ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି ସାହାଯ୍ୟ କରୁଛନ୍ତି ସଂପର୍କୀୟ ମାମୁଁ। ଯେତିକି ଯାହା ପାଇଲେ ସେତିକିରେ ଏଇ ପିଲାଙ୍କ ମୁହଁରେ ଗଣ୍ଡେ ଆହାର ଦେବାକୁ କରୁଛନ୍ତି ଚେଷ୍ଟା।
ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା କରି ପଂଚମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୬୫ ଜଣ ପିଲାଙ୍କୁ ପଢାଉଛନ୍ତି ପାଠ। ଖାଲି ପାଠ ପଢାଉଛନ୍ତି ତାହା ନୁହେଁ ବରଂ ପିଲାମାନେ କେମିତି ପାଠ ପଢିବେ ସେନେଇ ମାଗଣାରେ ଯୋଗାଉଛନ୍ତି ଖାତା-କଲମ।
ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ ନିଜକୁ ଦେଖି ମଥାରେ ଟୋପାଏ ସିନ୍ଦୁର ପିନ୍ଧନ୍ତି ତ ଆଉ କେତେବେଳେ ପ୍ରେମିକ ମଳୟ ଦିଗାଳ ପାଖରେ ବସି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି।
ବାଲେଶ୍ଵର ନୀଳଗିରି ପିଠାହତା ପଂଚାୟତର ଦରଖୋଳି ଗାଁର ସତ୍ୟଭାମା ନାୟକ। ବିବାହ କରିନାହାନ୍ତି...ବାପା-ମାଆ କି ଭାଇ କେହି ନାହାନ୍ତି। ସେଇଥି ପାଇଁ ଆଜିକା ସମୟରେ ଏମିତି ଦୟନୀୟ ଜୀବନ ଜିଉଁଛନ୍ତି ସତ୍ୟଭାମା। ବାପା ଥିବା ବେଳେ ଘର ଖଣ୍ଡିକ କରିଥିଲେ ହେଲେ ସେ ଯିବା ପରେ ରକ୍ଷଣାବେକ୍ଷଣ ଅଭାବରୁ ଘର ଭାଙ୍ଗି ଖଣ୍ଡଖଣ୍ଡ ହୋଇଯାଇଛି। ତେଣୁ ଜୀବନ ଯେତେବେଳେ ଅଛି ମୁଣ୍ଡ କେଉଁଠି ଗୁଞ୍ଜିବେ?
ବର୍ତ୍ତମାନ ସମୟରେ ଆମେ ସମସ୍ତେ ଚା’ ପିଉଛନ୍ତି ପ୍ଲାଷ୍ଟିକ୍ କପ୍ରେ। ଯଦି ଆପଣଙ୍କ ଭିତରୁ କେହି କେବେ ମାଟି କପ୍ରେ ଚା ପିଉଥିବେ ତେବେ ତାହାର ମହତ ନିଶ୍ଚୟ ଜାଣିଥିବେ। ସେଇଥି ପାଇଁ ତ ମହିଳାମାନେ ମାଟିରେ କପ୍ ତିଆରି କରି ରେଳ ବିଭାଗକୁ ଯୋଗାଉଛନ୍ତି, ଆଉ ସେଥିରୁ ଯେତିକି ଟଙ୍କା ମିଳୁଛି ତାହା ଏମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ କରୁଛି
ମେଂଟ୍ରା ଯେତେବେଳେ ଛୋଟ ଥିଲେ ସେହି ସମୟରେ ବାପା କାଳୁ ମଲ୍ଲିକ ଚାଲିଯିବା ପରେ ମାଆ ଛୋଟରୁ ବହୁ କଷ୍ଟରେ ପାଳି ପୋଷି ବଡ଼ କରିଛନ୍ତି। ଆଉ ମାଆର କଷ୍ଟକୁ ଠିକ୍ରେ ବୁଝିପାରିଛନ୍ତି ମେଂଟ୍ରା। ତେଣୁ ଦୋକାନ ଖଣ୍ଡିଏ କରି ମେଂଟାଉଛନ୍ତି ନିଜର ଗୁଜୁରାଣ। ସବୁଠୁ ଆଶ୍ଚର୍ଯ୍ୟର କଥା ମେଣ୍ଟ୍ରା ଶାରୀରିକ ଭାବେ ଶତପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଛନ୍ତି
ଘରର ଦାଣ୍ଡ ଦୁଆରେ ବହିରେ ଆଙ୍ଗୁଳି ଧରି ଭାଇକୁ ପାଠ ପଢାଇବା ସହ ନିଜେ ବି ପଢୁଛି କୁନି ଝିଅ। ଦୁଃଖ ଏତିକିରେ ସରିନି। ବାପା-ମାଆ ଯିବା ପରେ ଅନାଥ ହୋଇଯାଇଥିବା ଏଇ ଦୁଇ କଅଁଳ ପିଲାଙ୍କ ଆଖିରେ ପୂଳାପୂଳା ସ୍ୱପ୍ନ ଭର୍ତ୍ତି ହୋଇ ରହିଛି। ହେଲେ ତାକୁ ବାସ୍ତବ ରୂପ ଦେବାକୁ ସାହା ହେବ କିଏ?
