Advertisment

କୁକୁରର ଦାମ ୨୦ କୋଟି; ଖାସ୍ କ’ଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଭାରତର ଜଣେ ଲୋକ ଏମିତି ଏକ ପ୍ରଜାତିର କୁକୁର ରଖିଛନ୍ତି ଯାହାର ଦାମ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍। ଏହି କୁକୁରର ଦାମ ହେଉଛି ୨୦ କୋଟି ଟଙ୍କା।

author-image
Pramod Behera
ଅଦ୍ୟତନ ହୋଇଛି
Man bought rarest dog with 20 crore

Man bought rarest dog with 20 crore

ମଣିଷର ସଉକ ଏକ ବଡ କଥା। ବେଳେ ବେଳେ ଏହି ସଉକ ଅଜବ ହୋଇଯାଏ। ଆପଣ ନିଶ୍ଚିତ ଭାବରେ ଶୁଣିଥିବେ, କିଛି ଲୋକ ଦାମୀ କାର୍‌କୁ ଭଲ ପାଆନ୍ତି ଏବଂ କେହି କେହି ମହଙ୍ଗା ପୋଷାକକୁ ମଧ୍ୟ ଭଲ ପାଆନ୍ତି। କେତେକ ଦାମୀ ଘଣ୍ଟା ଏବଂ କେତେକ ଦାମୀ ଘର ପସନ୍ଦ କରନ୍ତି। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ମହଙ୍ଗା ଗୃହପାଳିତ ପଶୁ ରଖିବାକୁ ଭଲ ପାଆନ୍ତି।

Advertisment

ଆଜି ଆମେ ଆପଣଙ୍କୁ ଏମିତି ଏକ ଲୋକ ବିଷୟରେ କହିବୁ ଯାହାଙ୍କ ପାଖରେ ଏକ ବିରଳ ପ୍ରଜାତିର କୁକୁର ଅଛି। ଏହି କୁକୁରର ଦାମ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। ଆପଣ ହୁଏତ ଭାବୁଥିବେ, ହଁ… ହେଇ ହେଇ ଆଉ କେତେ ହେବ ୧୦ ଲକ୍ଷ କି ୨୦ ଲକ୍ଷ। ଆପଣ ଯଦି ଏମିତି ଭାବୁଥାନ୍ତି ତେବେ ଏହା ଭୁଲ୍। ଏହି କୁକୁରର ଦାମ ହେଉଛି ୨୦ କୋଟି ଟଙ୍କା। ଜାଣିବା ପରେ ପାଦ ତଳୁ ନିହାତି ମାଟି ଖସିଯାଉଥିବ। କିନ୍ତୁ ଏହି କୁକୁରର ଏମିତି କିଛି ବିଶେଷତା ଅଛି ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବେଙ୍ଗାଲୁରୁର ବାସିନ୍ଦା ସତୀଶ ଏହି କୁକୁରଟିକୁ ହାଇଦ୍ରାବାଦରୁ କିଣିଛନ୍ତି। ସତୀଶ ହେଉଛନ୍ତି ଭାରତୀୟ କୁକୁର ପ୍ରଜାତି ସଂଘ ବାଙ୍ଗାଲୋରର ସଭାପତି। ସେ କହିଛନ୍ତି, “କିଛି ଦିନ ପୂର୍ବରୁ ମୁଁ ହାଇଦ୍ରାବାଦର ମଦିନାଗୁଡାସ୍ଥିତ ବିଶ୍ୱାସ ପୋଷା କ୍ଲିନିକକୁ ଯାଇଥିଲି। ସେଠାରେ ମୁଁ ଏକ ବିରଳ କୋକେଶିଆନ୍ ଶେଫର୍ଡ ପ୍ରଜାତିର କୁକୁର ଦେଖିଲି।

Advertisment

ମୁଁ ଏହା ଦେଖିବା ମାତ୍ରେ ଆକର୍ଷିତ ହୋଇଥିଲି। ଏହି କୁକୁରଟି ଋଷ ପ୍ରଜାତିର। କୁକୁରର ମୂଲ୍ୟ ଏତେ ଅଧିକ ଯେ ଏହି ମୂଲ୍ୟରେ ଆପଣ ୧୦ ଘର ଏବଂ ୧୦ଟି ରେଞ୍ଜ ରୋଭର କାର୍‌ କିଣିପାରିବେ। ମୁଁ ଏହାକୁ ୨୦ କୋଟି ଟଙ୍କାରେ କିଣିଥିଲି କାରଣ ସେ ପୃଥିବୀର ବିରଳ ପ୍ରଜାତି ମଧ୍ୟରୁ ଅନ୍ୟତମ। ଆଜି ବି ଏହାର ସମାନ ପ୍ରଜାତି ନାହିଁ।

ବିଶେଷତା କ’ଣ:

ସତୀଶ କହିଛନ୍ତି ଯେ ଏହି ୩ ବର୍ଷର କୁକୁର ପ୍ରତିଦିନ ତିନି କିଲୋ ଚିକେନ୍ ଖାଏ। ଏହାର ନାମ ହେଉଛି “କ୍ୟାଡ୍‌ବମ୍ ହାଇଦର”। ଅଦ୍ୟାବଧି ଏହା ଦୁନିଆର ଅନେକ ପ୍ରତିଷ୍ଠିତ କୁକୁର ଶୋ’ରେ ଭାଗ ନେଇଛି ଏବଂ ସର୍ବୋତ୍ତମ କୁକୁର ପ୍ରଜାତି ପାଇଁ ୩୨ଟି ପଦକ ଜିତିଛି।

ସେ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛି। ପ୍ରମୁଖ କାର୍ଯ୍ୟକ୍ରମରେ ଭାଗ ନେବାକୁ ସାରା ବିଶ୍ୱରୁ ନିମନ୍ତ୍ରଣ ମଧ୍ୟ ଆସୁଛି। ମହଙ୍ଗା କୁକୁର ରଖିବାକୁ ସତୀଶ ଆଗରୁ ଭଲ ପାଉଥିଲେ। ୨୦୧୬ରେ, ସତୀଶ ଭାରତର ପ୍ରଥମ ବ୍ୟକ୍ତି ହୋଇଥିଲେ ଯାହାଙ୍କ ପାଖରେ ଦୁଇଟି କୋରିଆନ୍ ମାଷ୍ଟିଫ୍ ଥିଲେ।

ସେମାନଙ୍କ ମଧ୍ୟରୁ ପ୍ରତ୍ୟେକର ଦାମ ୧ କୋଟି ଟଙ୍କା ଥିଲା। ସେ ଏହି କୁକୁରମାନଙ୍କୁ ଚାଇନାରୁ ଆମଦାନୀ କରିଥିଲେ। ସତୀଶ କହିଛନ୍ତି ଯେ ହାଇଦର ଯୁଆଡେ ଯାଏ, ତା’ ସହ ସେଲ୍‌ଫି ନେଉଥିବା ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ହୁଏ।

Ajab Gajab Domestic Animal
Advertisment
Advertisment