• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଦେଢ଼ କିଲୋମିଟର ବୁହାହେଲେ ରୋଗୀ । ଏଭଳି ଏକ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁ ଘାଟରେ । ପୋଲ ଅବସ୍ଥା ଖରାପ ଥିବାରୁ ମହିଳା ରୋଗୀଙ୍କ ନିକଟରେ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ । ଫଳରେ ଦେଢ଼ କିଲୋମିଟର ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ଗଲେ ରୋଗୀ ।

ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ । ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ପୋଲରେ ଯିବାକୁ ବାରଣ ଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା । ପରିବାର ଲୋକେ ମହିଳାଙ୍କୁ ପୋଲ ଆରପଟକୁ ବୋହି ଆମ୍ବୁଲାନ୍ସ ପାଖକୁ ନେଇଥିଲେ । ପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ଖାଲି ମେଡିକାଲ ପାଇଁ ଯେ ତାହା ନୁହେଁ, ବିଭିନ୍ନ କାରଣରୁ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲ ଆରପଟେ ସରକାରୀ ଜାଗାରେ ଲୋକେ ରହିଥିବାରୁ ତହସିଲଦାର ନୋଟିସ କରିଛନ୍ତି । ହେଲେ ଲୋକେ ଉଠିବାକୁ ଅମଙ୍ଗ ବୋଲି କହିଛନ୍ତି ଉଦଳା ବିଧାୟକ । ତେଣୁ ପୋଲ ଓ ରାସ୍ତାକାମ ବିଳମ୍ବ ହେଉଥିବା କୁହାଯାଇଛି ।

ସେପଟେ ପୂର୍ତ୍ତ ବିଭଗ ସହକାରୀ ଯନ୍ତ୍ରୀ କହିଛନ୍ତି ନୂତନ ପୋଲ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏବଂ ଅସୁରକ୍ଷିତ ପୋଲକୁ ତୁରନ୍ତ ଭଙ୍ଗା ଯିବ ।