/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698765008.jpg)
Nursing Officer recruitment
ନର୍ସିଂ ଅଫିସର ନିଯୁକ୍ତିରେ ଘୋଟାଲା ଅଭିଯୋଗ କରିଛନ୍ତି ଆଶାୟୀ ନର୍ସ I ଏହାକୁ ନେଇ osssc ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଆଶାୟୀ ନର୍ସମାନେ । ପୂର୍ବରୁ ତାଲିକାରେ ନାମ ଥିବାବେଳେ ସାର୍ଟିଫିକେଟ ଯାଞ୍ଚ କରିଥିଲେ osssc । ପରେ ଚାକିରି ହେବା ନେଇ ଦେଇଥିଲେ ଆଶ୍ୱାସନା ।
କିନ୍ତୁ ବିନା କାରଣରେ ୩୨୮ ଆଶାୟୀଙ୍କ ନାମ ଚୂଡାନ୍ତ ତାଲିକାରୁ ପଡ଼ିଛି ବାଦ୍ ପଡିଛି । ଯାହାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ୭ହାଜର ୪୨୮ ନର୍ସିଂ ଅଫିସର ପୋଷ୍ଟ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ପରୀକ୍ଷା ପରେ ସାଢ଼େ ୪ ହାଜର ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ଯେଉଁମାନଙ୍କର ଗତ ଅଗଷ୍ଟ ମାସରେ ସାର୍ଟିଫିକେଟ ଯାଞ୍ଚ କରିବା ସହ ଚାକିରି ପକ୍କା ହୋଇଥିବା ନେଇ କୁହାଯାଇଥିଲା ।
ନର୍ସିଂ ଅଫିସର ନିଯୁକ୍ତିକୁ ନେଇ ହାଇକୋର୍ଟ ବଡ଼ ରାୟ ଦେଇଥିଲେ । ଫଳରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫଟିଥିଲା । ମେ' ୧ ତାରିଖର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଥିଲେ । କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ପଦବୀ ସଂରକ୍ଷିତ ରହିବ ବୋଲି କହିଥିଲେ ହାଇକୋର୍ଟ
ଅନ୍ୟ ପଦବୀରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ମଧ୍ୟ ହାଇକୋର୍ଟ କହିଥିଲେ । ନିଯୁକ୍ତିରେ ଅଗ୍ରାଧିକାର ନେଇ ଫାର୍ମାସିଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କରୋନା ଯୋଦ୍ଧା ହିସାବରେ ଅଗ୍ରାଧିକାର ଦାବି କରିଥିଲେ । ମେ' ୧ରେ ନିଯୁକ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଏହାପରେ ନର୍ସିଂ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)