/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677830906.jpg)
UPSC Success Story
ଇଚ୍ଛାଶକ୍ତି ଓ ପରିଶ୍ରମ ଆଗରେ ସବୁ କିଛି ହାର୍ମାନେ । ଯଦି ଇଚ୍ଛାଶକ୍ତି ଦୃଢ଼ ରହିଥାଏ ତେବେ ସମସ୍ତ କାମ ସମ୍ଭବ । ଏହାର ଏକ ନିଚ୍ଛକ ଉଦାହରଣ ପାଲଟିଛନ୍ତି ବିଶାଲ କୁମାର । ଅନ୍ୟଙ୍କ ପାଇଁ ସାଜିଛନ୍ତି ଉଦାହରଣ । ବିଶାଲ ଜଣେ ଗରୀବ ଶ୍ରେଣୀର ପୁଅ ହୋଇଥିଲେ ମଧ୍ୟ ବନିଛନ୍ତି ଆଇଏସ୍ ଅଫିସର ।
ୟୁପିଏସସିର ସିଭିଲ ସର୍ଭିସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ଦେଶର ସବୁଠୁ କଠିନ ପରୀକ୍ଷା କୁହାଯାଉଥିବା ଆଇଏସ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି ବିଶାଲ । ବିହାରର ମୁଜାଫରପୁର ଜିଲ୍ଲାରେ ରହୁଥିବା ବିଶାଲ କୁମାର UPSC ପରୀକ୍ଷାରେ ୪୮୪ ରାଙ୍କରେ ରହିଛନ୍ତି । ତାଙ୍କର ଏହି ସଫଳତା ପରେ ପୁରା ଗାଁରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି ।
UPSCରେ ସଫଳତା ପାଇଥିବା ବିଶାଲଙ୍କ ପରିବାର ବହୁତ ଗରିବ । ୨୦୦୮ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳିବା ସହ ପରିବାରର ପ୍ରତିପୋଷଣ କରୁଥିଲେ ।
ବିଶାଲଙ୍କ ପାଠପଢ଼ା ପ୍ରତି ଆଗ୍ରହ ଦେଖି ଜଣେ ଶିକ୍ଷକ ତାଙ୍କ ପାଠପଢ଼ା ଦାୟିତ୍ୱ ବହନ କରିଥିଲେ । ଏମିତି କି ସେମାନଙ୍କ ଆର୍ଥିକ ସଙ୍କଟ ସମୟରେ ବିଶାଳଙ୍କୁ ନେଇ ନିଜ ଘରେ ରଖିବା ସହ ସମସ୍ତ ପଢ଼ା ଖର୍ଚ୍ଚ ବହନ କରିଥିଲେ । ଯାହାଫଳରେ ବିଶାଲ ଆଜି IAS ହୋଇଥିବା କହିଛନ୍ତି ।
ପୂର୍ବରୁ ମଧ୍ୟ ବିଶାଲ ସମସ୍ତ ପରୀକ୍ଷାରେ ଭଲପ୍ରଦର୍ଶନ କରିଛନ୍ତି । ୨୦୧୧ ମସିହାରେ ବିଶାଲ ମାଟ୍ରିକ୍ ଶୀର୍ଷରେ ରହିଥିଲେ । ପରେ ସେ 2013 ମସିହାରେ ଆଇଆଇଟି କାନପୁରରେ ଆଡମିଶନ ନେଇଥିଲେ । ଏଠାରୁ ବିଦାୟ ନେବା ପରେ ସେ ରିଲାଏନ୍ସ କମ୍ପାନୀରେ ଚାକିରି କରିଥିଲେ । ତା’ଭିତରେ ସମୟ ବାହାର କରି ମଧ୍ୟ ବିଶାଲ ପାଠପଢ଼ି ଆଜି IAS ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)