• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Farmers
ଅମଳ ଅଧିକ, ବିକ୍ରି କରିବାକୁ ଟାର୍ଗେଟ କମ୍ ! କୋରାପୁଟ ଜିଲ୍ଲାରେ ହନ୍ତସନ୍ତ ଚାଷୀ

ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।

Manabasa
ଆଜି ମାଣବସା ଶେଷ ଗୁରୁବାର, ଉତ୍ସବମୁଖର ପୁରପଲ୍ଲୀ

ଆଜି ମାଣବସା ଶେଷ ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି ।

Traders not been resettled
ଉଚ୍ଛେଦର ୮ବର୍ଷ ବିତିଲାଣି, ତଥାପି ଥଇଥାନ ହୋଇନାହାନ୍ତି ୫୮୮ ବ୍ୟବସାୟୀ

ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?

Health Issue
ବିଗୁଡୁଛି ସ୍ଥିତି, ହଇଜାରେ ଗଲାଣି ୧୩ ଜୀବନ

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।

Vibrio Cholerae
କେଉଁଠୁ, କାହିଁକି ଓ କେମିତି ବ୍ୟାପିଲା ହଇଜା ? ୬ ନୁହେଁ, ନେଲାଣି ୧୩ ଜୀବନ !

ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।

Vibrio Cholerae
ରାଉରକେଲାରେ ଗମ୍ଭୀର ହେଉଛି ହଇଜା ସ୍ଥିତି

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ଛୁଇଁଲାଣି ୧୩ । ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସବୁ ୱାର୍ଡକୁ ବ୍ୟାପିଗଲାଣି ।

Cholera
ବଢୁଛି ହଇଜା ମୃତ୍ୟୁ ସଂଖ୍ୟା; ୬ ନୁହେଁ ୧୩ ମୃତ୍ୟୁ !

ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି ।

Picnic Spot
ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା

ଆଃ କି ସୁନ୍ଦର ଏଇ ପ୍ରକୃତି.. ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି..ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା..ଆସ ବୁଲିଯିବା ଲୁଲୁଙ୍ଗ..

  • Wednesday, 20 December 2023
  • Visit
Financial Help
ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ

ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ ।..

Cholera
ଷ୍ଟିଲସିଟିରେ ଖାଲି ଝାଡ଼ାବାନ୍ତି ନୁହେଁ, ମାଡ଼ିଚାଲିଛି ହଇଜା

ଇସ୍ପାତ ନଗରୀ ରାଉରକେଲାରେ ହଇଜା ଆତଙ୍କ। ଘୁ ଘୁ ହୋଇ ମାଡ଼ିଚାଲିଛି, ଘାତକ ହେଉଛି । ଭୁବନେଶ୍ବରରୁ ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ଏହାକୁ ରୋକିବା ଲାଗି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି..

Cholera
ଷ୍ଟିଲ୍‌ସିଟିରେ ହଇଜା ଭୟ; ଗଲାଣି ୬ ଜୀବନ, ହଜାରେରୁ ଅଧିକ ଆକ୍ରାନ୍ତ

ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।

Education System
ଚେୟାର ଟେବୁଲ ନେଇଯାଅ ଆମକୁ ଶିକ୍ଷକ ଦିଅ

ଆମକୁ ଠକିଦେଲେ ସରକାର...ସ୍କୁଲରେ ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ସ୍କୁଲ ସ୍ମାର୍ଟ ହେଲା ହେଲେ ପାଠ ପଢ଼ିପାରୁନୁ । ତୁମ ଚେୟାର ଟେବୁଲ ନେଇଯାଅ, ଆମକୁ ଶିକ୍ଷକ ଦିଅ । ଏମିତି କହି ରାଜ୍ୟରେ ଚାଲିଥିବା ନିଅଣ୍ଟିଆ ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଦେଲେ ଦଶମ ଶ୍ରେଣୀର ଛାତ୍ରୀ । ମୁଣ୍ଡ ଉପରେ ଦଶମ ବୋର୍ଡ ପରୀକ୍ଷା ହେଲେ 5T ସ୍କୁଲ୍ ରେ ସାର୍ ନାହାନ୍ତି କି ପାଠ ପଢାହେଉନି ।

Helpless Woman
ଜରିପାଲ ଭିତରେ ବିତୁଛି ବୁଢ଼ୀମାଆଟିର ଜୀବନ, ଯୋଜନା କାହାପାଇଁ ?

