• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସେ କେତେ ଖରା ବର୍ଷା ସହିଛନ୍ତି । ଲୋକଙ୍କ ହକ ପାଇଁ ରାତି ରାତି ଶୋଇ ନାହାନ୍ତି । ଦୁର୍ଗମ ଅଞ୍ଚଳରୁ ଖବର ସଂଗ୍ରହ କରିବା କେତେ ଯେ କଷ୍ଟ, ତାହା କେବଳ ଜଣେ ସାମ୍ବାଦିକ ହିଁ ବୁଝିପାରେ । ସାରା ଜୀବନ ସେବାକୁ ସେ ବ୍ରତ ମାନି ନେଇଥିଲେ । ଦରଦୀ ମଣିଷ ସେ । ଲୋକଙ୍କ ଦୁଃଖ ତାଙ୍କୁ କନ୍ଦାଇ ଦିଏ । ଥୟ ଧରି ରହିପାରନ୍ତିନି ସେ । ଉଦୁ ଉଦୁଆ ଖରା ହେଉ କି ବାଦଲ ଫଟା ବର୍ଷା, କି ମୟୁରଭଞ୍ଜର ହାଡ଼ ଭଙ୍ଗା ଶୀତ । କର୍ତ୍ତବ୍ୟ ଆଗରେ ସବୁକିଛି ହାର ମାନେ । ଦିନେ ନିର୍ଭୀକ ଓ ନିଡର ଥିବା ସାମ୍ବାଦିକ ଆଜି କିନ୍ତୁ ହାରି ଯିବାକୁ ବସିଛନ୍ତି । କର୍କଟର କ୍ରୁରତା ଆଗରେ ହାରିବାକୁ ବସିଛନ୍ତି ସୁଦୀପ୍ତ ।

କଲମ ମୁନରେ ଯୁଦ୍ଧ କରିବାକୁ ସେ ଆଜି ମଧ୍ୟ ତତ୍ପର । କିନ୍ତୁ କ୍ୟାନସରର ଯନ୍ତ୍ରଣା ତାଙ୍କୁ ଭାଙ୍ଗି ଦେଇଛି । ତଥାପି ବେକରେ ବେଲ୍ଟ ବାନ୍ଧି ମୁଣ୍ତ ଟେକି ଚାଲିଛନ୍ତି ସେ । ତାଙ୍କର ଏ ଅବସ୍ଥାରେ ପାଖରେ କେହି ନାହିଁ । ଜମା ଟଙ୍କା ସବୁ କ୍ୟାନସର ଶୋଷି ନେଲାଣି । ଘରେ ବୃଦ୍ଧ ବାପା, ମାଆ । ନିଜ ଯୁଆନ ପୁଅର ଏ ଅବସ୍ଥା ଦେଖି କେଉଁ ବାପା, ମାଆର ହୃଦୟ ସହିବ । ମୟୁରଭଞ୍ଜ ଜିଲ୍ଲାର ସୁଦୀପ୍ତ ପଣ୍ଡା, ବୟସ ମାତ୍ର ୩୨ ବର୍ଷ । ଦିନେ ନିଜ ଅଞ୍ଚଳ ପାଇଁ ଆଶାର ଆଲୋକ ଥିବା ଲୋକଟି, ଆଜି ଯେ ଏମିତି ନିସହାୟ, ନିସ୍ତବ୍ଦ ହୋଇଯିବ, କିଏ ବା ଜାଣିଥିଲା ।

ଉଭୟ ବାପା ମାଆ ରୋଗଗ୍ରସ୍ତ । ରୋଜଗାରିଆ ପୁଅ କହିଲେ କେବଳ ସୁଦୀପ୍ତ । କୋଳରେ ଦୁଇଟି ଛୋଟ ଛୋଟ ପିଲା । ଖୁବ୍ ହସଖୁସିରେ ଚାଲିଥିବା ସଂସାରରେ ଯେପରି ଗ୍ରହଣ ଲାଗି ଯାଇଛି । ସୁଦୀପ୍ତଙ୍କ ପିଛା ମାସକୁ ଖର୍ଚ୍ଚ ହେଉଛି ୫୦ ହଜାର ଟଙ୍କା । ଜମି ବାଡ଼ି ସବୁ ବିକା ସରିଲାଣି । ନିସ୍ବ ହେବାକୁ ବସିଛି ପରିବାର । ଏ ବିପଦ ସମୟରେ ସୁଦୀପ୍ତଙ୍କୁ କିଛି ସାହାଯ୍ୟ କଲେ ତାଙ୍କର ଚିକିତ୍ସା ହୋଇ ପାରନ୍ତା ବୋଲି କହିଛନ୍ତି ଗ୍ରାମବାସୀ । 

ଆପଣ ମଧ୍ୟ ଫୋନ ପେ ମାଧ୍ୟମରେ ସୁଦୀପ୍ତଙ୍କୁ ସହାୟତା କରିପାରିବେ । ଆପଣମାନଙ୍କର ଛୋଟ ସହଯୋଗ ହୁଏ ତ ସୁଦୀପ୍ତଙ୍କୁ ଏକ ନୁଆ ଜୀବନ ଆଣି ଦେଇପାରେ । ସାହାଯ୍ୟ ପାଇଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ବିନମ୍ର ଅନୁରୋଧ ।

ସୁଦୀପ୍ତ ପଣ୍ତା

ତଟାପଡ଼ା ଗାଁ, ରାସଗୋବିନ୍ଦପୁର, ବାରିପଦା, ମୟୁରଭଞ୍ଜ

ମୋବାଇଲ ନଂ - ୯୪୩୯୦୯୯୫୮୮