• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆନନ୍ଦ ବଜାରରେ ଗୋଳିଆ ପାଣି ।  ପୁରୀ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତଙ୍କ ପାଇଁ ଲାଗିଥିବା ଟ୍ୟାପରୁ ନାଲି ରଙ୍ଗର ଗୋଳିଆ ପାଣି ବାହାରୁଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ସେବାୟତ ଏହି ଗୋଳିଆ ପାଣି ବୋତଲରେ ସଂଗ୍ରହ କରିଛନ୍ତି । 

କାର୍ତ୍ତିକ ମାସ ଚାଲୁଥିବାରୁ ହଜାର ହଜାର ହବିଷ୍ୟାଳିଙ୍କ ଭିଡ ହେଉଛି । ସାଧାରଣ ଭକ୍ତମାନେ ମଧ୍ୟ ମହାପ୍ରସାଦ ସେବନ ପରେ ଆନନ୍ଦ ବଜାରର ଟ୍ୟାପରୁ ପାଣି ପିଅନ୍ତି । ଏଭଳି ଗୋଳିଆ ପାଣି ପିଇଲେ ସେମାନେ ଅସୁସ୍ଥ ହେବାର ଆଶଙ୍କା ଅଛି । ଏ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି । ସେବାୟତ ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ଦାବି କରା ଯାଇଛି ।

ଅନ୍ୟପଟେ ଧର୍ମମାସ କାର୍ତ୍ତିକରେ ଅବଢ଼ା ଦର ମଧ୍ୟ ଆକାଶଛୁଆଁ ହୋଇଛି । ଆନନ୍ଦବଜାରରେ ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଚାଲିଛି । ମହାପ୍ରସାଦର ଅତ୍ୟଧିକ ଚାହିଦାକୁ ଦେଖି ଆନନ୍ଦବଜାରରେ ଅବଢ଼ାର ମନ ଇଛା ଦର ବୃଦ୍ଧି ଚାଲିଛି । ତେବେ ଅବଢ଼ାର ଦରକୁ ନେଇ ଯେ କେବଳ ଅସନ୍ତୋଷ ତାହା ନୁହେଁ, ଆନନ୍ଦବଜାର ଏବେ ଅଣସେବାୟତଙ୍କ କବଜାକୁ ମଧ୍ୟ ଆସି ଯାଇଛି ।

ଆନନ୍ଦ ବଜାରରେ କେବଳ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରିର ନିୟମ ଥିବାବେଳେ କିଛି ବ୍ୟବସାୟୀ ରାବିଡ଼ି, ଖୁଆପେଡ଼ା, ଖୀରା, ଟଙ୍କ ତୋରାଣି ମଧ୍ୟ ବିକ୍ରି କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ବେଧଡ଼କ ଭାବେ ଏ ବେପାର ଚାଲିଛି ।