• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କ୍ଷେତରେ ସୁନାର ଫସଲ ଫଳାଇଲେ ଦିବ୍ୟାଙ୍ଗ

ଜନ୍ମରୁ ଦିବ୍ୟାଙ୍ଗ । ହେଲେ ହାର୍‌ ମାନିନାହାନ୍ତି ବରଂ ନିଜର ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ସୁନାର ଫସଲ ଫଳାଇଛନ୍ତି । କାହାର ହାତ କାମ କରୁନି ତ କାହାର ଗୋଡ । କିନ୍ତୁ ଏମାନେ ସମସ୍ତେ କ୍ଷେତରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି କରୁଛନ୍ତି ଚାଷ ।

ଦିବ୍ୟାଙ୍ଗ ହୋଇଥିବାରୁ ମୂଲମଜୁରୀ କରିବା ସେମାନଙ୍କ ପାଖରେ ସମ୍ଭବ ହେଉନଥିଲା । ହେଲେ ସମାଜରେ କେମିତି ରୋଜଗାର କରିବେ? କେମିତି ଭଲରେ ଚଳିବେ ସେନେଇ ସବୁବେଳେ ଚିନ୍ତା କରୁଥିଲେ । ସେଇଥି ଲାଗି ତ ଗାଁର କିଛି ଦିବ୍ୟାଙ୍ଗ ମିଶି ଏକାଠି ହେଲେ , କ୍ଷେତରେ ଚାଷ କରିବାକୁ ନିଷ୍ପତ୍ତି ନେଲେ । ନିଷ୍ପତ୍ତି ଅନୁସାରେ ଏଇ କ୍ଷେତରେ କରୁଛନ୍ତି ଚାଷ ।

ଅଧିକ ପଢ଼ନ୍ତୁ: ଅକ୍ଷମ କରିପାରିଲାନି ପୋଲିଓ ବେଡି, ଜାତୀୟ ଭାରୋତ୍ତୋଳନରେ ଏକାଧିକ ପଦକ ଜିତିଲେ ଦିବ୍ୟାଙ୍ଗ

ହାତ ନଥିଲେ ବି ଗୋଟିଏ ହାତରେ ମାଟି ହାଣୁଛନ୍ତି, ପାଣି ବି ମଡାଉଛନ୍ତି । ପୂରା ଯତ୍ନର ସହ ଗଛ ବି ଲଗାଇଛନ୍ତି । ନିଜର ଉଦ୍ୟମ ଓ ପରିଶ୍ରମ ବଳରେ ଏବେ ଭଲ ଚାଷ ବି ହେଉଛି । ନୂଆପଡା ଦିଆନମୁଣ୍ଡା ଗାଁର ୫ ଜଣ ଦିବ୍ୟାଙ୍ଗ ମିଶି ଯେମିତି ଚାଷ କରୁଛନ୍ତି ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା... ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ଏମାନେ ସମସ୍ତେ ରୋଜଗାର କରି ବଞ୍ଚିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଦୁଃଖର କଥା ଏମାନେ ଯାହାଘରକୁ ଗଲେ ସେମାନେ ଦିବ୍ୟାଙ୍ଗ କହିବା ସହ ଟାହିଟାପରା କଲେ । ତେଣୁ କାହା ଘରେ ମୂଲମଜୁରୀ ନକରି କେମିତି ଆତ୍ମନିର୍ଭର ହେବେ ସେନେଇ ଉପାୟ ଚିନ୍ତା କଲେ । ଶେଷରେ ଚାଷ କରି ଆତ୍ମନିର୍ଭର ହେଲେ ।

ଦର୍ଶକବନ୍ଧୁ ଆମେ ଅନେକ ସମୟରେ ଦେଖିଛନ୍ତି, ଦିବ୍ୟାଙ୍ଗ ହେବା ପରେ ଅନେକ ଭାବିନିଅନ୍ତି ସେମାନେ କୌଣସି କାମ କରିପାରିବେ ନାହିଁ କି ରୋଜଗାର କରିପାରିବେ ନାହିଁ । ଏମାନେ କିନ୍ତୁ ଚାଷ କରି କେମିତି ରୋଜଗାର କରିହୁଏ ସେନେଇ ସମସ୍ତଙ୍କୁ ଦେଖାଇଲେ ରାସ୍ତା । ଦିବ୍ୟାଙ୍ଗ ହୋଇ ବି ଚାଷ କରୁଥିବା ଜାଣିବା ପରେ ଏମାନଙ୍କୁ ଉତ୍ସାହିତ କରିବାକୁ ଯାଇ ଜିଲ୍ଲାପାଳ ୫୦ ହଜାର ଟଙ୍କାର ଚେକ୍‌ ବି ଦେଇଥିଲେ ।

(ନୂଆପଡାରୁ ମାୟାଧର ସରାଫ)