• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି ମିଳିଛି ।

ପୂର୍ବରୁ ଦୁଇ ଓଲିଉଡ୍‌ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଇ ନିକଟରେ ଅର୍ଥାତ୍‌ ଅକ୍ଟୋବର ୧୦ ତାରିଖରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।

ନୂଆ ଭିଡିଓ ଛାଡ଼ି ଅନୁଭବ କହିଥିଲେ, ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ରହିଛି । ତେଣୁ ଏଭଳି ସମୟରେ ଅତିକମରେ ଜଣେ ଭଲ ବନ୍ଧୁ ହିସାବରେ ବର୍ଷା ତାଙ୍କ ଛାଡ଼ପତ୍ର ସ୍ୱୀକାର କରିନିଅନ୍ତୁ ଓ ମିଛ ଡ୍ରାମା ବନ୍ଦ କରନ୍ତୁ । ଅଦାଲତ ଦେଇଥିବା ଐତିହାସିକ ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ ଅନୁଭବ । ଏମିତିକି ବର୍ଷା, ତାଙ୍କ ମାଆ ଓ ଦୁଇ ଭଉଣୀଙ୍କୁ ବି ତାଙ୍କ କଥା ଶୁଣିବାକୁ ଭିଡିଓରେ ଅନୁରୋଧ କରିଥିଲେ ଅନୁଭବ ।

ବର୍ଷାଙ୍କ ଚରିତ୍ର ସଂହାର କରିବା ମୋ ଉଦ୍ଦେଶ୍ୟ ନୁହେଁ ବୋଲି ଅନୁଭବ କହିବା ସହ କୋର୍ଟଙ୍କ ଐତିହାସିକ ରାୟକୁ ଆମେ ଚ୍ୟାଲେଞ୍ଜ କରିବୁ ବୋଲି ସେ କହିଥିଲେ । ତାହାସହ ସେ ଆହୁରି କହିଛନ୍ତି ଯେ, ବର୍ଷାଙ୍କୁ ଭଲ ବନ୍ଧୁ ଭାବେ ରହିବାକୁ କହିଥିଲି, ହେଲେ ସେ ଆକାଉଣ୍ଟ ବ୍ଲକ କରିଦେଲେ । ମିଳିମିଶି ଛାଡ଼ପତ୍ର ସ୍ୱୀକାର କରିନେବା ଓ ଅଲଗା ହୋଇଯିବାକୁ ଅନୁଭବ ବର୍ଷାଙ୍କୁ ଅପିଲ୍ କରିଥିଲେ ।

  • Reported by:
  • GAUTAM PANDA