• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ । ଆଉ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ, କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।

ସ୍ବେଟର୍, ମଫଲର୍, ଟୋପି, ଜ୍ୟାକେଟ, ଚାଦର, ହ୍ୟାଣ୍ଡ ଗ୍ଲୋବ୍ସ ଠାରୁ ଆରମ୍ଭ କରି କମ୍ବଳ ପର୍ଯ୍ୟନ୍ତ ଏଠାରେ ମିଳୁଛି। ଶୀତ ଆସୁ ଆସୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶୀତ ବସ୍ତ୍ରର ସମ୍ଭାର ଲାଗିଛି କଟକ ହାଡ଼ିଆପଠାରେ । ସ୍ବଳ୍ପ ମୂଲ୍ୟରେ ବେଶ୍ ଉନ୍ନତ ମାନର ଶୀତବସ୍ତ୍ର ପସରା ନେଇ ଆସିଛନ୍ତି ତିବତିଆନ୍ ରିଫ୍ୟୁଜି ୱୈଲଫେୟାର୍ ଆସୋସିଏସନ୍ ଓ ରାଜସ୍ଥାନୀ ବ୍ୟବସାୟୀମାନେ ।

ଦେଶର ବିଭିନ୍ନ କୋଣରୁ ଏମାନେ ସଂଗ୍ରହ କରିଥାନ୍ତି ଏହି ଶୀତବସ୍ତ୍ର । ଓଡିଶାର ଗଜପତି ଜିଲ୍ଲା ଚନ୍ଦ୍ରଗିରିରେ ବସବାସ କରୁଥିବା ଏହି ବ୍ୟବସାୟୀମାନେ ଶୀତ ଆସିଲେ କଟକ ସହରକୁ ଶୀତ ବସ୍ତ୍ର ବେପାର କରିବା ପାଇଁ ଚାଲି ଆସନ୍ତି । ଦୀର୍ଘ ବର୍ଷ ହେବ ସେମାନେ କଟକ ସହରରେ ଏହି ବେପାର କରି ଆସୁଛନ୍ତି । ଶୀତବସ୍ତ୍ର କଣିବା ପାଇଁ ପ୍ରତ୍ୟେକ ଦିନ ଲାଗୁଛି ଗ୍ରାହକ ଭିଡ ।

ଚଳିତ ବର୍ଷ ୱିଣ୍ଟର ମାର୍କେଟରେ ଖୋଲିଛି ୧୦୦ରୁ ଅଧିକ ଷ୍ଟଲ । ତିବତିଆନ୍ ରିଫ୍ୟୁଜି ୱୈଲଫେୟାର୍ ଆସୋସିଏସନ୍ ର ଦେଢ ଶହ ପାଖାପାଖି ସଦସ୍ୟ ନିୟୋଜିତ ହୋଇଛନ୍ତି ବ୍ୟବସାୟରେ । ସେହିପରି ରାଜସ୍ଥାନର ଶହେରୁ ଅଧିକ ବ୍ୟବସାୟୀ ଆସିଛନ୍ତି । ୫୦ଟଙ୍କାର ହ୍ୟାଣ୍ଡ ଗ୍ଲୋବସଠାରୁ ଆରମ୍ଭ କରି ତିନି ହଜାର ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ଶୀତବସ୍ତ୍ର ଏଠାରେ ମିଳୁଛି । ଚଳିତ ବର୍ଷ ଟିକେ ବିଳମ୍ବରେ ଶୀତ ଆସିଥିବା ବେଳେ ଆଗକୁ ଭଲ ବିକ୍ରିବଟାର ଆଶା ରଖିଛନ୍ତି ବ୍ୟବସାୟୀ ।