ପ୍ରତିଦିନ ପଂଚାୟତରେ ଲୋକଙ୍କ କାମ କରିବା ପରେ ଶ୍ରମିକ ଭାବରେ କାମ କରୁଛନ୍ତି ବିଭୂତି। ଆଉ ପଂଚାୟତର ପ୍ରତିଟି ଲୋକ ତାଙ୍କୁ ପ୍ରଂଶସା କରିବା ସହିତ ତାଙ୍କର ଏମିତି ପ୍ରୟାସକୁ ତାରିଫ ବି କରୁଛନ୍ତି। ଉଚ୍ଚ ଶିକ୍ଷିତା ହେବା ପରେ ବି ଚାକିରି ମିଳିଲା ନାହିଁ। ତେଣୁ ବୃଦ୍ଧା ମାଆ, ସ୍ତ୍ରୀ ଓ ଝିଅ ମୁହଁରେ ଆହାର ଦେବା ପାଇଁ ଦିନରାତି ଏମିତି ପରିଶ୍ରମ କରୁଛନ୍ତି ବିଭୂତି।
ଭାଇରାଲ ହେଉଥିବା ଭିଡିଓ ଏତେ ହୃଦୟ ବିଦାରକ ଯେ, ଦେଖିବା ବେଳକୁ ସମସ୍ତଙ୍କ ଆଖିରେ ଆସୁଛି ପାଣି । କାରଣ ସେ ଦୃଶ୍ୟକୁ କେଉଁ ଶବ୍ଦରେ ବୁଝାଇବୁ, କେମିତି ବର୍ଣ୍ଣନା କରିବୁ ତାହା ଚିନ୍ତା କରିହେଉନି
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କଖାରୁଣୀ ଗାଁର ବନବିହାରୀ ଦାସ। ବୟସ ୮୫ ଡେଇଁଲାଣି। ହେଲେ ଏ ବୟସରେ ବି ପିଲାଙ୍କୁ ପାଠ ପଢାଇବାକୁ ସେ ପାଗଳ ପ୍ରାୟ। ୧୯୬୦ ମସିହାରୁ ଶିକ୍ଷକତା ଆରମ୍ଭ କରିଥିବା ବନ ସାର୍ ଏହାରି ମଧ୍ୟରେ ୨୪ ବର୍ଷ ହେଲାଣି ଚାକିରିରୁ ଅବସର ନେଲେନି
ପାଖାପାଖି ୧୦୦ ହେକ୍ଟର ଜଙ୍ଗଲ ଏବେ ପଦ୍ମିନୀଙ୍କ ପାଇଁ ସୁରକ୍ଷିତ।
ସୋସିଆଲ ମିଡିଆରେ ଅନେକ ପ୍ରତିଭା ଭାଇରାଲ୍ ହୋଇଥାଏ । ନିଜର ପ୍ରତିଭା ପାଇଁ ଅନେକ ଲୋକଙ୍କୁ ଲୋକଲୋଚନକୁ ଆଣିଥାଏ ସାମାଜିକ ଗଣମାଧ୍ୟମ । ନିଜର ପ୍ରତିଭା ଯୋଗୁଁ କେହି କେହି ଷ୍ଟାର୍ ମଧ୍ୟ ପାଲଟିଯାଆନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ୍ ହେବାର ଲାଗିଛି ।
ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି
ଆଜିକାଲି ପ୍ରାୟ ସମସ୍ତେ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟ୍ଫର୍ମରେ ଖୁବ ଆକ୍ଟିଭ୍ ରହୁଥିବା ଦେଖାଯାଏ। କିଛି ଲୋକ ଇନ୍ଷ୍ଟାଗ୍ରାମ୍ କେବଳ ରିଲ୍ସ ଅପକୋଡ୍ କରୁଥିବା ବେଳେ ଆଉ କିଛି ଲୋକ ଏହା ଦ୍ୱାରା ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଯୁବ ଉଦ୍ୟୋଗୀ ଆଞ୍ଚଲ୍ ଅଗ୍ରୱାଲ୍ଙ୍କ ସଫଳତାର କାହାଣୀ।
ସାପକୁ ନିର୍ଯାତନା ଦେବା ଅଭିଯୋଗରେ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ୟକ୍ତି ଜଣକ ଘରେ ପାଳନ କରିଥିବା ଏକ ଅଜଗର ସାପର ମୁଣ୍ଡକୁ କାମୁଡ଼ି ଦେଇଥିଲେ ।
ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ। ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍, ହୋମ୍ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ।
