• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସାଧାରଣତଃ ପରୀକ୍ଷାକୁ ନେଇ ସମସ୍ତଙ୍କ ମନରେ ଡର ରହିଥାଏ । ଆଗକୁ ଆସୁଛି ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କ ମନରୁ ଡର କମେଇବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ କିଛି ପରାମର୍ଶ ଦିଆ ଯାଇଛି । ମାଟ୍ରିକ ପରୀକ୍ଷା ପାଇଁ କିଭଳି ସହଜରେ ପ୍ରସ୍ତୁତ ହେବେ ସେଥିପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଛି ଟିପ୍ସ ।

ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ମୁଖ୍ୟତଃ ଏହି ଟିପ୍ସ ସବୁ ଜାରି କରିଛି ଗଣଶିକ୍ଷା ବିଭାଗ । ପରୀକ୍ଷା ପାଇଁ କିଭଳି ପ୍ରସ୍ତୁତି କରିବେ, ପାଠ ପଢିବେ ସେନେଇ ଏକ ନିୟମାବଳୀ ଜାରି ହୋଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏଥିସହ ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବେ ।

ଗଣଶିକ୍ଷା ବିଭାଗର ଟିପ୍ସ ଅନୁସାରେ, ପରୀକ୍ଷାର୍ଥୀ ୧୦ ଘଣ୍ଟାରୁ ୧୪ ଘଣ୍ଟା ପଢିବାକୁ ଉପଦେଶ ଦିଆଯାଇଛି । ୬ରୁ ୭ ଘଣ୍ଟା ନିହାତି ଶୋଇବା ଉପରେ ଗୁରୁତ୍ବ ଦେଇଛି ଗଣଶିକ୍ଷା ବିଭାଗ । ଏହା ସହ ଦିନର ବାକି ସମୟରେ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛି ।

ଶୋଇବା ସମୟ ରାତି ୧୦ରୁ ସକାଳ ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟା ମଧ୍ୟରେ ରଖିବାକୁ କୁହାଯାଇଛି । ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ ଓ ଯୋଗ କରିବାକୁ ପରାମର୍ଶ ଦେଇଛି ବିଭାଗ । ଏହାଦ୍ବାରା ଦିନସାରା ଫୂର୍ତ୍ତି ରହିବା ସହ ଏହା ମୁଖ୍ୟତଃ ଏକାଗ୍ରତା ବଢାଇବାରେ ସାହାଯ୍ୟ କରିବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି ।

ବାହାର ତେଲଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଇଛି । ଏହା ଦ୍ବାରା ଶରୀର ଭାରି ଭାରି ଲାଗିବ ଓ ନିଦ ଲାଗିବ । ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି । ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ କୁହାଯାଇଛି । ବିଷୟର ଗୁରୁତ୍ବ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ ଘଣ୍ଟାରୁ ୨ ଘଣ୍ଟା ସମୟ ରଖିବାକୁ ଟିପ୍ସରେ ଉଲ୍ଲେଖ କରାଯାଇଛି ।