Advertisment

କଇଁଛକୁ ବଞ୍ଚାଇବାକୁ କୁନି ଝିଅ କରୁଛି ଗୁହାରୀ : ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡିଓ

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।

author-image
Sarbeswar
ଅଦ୍ୟତନ ହୋଇଛି
Olive Ridley Turtles In Odisha

Olive Ridley turtles

ଆରେ ଭାଇ କି ଅଛ? ଟିକେ ଦଉଡ଼ି ଆସ...ଦେଖୁନ କେମିତି କଇଁଛଟା ଜାଲରେ ପଡ଼ିଯାଇଛି । ଟିକିଏ ହଲି ବି ପାରୁନି...କେତେ କଷ୍ଟ ପାଉଥିବ ନା? ଆଃ...ଭାରି କଷ୍ଟ ହେଉଛି । ଗୋଡରେ ସବୁ ଜାଲ ଦଉଡି ଗୁଡାକ ଲାଗି ଯାଇଛି । ଆରେ ଭାଇ କିଏ ଟିକେ ରେସ୍କ୍ୟୁ କର । ବିଚରା ଟର୍ଟଲ୍‌...କଇଁଛକୁ ବଞ୍ଚାଇବାକୁ କିଛି ଏମିତି ଢଙ୍ଗରେ ସମସ୍ତଙ୍କୁ ପ୍ରାର୍ଥନା କରୁଥିଲା ଏଇ କୁନି ଝିଅ...

Advertisment

ସମୁଦ୍ର କୂଳରେ ଏମିତି କହି ଜାଲରେ ଲାଗିଥିବା କଇଁଛକୁ ଉଦ୍ଧାର କରିବାକୁ ଅପିଲ୍‌ କରୁଛି କୁନି ଝିଅ। ପାରାଦୀପ ସି-ବିଚ୍ ବୁଲିବାକୁ ଆସିଥିବା କୁନି ଝିଅଟିର ଘର କଟକ ରେ ବୋଲି ଜଣାପଡ଼ିଛି । ନିଜ ବାପାଙ୍କ ସାଙ୍ଗରେ ସମୁଦ୍ରକୂଳ ବୁଲୁବୁଲୁ ଦେଖିଲା ସମୁଦ୍ର କୂଳରେ ଛିଣ୍ଡା ଜାଲରେ ଛନ୍ଦି ହୋଇ ଛଟପଟ ହେଉଛି ବିରଳ ପ୍ରଜାତିର କଇଁଛ ଅଲିଭରିଡଲେ।

ଅଧିକ ପଢ଼ନ୍ତୁ: ଡାକ୍ତରଙ୍କୁ କୁନିପୁଅର ନେହୁରା : ‘ମୋତେ କ୍ୟାନସର୍‌, ବାପାମା’ଙ୍କୁ କହିବେନି’

Advertisment

ଜାଲରେ ଛନ୍ଦି ହେବା ଦେଖିବା ପରେ ତାକୁ ଉଦ୍ଧାର ପାଇଁ ମାତ୍ର କିଛି ଦୂରରେ ଜାଲ ସଜାଡୁଥିବା କିଛି ମତ୍ସ୍ୟଜୀବୀଙ୍କୁ ଝିଅଟିର ବାପା ଡାକିଥିଲେ ସାହାଯ୍ୟ କରିବାକୁ । କିନ୍ତୁ ସେମାନେ କର୍ଣ୍ଣପାତ କଲେନି । କଇଁଛର କଷ୍ଟ ବି କୁନି ଝିଅ ସହିପାରୁନଥିଲା । କେମିତି ତାକୁ ଉଦ୍ଧାର କରାଯିବ ସେନେଇ ଚେଷ୍ଟା ବି ଜାରି ରଖିଥିଲେ । ପାଖରେ ପଡ଼ିଥିବା ଏକ କାଚ ବୋତଲ ସାହାଯ୍ୟରେ ଜାଲର ଦଉଡିକୁ କାଟି କଇଁଛକୁ ଉଦ୍ଧାର କଲେ ।

ଖାଲି ଉଦ୍ଧାର କଲେ ତାହା ନୁହେଁ ପୂରା ସମୁଦ୍ର ଭିତରକୁ କଇଁଛ ଯିବା ପର୍ଯ୍ୟନ୍ତ ସେ ଅପେକ୍ଷା ବି କରିରହିଥିଲେ । ହେଲେ ଦର୍ଶକବନ୍ଧୁ କଇଁଛ ସିନା ସମୁଦ୍ରକୁ ଗଲା କିନ୍ତୁ ଗୋଡ ତାର ଛିଣ୍ଡିଯାଇଥିଲା । ହେଲେ ଛଟପଟ ହୋଇ ଗଭୀର ସମୁଦ୍ରକୁ ପଳାଇଥିଲା କଇଁଛ ।  ମତ୍ସଜୀବୀମାନେ ମଝି ସମୁଦ୍ରରେ ଜାଲ ଫୋପାଡୁଥିବାରୁ ଏମିତି ଅନେକ ସମୁଦ୍ର ଜୀବ ଜାଲରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି ଆଉ କିଛି କଷ୍ଟ ବି ପାଉଛନ୍ତି, ଯାହାକୁ ନେଇ ଚିନ୍ତା ବଢୁଛି। ତେବେ କଇଁଛକୁ ଉଦ୍ଧାର କରିବାକୁ ଯାଇ କୁନି ଝିଅ ଯେମିତି ସମସ୍ତଙ୍କୁ ଆକୁଳ ନିବେଦନ କରୁଥିଲା ତାକୁ ନେଇ ସମସ୍ତେ ପ୍ରଶଂସା ବି କରିଛନ୍ତି ।

 (ରିପୋର୍ଟ- ରମାକାନ୍ତ ନାୟକ, ପାରାଦୀପ)

Olive Ridley Turtles Special Story
Advertisment
Advertisment