Odisha Disaster Preparedness Day
ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ, ପିଅନଠୁ ମୁଖ୍ୟଶାସନ ସଚିବ, ସମସ୍ତେ ନେବେ ବିପର୍ଯ୍ୟୟ ମୁକାବିଲା ପ୍ରଶିକ୍ଷଣ । ସବୁ ସରକାରୀ କର୍ମଚାରୀ ମଧ୍ୟ ବିପର୍ଯ୍ୟୟ ପରିଚାଳନା କୋର୍ସ କରିବାକୁ ବାଧ୍ୟ । ଏଥିପାଇଁ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କ
ଲାଗି ୪ ପ୍ରକାରର କୋର୍ସ ବି ଆରମ୍ଭ ହୋଇସାରିଛି । ଆଜି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଏମିତି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରତି ଗାଁର ୧୦ ଜଣ ଯୁବକଯୁବତୀଙ୍କୁ ଫାଷ୍ଟ ଏଡ୍ ଓ ଅନ୍ୟ ୧୦ରୁ୧୫ ଜଣଙ୍କୁ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଟ୍ରେନିଂ ଦିଆଯିବ । ଏସବୁ ପରିକଳ୍ପନାର ସଫଳ ରୂପାୟନ ହେଲେ ବିପର୍ଯ୍ୟୟକୁ ମୁକାବିଲାରେ ବଡ଼ ସଫଳତା ମିଳିବ ବୋଲି କହିଛନ୍ତି ମୁଖ୍ୟ ସଚିବ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)