ଜରିପାଲ ଭିତରେ ବିତୁଛି ଜୀବନ । ଚାଲିବାକୁ ପାଦରେ ବଳ ନାହିଁ... ‍ ଅଣ୍ଟା ଭାଙ୍ଗି ପଡ଼ିଲାଣି । ସରକାରଙ୍କ ମାଳମାଳ ଯୋଜନା ହେଲେ, ଯେମିତି ଏହି ବୁଢ଼ୀ ମା’ଟି ପାଇଁ କିଛି ନାହିଁ ।

Road Problen
ବିପଦପୂର୍ଣ୍ଣ ପାଲଟିଛି ପୋଲ; ମୃତ୍ୟୁକୁ କରିଛି ଅପେକ୍ଷା

ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।

Man bought rarest dog with 20 crore
କୁକୁରର ଦାମ ୨୦ କୋଟି; ଖାସ୍ କ’ଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍। ଏହି କୁକୁରର ଦାମ ହେଉଛି ୨୦ କୋଟି ଟଙ୍କା।

Winter Shopping
ଶୀତ ବଢ଼ୁଛି, ବେପାର ଜମୁଛି; ସୁଲଭ ମୂଲ୍ୟରେ ମିଳୁଛି ଶୀତବସ୍ତ୍ର

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ । ଆଉ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ, କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।

Project
ପ୍ରଶାସନର ଚରମ ଅବହେଳା, ଖତ ଖାଉଛି ଲୋକାଭିମୁଖୀ ପ୍ରକଳ୍ପ

ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି ।

Diarrhoea
ଡାଇରିଆ ଡେଥ୍‌ରେ ଲାଗୁନି ବ୍ରେକ୍‌; ଏପଟେ ସହର ସାରା ଫଟା ପାଇପ୍ ଅଣ୍ଡାଳୁଛି ୱାଟକୋ

ରାଉରକେଲା ସରକାରୀ ହସପିଟାଲ ଭିତରରେ ଝାଡ଼ାବାନ୍ତି ରୋଗୀ ହାଉଜାଉ । ୱାର୍ଡରେ ଆଉ ଯାଗା ନାହିଁ । ଗୁରୁତରଙ୍କୁ ଆରଜିଏଚ୍ ନହେଲେ ହାଇଟେକ୍ ମେଡିକାଲ ପଠାଯାଉଛି ।

Tourism Places in Odisha left with negligence as they lack basic facilities
ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୁଳଡିହା ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି କୁଳଡିହା ଅଭୟାରଣ୍ୟ । ହେଲେ ଆଖିଦୃଶିଆ ବିକାଶ ହୋଇନଥିବାରୁ ବାଧ୍ୟହୋଇ ମନଉଣା କରି ଫେରୁଛନ୍ତି । ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ବି ପର୍ଯ୍ୟଟନସ୍ଥଳୀରେ ଏବେବି ଅନେକ ସମସ୍ୟା ।

 Balasore boy
ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ

ନା କୌଣସ ପ୍ରଶିକ୍ଷଣ ନା କିଛି ପ୍ରେରଣା । ବିନା ଗୁରୁରେ ଜଗନ୍ନାଥଙ୍କୁ ସ୍ମରଣ କରି ଜୀବନ୍ତ ପ୍ରତିଛବି ଆଙ୍କୁଛନ୍ତି ଅବିନାଶ । କେହି କେହି ଏହାକୁ ଚମତ୍କାର କହୁଥିବବେଳେ, ଅବିନାଶଙ୍କ ମା କହିଛନ୍ତି, ଜଗନ୍ନାଥଙ୍କ କୃପା ବିନା କେବେ ଏମିତି ସମ୍ଭବ ନୁହେଁ ।

Anganwadi centre runs from verandah in Jajpur
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଭଙ୍ଗା ଚାଳ ଛପର ଘରେ ଚାଲିଛି ଅଙ୍ଗନବାଡ଼ି

