• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ହାତରେ ଜଗନ୍ନାଥଙ୍କ ମୂର୍ତ୍ତି ଧରିଛନ୍ତି...ବାଲେଶ୍ୱରରୁ ଶ୍ରୀକ୍ଷେତ୍ର ଯାଏଁ ଚାଲିଚାଲି ଆସିଛନ୍ତି । କହୁଛନ୍ତି, ଜଗା ମତେ ସ୍ୱପ୍ନାଦେଶ ଦେଇଛି । ଜୋତା ପିନ୍ଧିବୁନି କି ଛତା ଧରିବୁନି । ଖାଲି ପାଦରେ ଚାଲିଚାଲି ଆସିବୁ । ପ୍ରଭୁଙ୍କୁ ମୁଁ ବହୁତ ଭଲପାଏ । ତେଣୁ ସେହି କାଳିଆ ସାଆନ୍ତଙ୍କ ମୂର୍ତ୍ତିକୁ ଧରି ପୁରୀରେ ପହଞ୍ଚିଛନ୍ତି ଏଇ ଭକ୍ତ ଜଣକ । ସିଂହଦ୍ୱାରେ ଛିଡା ହୋଇଛନ୍ତି । ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରି ରହିଛନ୍ତି ।

କେତେବେଳେ କାଳିଆ ସାଆନ୍ତକୁ ଏ ଚର୍ମଚକ୍ଷୁରେ ଦେଖିବେ...ତା’ ଚକାଡୋଳାକୁ ଟିକେ ଚାହିଁଦେବେ ସତେ ଯେମିତି ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି ଭକ୍ତ ଜଣକ । ଜଗା ଦୁଆରେ ହାତରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ନେଇ ଛିଡା ହୋଇଥିବା ଦେଖିବା ପରେ ସମସ୍ତେ ଚାହୁଁଛନ୍ତି..ହେଲେ ଜଗା ସହ ତାଙ୍କର ଭାବକୁ ସହଜରେ ବୁଝିବ ବା କିଏ?

ଦୟାନିଧି ଘୋଷ । ଘର ବାଲେଶ୍ୱରରେ...ଖାଇ ପିଇ ରାତିରେ ଶୋଇବା ପରେ ହଠାତ୍‌ ତାଙ୍କୁ କାଳିଆଠାକୁରଙ୍କର ସ୍ୱପ୍ନାଦେଶ ହେଲା । ଖାଲି ପାଦରେ ତାଙ୍କୁ ଦର୍ଶନ କରିବାକୁ ନିର୍ଦ୍ଦେଶ ଦେଲେ ଜଗନ୍ନାଥ । ଅଧ ରାତିରେ ନିଜର ପ୍ରିୟ ଠାକୁରଙ୍କର ନିର୍ଦ୍ଦେଶ ପାଇବା ପରେ ସୁଦୁର ବାଲେଶ୍ୱରରୁ ପୁରୀ ବାହାରିଥିଲେ ଦୟାନିଧି । ଏତେ ଗୁଡାଏ ବାଟକୁ ଖାଲି ପାଦରେ ଚାଲିଚାଲି ଅତିକ୍ରମ କରିବା ପରେ ପହଞ୍ଚିଥିଲେ ଶ୍ରୀକ୍ଷେତ୍ରରେ । ଶେଷରେ ପୁରୀରେ ପହଞ୍ଚିବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଦୟାନିଧି । ତେବେ ପରିଣତ ବୟସରେ କାଳିଆ ପାଖରେ ଖାଲି ପାଦରେ ଚାଲିଚାଲି ପହଞ୍ଚିବାକୁ ନେଇ ପୂରା ଶ୍ରୀକ୍ଷେତ୍ରରେ ଜୋର ଧରିଛି ଚର୍ଚ୍ଚା ।

(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ, ଓଟିଭି)