/odishatv-khabar/media/post_attachments/uploadimage/library/16_9/16_9_0/Project_1702961141.jpg)
Project
ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି । ଖାସକରି ନିର୍ମାଣଧୀନ ଭେଣ୍ଡିଂ ଜୋନ୍ ଓ ମୁକ୍ତାକାଶ ଜିମ୍ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ସାଧାରଣ ଲୋକଙ୍କ ଟିକସରେ ନିର୍ମିତ ଏ ସବୁ ପ୍ରକଳ୍ପ ଗୁଡିକର ଦୁରବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଖୋର୍ଦ୍ଧା ସହରରେ ଉଠା ବ୍ୟବସାୟୀଙ୍କ ଯୋଗୁଁ ସହରର ଟ୍ରାଫିକ ବ୍ୟବସ୍ଥା ଅଣନିଃଶ୍ବାସୀ । ଶହ ଶହ ଉଠା ଏବଂ କ୍ୟାବିନ ବ୍ୟବସାୟୀଙ୍କ ପାଇଁ ସହରର ବ୍ୟାଙ୍କ ଛକ, ମାରବାଡି ପଟି, ନୂଆ ବସଷ୍ଟାଣ୍ଡ ଛକ, ଟ୍ରାଫିକ ଛକ ଭଳି ଅଞ୍ଚଳରେ ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା । ଏହାକୁ ଆଖି ଆଗରେ ରଖି ବ୍ୟବସାୟୀ ମାନଙ୍କୁ ଥଇଥାନ କରିବାକୁ ଟିଏଲସି ନିକଟରେ ଭେଣ୍ଡି ଜୋନ୍ ନିର୍ମାଣ ଆରମ୍ଭ ହୋଇଥଲା । ତେବେ ଭେଣ୍ଡି ଜୋନ୍ ପାଇଁ ଷ୍ଟ୍ରକଚର ନିର୍ମାଣ ହୋଇ ଆଉ କାମ ନହେବା ଫଳରେ ଏସବୁ ଲୁହା ପ୍ରେମ୍ ଗୁଡ଼ିକ କଳଙ୍କି ଲାଗିଲାଣି ।
ଖୋର୍ଦ୍ଧା ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ନିର୍ମାଣ ହୋଇଥିବା ମୁକ୍ତାକାଶ ଜିମ୍ କୁ ୨୦୧୮ ମସିହାରେ ଉଦଘାଟନ କରା ଯାଇଥିଲା । ଏହା ପରେ କିନ୍ତୁ ଜିମର ରକ୍ଷଣାବେକ୍ଷଣ ପ୍ରତି ଆଖି ବୁଜି ଦେଲା ପୌର ପରିଷଦ । ଫଳରେ ଜିମ୍ ସାମଗ୍ରୀ ଗୁଡ଼ିକ ଭାଙ୍ଗି ରୁଜି ଯାଇଛି । କେବଳ ଏହି ଗୋଟିଏ ନୁହେଁ ଅନେକ ସ୍ଥାନରେ ନିର୍ମାଣ ହୋଇ ଥିବା ମୁକ୍ତାକାଶ ଜିମର ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହୋଇଛି ।
କେବଳ ଭେଣ୍ଡିଂ ଜୋନ୍ କିମ୍ବା ମୁକ୍ତାକାଶ ଜିମ୍ ପୌର ପରିଷଦର ଅବହେଳାର ଶିକାର ହୋଇଛନ୍ତି ତାହା ନୁହେଁ, ଖୋର୍ଦ୍ଧା ସହରର ପ୍ରଥମ ପାର୍କ ଶହୀଦ ପାର୍କ ବି ଏବେ ଅବହେଳିତ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଟାଉନ ହଲ ସମ୍ମୁଖରେ ନିର୍ମାଣ ଏହି ପାର୍କ ଏବେ ବ୍ୟବହାର ଉପଯୋଗୀ ନୁହେଁ । ବହୁ ଦିନ ହେଲା ପାର୍କରେ ତାଲା ଝୁଲୁଛି । ପ୍ରକଳ୍ପ ଗୁଡିକର ମରାମତି ତଥା ପୁନରୁଦ୍ଧାର ପାଇଁ ଖୁବଶୀଘ୍ର ପଦକ୍ଷେପ ନିଆଯିବ ଓ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ପୌର ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)