ଆଜିର ଧାଁ ଦୌଡ ଜୀବନରେ ସାମାଜିକ ଓ ଧାର୍ମିକ କାର୍ଯ୍ୟ ପାଇଁ ସମୟ ବାହାର କରିବା ସବୁଠାରୁ ବଡ କଥା। ତେବେ ଏହି ସେବା କରିବାର ମନବୃତ୍ତି ସେତେବେଳେ ଆହୁରି ସ୍ୱତନ୍ତ୍ର ହୋଇଯାଏ ଯେତେବେଳେ ବୟସ ପ୍ରାୟ ୧୦୦ରେ ପହଞ୍ଚିଯାଏ।
ସେ ଏକ ଘରୋଇ କଲେଜରେ ଅଧ୍ୟୟନ କରନ୍ତି। ତାଙ୍କୁ ସେହି କଲେଜ ତରଫରୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପ୍ୟାକେଜ୍ରେ ନିଯୁକ୍ତି ମିଳିଛି। ସେହି କଲେଜ୍ରେ ବାପା ପିଅନ ଭାବେ କାମ କରନ୍ତି।
IAS ବା IPS ପାଇବା ପାଇଁ ଅତି କମରେ ୪-୫ ବର୍ଷ ପ୍ରସ୍ତୁତ ହେବାକୁ ପଡେ ବୋଲି ଅନେକ କୁହନ୍ତି। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ମିଥ୍ୟା ପ୍ରମାଣିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅକ୍ଷିତା ଗୁପ୍ତା ଜଣେ। ସେ ୧୪ ଘଣ୍ଟା ଅଫିସ୍ରେ କାମ କରି ବି ଥରକରେ ପାଇଗଲେ IAS।
ଜନ୍ମରୁ ଜେସିକାର ଗୋ଼ଡ଼ ଦୁଇଟି ଅଚଳ। ଗୁରୁଣ୍ଡି ଗୁରୁଣ୍ଡି ତା ପାଇଁ ଘରର ଏରୁଣ୍ଡି ଡେଇଁବା କଷ୍ଟ।
ତାଙ୍କ ସଫଳତା ଦେଖି ଅନ୍ୟ ଚାଷୀମାନେ ଚାଷ କରିବାକୁ ମନ ବଳାଇଛନ୍ତି।
ସାହିନ୍ ମଲିକଙ୍କ ଦ୍ୱାରା ପ୍ରତିଷ୍ଠିତ ଦିଲ୍ଲୀସ୍ଥିତ 'ଅପନା ଘର୍' ଆଶ୍ରମ ଏସିଡ୍ ପୀଡ଼ିତାଙ୍କ ସାହା ଭରସା ପାଲଟିଛି। ଏଠି ପହଞ୍ଚିଗଲେ ସେମାନଙ୍କୁ ଆଦରରେ ଆପଣେଇ ନିଆଯାଏ। ଖାଲି ସେତିକି ନୁହେଁ, ସେମାନଙ୍କୁ ବିନା ମୂଲ୍ୟରେ ରହିବା-ଖାଇବାର ସୁବିଧା ସହ ଚିକିତ୍ସା ପାଇଁ ମଧ୍ୟ ସହଯୋଗ ଯୋଗାଇ ଦିଆଯାଏ।
ଇସ୍ରାଏଲ୍ ନାଗରିକ ଅଭିରାମ ରୋଜିନ ଭାରତରେ ଥିବା ଏକ ବନ୍ଧ୍ୟା ଜମିକୁ ସବୁଜ ଜଙ୍ଗଲରେ ପରିଣତ କରିଛନ୍ତି। ୨୦୦୦ ମସିହାରେ ଯେତେବେଳେ ସେ ଭାରତ ଗସ୍ତ କରିଥିଲେ, ସେତେବେଳେ ଜଙ୍ଗଲ ନଷ୍ଟ ହୋଇଯିବା ଦେଖି ସେ ସମ୍ପୂର୍ଣ୍ଣ ବିସ୍ମିତ ହୋଇପଡିଥିଲେ। ଏନେଇ ସେ କିଛି କରିବାକୁ ଚିନ୍ତା କରିଥିଲେ।
ଭାରତର ପୁଅ ଏବେ ଆମେରିକାର ବିଚାରପତି। ଏନେଇ ତାଙ୍କୁ କମ୍ କଷ୍ଟ କରିବାକୁ ପଡିନି। ପରିବାର ଥିଲା ଦିନ ମଜୁରିଆ। ନିଜେ ବିଡି କମ୍ପାନୀରେ କାମ କରୁଥିଲେ। ଇଛାଥିଲା ଓକିଲ୍ ହେବା। ଭାଗ୍ୟ ସାଥ୍ ଦେଲା, ଆମେରିକାରେ ହୋଇଗଲେ ଜଜ୍।
କ୍ୟାପଟେନ ଶିବା ଚୌହାନ ସିଆଚେନ୍ ଗ୍ଲାସିଅରର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ପୋଷ୍ଟ ହୋଇଥିବା ପ୍ରଥମ ମହିଳା ଅଧିକାରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା।