• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି । କମ୍ ପରିମାଣର ଧାନ ବିକ୍ରି କରିବାକୁ ଟାର୍ଗେଟ ଆସିଥିବା ଯୋଗୁଁ, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଛି । ତେବେ ଅନେକ ଚାଷୀଙ୍କ ଏବେ ଯାଏ ଟୋକେନ ମେସେଜ ବି ଆସିନି, ଯାହାକୁ ନେଇ ଚିନ୍ତାରେ ଚାଷୀକୁଳ ।

ଚାଷୀଙ୍କ ପାଇଁ ଅଡୁଆ ବଢାଇଲା ସାଟେଲାଇଟ ସର୍ଭେ । ଅମଳ ହୋଇଛି ଅଧିକ, ବିକ୍ରି କରିବାକୁ ଟାର୍ଗେଟ ଆସିଛି କମ୍ । ବଳକା ଧାନ କୁଆଡେ ବିକିବେ, ଚିନ୍ତାରେ ଚାଷୀ । ଏବେ ଧାନ ଅମଳର ସମୟ ଆସିଥିବା ବେଳେ କୋରାପୁଟର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ଏଭଳି ଚିନ୍ତା ଘାରିଛି ।

ଜୟପୁର ବ୍ଲକ ଅନ୍ତର୍ଗତ ଫୁଫୁଗାଁର ସତ୍ୟନାରାୟଣ କୁମ୍ଭାର । ନିଜ ୧୪ଏକର ଜମିରେ ଧାନ ଚାଷ କରି ପାଖାପାଖି ୨୦୦ଶହ କ୍ବିଣ୍ଟାଲ ଧାନ ଅମଳ କରିଛନ୍ତି । ହେଲେ ସାଟେଲାଇଟ ସର୍ଭେ ପରେ ମାତ୍ର ୩ ଏକର ଜମି ପାଇଁ ୨୧ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକେନ ଆସିଛି । ବଳକା ଧାନ କେଉଁଠ ବିକିବେ ସେ ଚିନ୍ତା ଘାରୁଛି ।

ସେହିପରି ପୂଜାରୀପୁଟର ତିରୁପତି ସାହୁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଜିଲ୍ଲାରେ ଜୟପୁର ସମେତ ବୋରିଗୁମ୍ମା, କୋଟପାଡ, କୁନ୍ଦୁରା ଓ ବୈପାରୀଗୁଡା ବ୍ଲକର ଅନେକ ଚାଷୀଙ୍କ ଏବେ ଏଭଳି ସମସ୍ୟା । ସାଟେଲାଇଟ ସର୍ଭେ ଯୋଗୁ ଧାନ ଟାର୍ଗେଟ କମିବା ପରେ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସେପଟେ ତହସିଲଦାର ପ୍ରତିକ୍ରିୟା ଦେଇନଥିବା ବେଳେ, ଡିଆରସିଏସ କହିଛନ୍ତି, ଫିଲଡ ଭେରିଫିକେସନ କରି ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ । ଚାଷୀଙ୍କ ଯେପରି ସମସ୍ୟା ନହେବ ଦୃଷ୍ଟି ଦିଆଯିବ ।