Advertisment

ପୋଷ୍ଟ ଅଫିସରେ ମିଳୁନି ୧୦ ଟଙ୍କିଆ ଆଇପିଓ, RTIରେ ତଥ୍ୟ ଆବେଦନପାଇଁ ଅଧିକ ଖର୍ଚ୍ଚାନ୍ତ ଆବେଦନକାରୀ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା।

author-image
Santosh Kumar Sahoo
Post Offices running out of IPO

Post Offices running out of IPO

ପୋଷ୍ଟ ଅଫିସରୁ ଗାୟବ ହେଉଛି ଇଣ୍ଡିଆାନ୍ ପୋଷ୍ଟାଲ ଅର୍ଡର ବା ଆଇ.ପି.ଓ. । ଦୀର୍ଘ ଦିନ ହେଲା ୧୦ ଟଙ୍କିଆ ଆଇ.ପି.ଓ. ପୋଷ୍ଟ ଅଫିସକୁ ଆସୁନି। ହେଲେ ବାକି ସବୁ ଆଇ.ପି.ଓ. ପୋଷ୍ଟ ଅଫିସରେ ମିଳୁଛି । ତେଣୁ RTI ଆବେଦନ କରିବା ପାଇଁ ଦରକାର ହେଉଥିବା ଆଇପିଓ କିଣିବାକୁ ଅଧିକ ଖର୍ଚ୍ଚା ହେଉଛନ୍ତି ଲୋକେ । ଠିକ୍ ସେହିପରି ସମାନ ଅବସ୍ଥା ସୂଚନା ଅଧିକାରୀ କର୍ମୀଙ୍କର । ଅଧିକାଂଶ ସମୟରେ ଆର.ଟି.ଆଇ. ତଥ୍ୟା ଚାହୁଁଥିବା କର୍ମୀଙ୍କୁ ଟ୍ରେଜେରୀ ଚାଲଣ କିମ୍ବା ଅଧିକ ଟଙ୍କାର ଆଇ.ପି.ଓ. ସହ ସରକାରୀ ଚାର୍ଜ ଦେବାକୁ ପଡୁଛି। ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ଆଇ.ପି.ଓ. ମିଳୁନଥିବାବେଳେ ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କରେ ଏହା ମିଳୁଛି କିପରି। ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇବା ପାଇଁ ଏହା ସରକାରଙ୍କର ଏକ ଚାଲ ବୋଲି ଅଭିଯୋଗ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା। କିଛି ଲୋକ ବିକଳ୍ପଭାବେ ଅଧିକ ଟଙ୍କାର କିମ୍ବା ଟ୍ରେଜରୀ ଚାଲଣ କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ, ହେଡ୍‌ ପୋଷ୍ଟ ମାଷ୍ଟରଙ୍କ କହିବା କଥା, ପାଖାପାଖି ୬ ମାସ ହେବ ୧୦ ଟଙ୍କିଆ ଆଇ.ପି.ଓ. ସପ୍ଲାଏ ହେଉ ନଥିବା ନେଇ ଅବଗତ କରାଇଛି। ଏହାର ବିକଳ୍ପ ଭାବେ ଜଣେ ୧୦ଟି ଟଙ୍କିକିଆ ଆଇ.ପି.ଓ. କିଣି ବ୍ୟବହାର କରିପାରିବେ। ଯେଉଁଥିପାଇଁ ଅଧିକ ୯ ଟଙ୍କା ଲୋକଙ୍କୁ ଚାର୍ଜେସ୍ ଦେବାକୁ ପଡିବ।

India Post IPO Odisha
Advertisment
Advertisment