟିର ଅଳିଆ ଆବର୍ଜନା । ପ୍ରତିଦିନ ଟନ୍ ଟନ୍ ଅଳିଆ ବୁହା ହୋଇ ଆସୁଛି, ଆଉ ଖୁନ୍ଦି ଖୁନ୍ଦି ଭର୍ତ୍ତି କରାଯାଉଛି । ମଲା ଗାଈ ଗୋରୁ, କୁକୁର ଏବଂ ପଶୁପକ୍ଷୀଙ୍କ ବି ଏହା ମଶାଣି ପାଲଟିଛି ।

author-image
Tanmay Kumar Mahalik

ପୁଣି ଗନ୍ଧମୟ ପରିବେଶରେ ଅସ୍ତବ୍ୟସ୍ତ ସ୍ମାର୍ଟସିଟି ବାସିନ୍ଦା । ଭୁବନେଶ୍ୱର ଗାଡ଼କଣ ଡମ୍ପିଂୟାର୍ଡର ଦୁର୍ଗନ୍ଧରେ ଫାଟି ପଡୁଛି ଏହାର ଆଖପାଖର ୫ କିଲୋମିଟର ଯାଏଁ ଅଂଚଳ । ରାସ୍ତାକୁ ବାହାରିଲେ ପଚାସଢ଼ା ଗନ୍ଧରେ ଫାଟିପଡୁଚି ପରିବେଶ । ପରିସ୍ଥିତି ଏଭଳି ଯେ ଶ୍ୱାସ ଓ ଚର୍ମ ରୋଗରେ ଆକ୍ରାନ୍ତ ହେଲେଣି ସ୍ଥାନୀୟ ବାସିନ୍ଦା । ସେପଟେ BMC କହୁଛି, ପ୍ରୋସେସିଂ ୟୁନିଟ ତିଆରି ପାଇଁ ସମୟ ଲାଗୁଛି । ଆଉ ୫ମାସ ପର୍ଯ୍ୟନ୍ତ ରାଜଧାନୀ ବାସିନ୍ଦାଙ୍କୁ ଏଭଳି ଦୁର୍ଗନ୍ଧ ସହିବାକୁ ପଡିବ ।

Advertisment
Sainik School Dumping Yard
Advertisment
Advertisment