• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆବର୍ଷରେ ଏସି ଟନେଲ ଦେଇ ଶ୍ରୀଉଙ୍କ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ । ଏନେଇ ଜୋରସୋରରେ ଆଗେଇ ଚାଲିଛି କାମ । ତେବେ ବରିଷ୍ଠ ଦର୍ଶନାର୍ଥୀଙ୍କ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଶ୍ରୀମନ୍ଦିର ଓ ବଡଦାଣ୍ଡରେ କଣ ସବୁ କାର୍ଯ୍ୟ ଚାଲିଛି, ସେ ସଂପର୍କରେ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ ହୋଇଛି ।

ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ । କାହିଁକି ନା ୮୪ ମିଟର ଲମ୍ବ ଏହି ଟନେଲ ଭିତରେ ଦର୍ଶନ ପାଇଁ ଯିବା ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ସମ୍ଭବପର ନୁହେଁ ।

ଏପରି ସ୍ଥଳେ ସେମାନଙ୍କ ପାଇଁ କଣ ବ୍ୟବସ୍ଥା ରହିଛି ବୋଲି ଶ୍ରଦ୍ଧାଳୁ ମହଲରେ ଉଠିଛି ପ୍ରଶ୍ନ ? ସେହିପରି କଣ କଣ କାମ ହେଉଛି ସେ ସଂପର୍କରେ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ ହୋଇଛି ।

ମରିଚିକୋଟ ଛକ ନିକଟ ଧର୍ମଜ୍ୟୋତି ଲଜ ଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହେଉଛି ଏସି ଟନେଲ୍ । ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡ଼ା ଶୀତତାପ ନିୟନ୍ତ୍ରିତ ଟନେଲ ଭିତରେ ରହିବ ୬ ଲେନ ବିଶିଷ୍ଟ ବ୍ୟାରିକେଡ୍ । ବଡଦାଣ୍ଡରେ ଆସୁଥିବା ଶ୍ରଦ୍ଧାଳୁ ମାନେ ଏସି ଟନେଲ ଦେଇ ଦୋଳବେଦୀ ନିକଟରେ ପହଞ୍ଚିବେ ।

ସେହିପରି ଜଗନ୍ନାଥ ବଲ୍ଲଭ ପାର୍କିଂରୁ ଶ୍ରଦ୍ଧାଳୁ ମାନେ ଶ୍ରୀଦାଣ୍ଡ ଦେଇ ଦୋଳବେଦୀ ପାଖରେ ପହଞ୍ଚିବେ । ସେଠାରୁ ବ୍ୟାରିକେଡ୍ ଦେଇ ସିଂହଦ୍ବାରେ ମନ୍ଦିର ପ୍ରବେଶ କରିବାକୁ ହୋଇଛି ବ୍ୟବସ୍ଥା ।