ଚାଳ ଛପର ଉଠି ଗଲାଣି । ଘର ଭିତରୁ ସୂର୍ଯ୍ୟ ଦିଶୁଛନ୍ତି । କାନ୍ଥରେ ମୂଷା ଗାତ ଆଉ ଉଇହୁଙ୍ଗା ଉଠିଲାଣି । ଏମିତି ଘରେ ପାଠ ପଢ଼ୁଛନ୍ତି ଅଙ୍ଗନବାଡ଼ି ପିଲାଏ । ଅନ୍ୟ କେଉଁଠି ନୁହେଁ, ଯାଜପୁର ଜିଲ୍ଲାର କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ଏ ଦୃଶ୍ୟ । ଅଙ୍ଗନୱାଡି ଗୃହ ନଥିବାରୁ ବାରଣ୍ଡାରେ ଆଉ ଭଙ୍ଗା ଘରେ ପାଠ ପଢୁଛନ୍ତି ପିଲାଏ । ପଞ୍ଚାୟତରେ ୯ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୭ଟିର ନିଜସ୍ୱ ଘର ନାହିଁ l

Divyang couple ties nuptial knot in Odisha
ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା

ଶୁଭ ବିବାହ...ଆୟୁଷ୍ମାନ ମନୋଜଙ୍କ ସହିତ ଆୟୁଷ୍ମତୀ ନନ୍ଦିତା । ନନ୍ଦିତାଙ୍କ ମଥାରେ ଲାଗିଲା ମନୋଜଙ୍କ ସିନ୍ଦୁର । ସାକ୍ଷୀ ରହିଲେ ଦଧିବାମନ । ଭଦ୍ରକ ଦଧିବାମନ ମନ୍ଦିରରେ ହୋଇଥିବା ଏହି ବାହାଘର ଏବେ ବେଶ୍ ଚର୍ଚ୍ଚାରେ ।

  • Monday, 18 December 2023
minorities right day in india know history and work
National Minorities Right Day 2023: ଅଳ୍ପସଂଖ୍ୟକଙ୍କ ପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ; ଜାଣନ୍ତୁ କ’ଣ ଏହାର କାମ

ବିଭିନ୍ନ ରାଜ୍ୟ ନିଜ ନିଜ ରାଜ୍ୟରେ ରାଜ୍ୟ ସଂଖ୍ୟାଲଘୁ କମିଶନ ଗଠନ କରିଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଯେକୌଣସି ପିଡ଼ିତ ବ୍ୟକ୍ତି ନିଜ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କ ନିକଟକୁ ଯାଇପାରିବେ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ; ୨୦ରୁ ଅତିଥି ନିମନ୍ତ୍ରଣ

ଅତିଥି ହେବେ ବହୁ ମାନ୍ୟଗଣ୍ୟ । ୮୫୭ ମନ୍ଦିରକୁ ବି ହେବ ସାଦର ନିମନ୍ତ୍ରଣ । ଜାନୁଆରୀ ୧୭, ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଲୋକାର୍ପଣ । ବିଶ୍ୱ ଦେଖିବ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଚତୁଃପାର୍ଶ୍ୱର ଆଖିଝଲସା ସୌନ୍ଦର୍ଯ୍ୟ ।

Diarrhoea claims 5 lives in Odisha’s Rourkela
ଡରାଉଛି ଡାଇରିଆ; ରାଉରକେଲାରେ ଗଲାଣି ୫ ଜୀବନ

ପୂରା ଇସ୍ପାତ ନଗରୀକୁ ମାଡ଼ି ବସିଲାଣି ଅଦିନିଆ ରୋଗ । ୫ ଜଣଙ୍କ ଜୀବନ ବି ଗଲାଣି । ଡେଲି ମାର୍କେଟ, ନାଲାରୋଡ୍, କିସାନଟୋଲା, ବାସନ୍ତୀ କଲୋନୀ, ଉଦିତ ନଗର ଓ ପାନପୋଷ ଅଞ୍ଚଳ ଡାଇରିଆ ହଟସ୍ପଟ ପାଲଟିଛି ।